ସବୁ ସ୍କୁଲ, ହସପିଟାଲ ଖୋଲା ଅଛି, ଜାମ୍ମୁ- କାଶ୍ମୀରବାସୀ ସେମାନଙ୍କ ଅଧିକାର ଉପଭୋଗ କରୁଛନ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଲକ୍ଷ ଲକ୍ଷ ଲୋକଙ୍କ ଅଧିକାରର ଉଲଂଘନ କରାଯାଇଛି ବୋଲି ହେଉଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ନବ ନିର୍ମିତ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ପ୍ରଶାସନ ଓ କେନ୍ଦ୍ର ସରକାର । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ସରକାର ସଠିକ୍‌ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ର ଜୋର ଦେଇ କହିଛି । ଯେବେଠାରୁ ଜାମ୍ମୁ-କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ଅଧିକାରର ଉଚ୍ଛେଦ ହୋଇଛି, ସେବେଠୁ ଏହା କାରଣରୁ ଜଣେ ହେଲେ ଲୋକଙ୍କ ପ୍ରାଣହାନୀ ଘଟିନାହିଁ । ଏପରିକି ଜାମ୍ମୁ-କାଶ୍ମୀରବାସୀ ସେମାନଙ୍କ ଅଧିକାର ଖୁବ୍‌ ଉପଭୋଗ କରୁଛନ୍ତି ବୋଲି କେନ୍ଦ୍ର ସରକାର ଏବଂ ଜାମ୍ମୁ-କାଶ୍ମୀର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହଟା ସୁପ୍ରିମକୋର୍ଟରେ କହିଛନ୍ତି । ଚିକିତ୍ସା, ସ୍କୁଲ ଓ କଲେଜ, ଯୋଗାଯୋଗ ଏବଂ ସଡକ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ସୁରୁଖୁରୁରେ ଚାଲିଛି । ନୂଆ କରି ପ୍ରଦାନ କରାଯାଇଥିବା ଅଧିକାରକୁ ଅଧିକାଂଶ ଲୋକ ପସନ୍ଦ କରୁଛନ୍ତି । ପୂର୍ବରୁ ସରକାର ପକ୍ଷରୁ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁ କେହି ଜଣେ ହେଲେ ପ୍ରାଣ ହରାଇନାହାନ୍ତି ବୋଲି କେନ୍ଦ୍ର ଏବଂ ଜାମ୍ମୁ-କାଶ୍ମୀର ସରକାରଙ୍କ ପକ୍ଷରୁ ଦାବି କରାଯାଇଛି । ଏଥିସହିତ ଗତ ଅଗଷ୍ଟ ୫ ପରଠାରୁ ଜାମ୍ମୁ-କାଶ୍ମୀର ପଙ୍ଗୁ ହୋଇଯାଇଛି ବୋଲି କଂଗ୍ରେସ ନେତା ଗୁଲାବ ନବୀ ଆଜାଦ୍‌ ଲଗାଇଥିବା ଆରୋପକୁ ଉଭୟ ଭେନୁଗୋପାଳ ଏବଂ ତୁଷାର ମେହେଟା ପ୍ରତ୍ୟାଖ୍ୟାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*