‘ସବୁ ଅର୍ଶ ଅପରେସନ ହୁଏ ନାହିଁ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବିଶ୍ୱ ଅର୍ଶ (ପାଇଲ୍ସ) ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଇନ୍ଦିଆନ ପ୍ରୋକ୍ଟୋଲୋଜି ସୋସାଇଟି ସରକାରୀ ଆୟୁର୍ବେଦ ହସ୍ପିଟାଲଠାରେ ସୋସାଇଟିର ଅଧ୍ୟକ୍ଷ, ପ୍ରୋକ୍ଟୋଲୋଜିଷ୍ଟ ପ୍ରଫେସର ଡା. ଚତୁର୍ଭୂଜ ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ହସ୍ପିଟାଲର ଉପାଧ୍ୟକ୍ଷ ଡ. ଧନେଶ୍ୱର ବଳିୟାର ସିଂହ, ଡା. ସମରେନ୍ଦ୍ର ନାରାୟଣ କର, ଡା. ଆଦିତ୍ୟ ମିଶ୍ର, ଡା. ଅନିବାପ୍ରସାଦ ଦାଶ, ଡା. ଅମ୍ବିକା ପ୍ରସାଦ ନାୟକ, ସର୍ଜନ ଡା. ବିଶ୍ୱନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଅର୍ଶ ରୋଗର ଗମ୍ଭୀରତା ଏବଂ ଆଜିକାଲି ଚିକିତ୍ସା ସୁବିଧାରେ ଏହି ରୋଗର ସରଳ, ସହଜ, ସମ୍ପୂର୍ଣ୍ଣ ଚିକିତ୍ସା କିଭଳି ସମ୍ଭବ ହୋଇପାରିଛି ସେ ସମ୍ପର୍କରେ ଚର୍ଚ୍ଚା କରିଥିଲେ । ସମସ୍ତଙ୍କ ବକ୍ତବ୍ୟକୁ ବିଶ୍ଲେଷଣ କରି ପ୍ରଫେସର ଭୂୟାଁ କହିଲେ ଅର୍ଶ ହେଲେ ସାଧାରଣତଃ ଲୋକ ଭାବନ୍ତି ଏହା ଅପରେସନ ହେବ ଏବଂ ବାରମ୍ବାର କଷ୍ଟ ଦେବ । କିନ୍ତୁ ତାହା ଭୁଲ ଧାରଣା । ସବୁ ଅର୍ଶ ଅପରେସନ ହୁଏ ନାହିଁ । ପ୍ରଥମରୁ ଏହାର ଡିଗ୍ରି ବା ଅବସ୍ଥା ଅନୁସାରେ ପ୍ରଥମ, ଦ୍ୱିତୀୟ ଏପରିକି ତୃତୀୟ ଅବସ୍ଥାରେ ମଧ୍ୟ ଔଷଧୀୟ ଚିକିତ୍ସା ହେଉଥିବାବେଳେ କେବଳ ବିଳମ୍ବିତ ଚତୁର୍ଥ ଅବସ୍ଥାରେ ଅତ୍ୟାଧୁନିକ ଆୟୁର୍ବେଦ ପିସିଏ ପଦ୍ଧତି ଦ୍ୱାରା ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ହୋଇଥାଏ । ଏ ନେଇ ହଜାର ହଜାର ରୋଗୀଙ୍କର ଅନୁବେକ୍ଷଣ କରାଯାଇଛି । ଏହି ପଦ୍ଧତି ଭାରତରେ ତଥା ଅନେକ ଦେଶରେ ପ୍ରଶିକ୍ଷିତ ସର୍ଜନମାନେ କରିପାରୁଛନ୍ତି । ଆଜିର ଦିବସର ବାର୍ତ୍ତା- ଅର୍ଶକୁ ହସି ହସି ବିଦାୟ ଦେବା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*