ସବୁବେଳେ ମୁଣ୍ଡବିନ୍ଧା ବଡ଼ ରୋଗର ସଂକେତ ହୋଇପାରେ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆମ ଶରୀରର ଆଖି, ମସ୍ତିଷ୍କ, ପାଦ, ଶିରା ଆଦି ଶରୀରକୁ ସନ୍ତୁଳିତ ରଖିବା ପାଇଁ ଏକାସହ କାମ କରିଥାନ୍ତି । ଯେତେବେଳେ ଏହି ବ୍ୟବସ୍ଥାରେ କୌଣସି ଗୋଟିଏ କାମ କରିବା ବନ୍ଦ କରିଦିଏ,ସେତେବେଳେ ଆମେ ମୁନ୍ଦବିନ୍ଧା ଏବଂ ମୁନ୍ଦ ବୁଲାଇବା, ଚକ୍କର ଖାଇବା ସମସ୍ୟାରେ ପଡିଥାଉ । ଅନେକ ସମୟରେ ଏହା ଗୁରୁତର ହୋଇଥାଏ । ଜାଣି ରଖିବା ଦରକାର ଯେ, ଯଦି ମୁନ୍ଦ ବୁଲାଇବା ପରେ ଆପଣ ଭାରସାମ୍ୟ ହରାଇ ପଡିଯାଉଛନ୍ତି ତେବେ ଆପଣ କୌଣସି ଏକ ଗୁରୁତର ରୋଗରେ ପିଡିତ ହେବାକୁ ଯାଉଛନ୍ତି ।
ଯଦି ଆପଣଙ୍କ ଛାତିରେ ଯନ୍ତ୍ରଣା, ଜୋର ମୁନ୍ଦବିନ୍ଧା, ଅତ୍ୟଧିକ ଜ୍ୱର, ହୃଦସ୍ପନ୍ଦନ ମାତ୍ରା ଅଧିକ ବଢିବା, ନିଶ୍ୱାସ ପ୍ରଶ୍ୱାସ ନେବାବେଳେ କଷ୍ଟ ହେବା, ବେକ ଭାଙ୍ଗିଲେ ଦରଜ ଲାଗିବା, କହିବାରେ ସମସ୍ୟା, ବାନ୍ତି ହେବା ଆଦି ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ଆଖପାଖର ସବୁ ବସ୍ତୁ ଘୁରୁଛି ତେବେ ଆପଣ ମୁନ୍ଦ ବୁଲାଇବାର ସମସ୍ୟାରେ ଅଛନ୍ତି । ଏହା ସେତେବେଳେ ହୁଏ ଯେତେବେଳେ କାନ ଭିତରେ କୌଣସି ଅଂଶ କିମ୍ବା ମସ୍ତିଷ୍କର କିଛି ଶିରାରେ ସମସ୍ୟା ହୋଇଥାଏ । ଯଦି ଏହି ଚକ୍କର ସମସ୍ୟା ଅଧିକ ଦିନ ପାଇଁ ରହୁଛି ତେବେ ତୁରନ୍ତ ବିଶେଷ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । ଔଷଧ ସହ ଆପଣଙ୍କୁ ଖାଦ୍ୟ ପଦାର୍ଥ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ପଡିବ । ରକ୍ତ ସଂଚାଳନରେ ସମସ୍ୟା ମୁନ୍ଦ ଚକ୍କର ଖାଇବାର ଆଉ କାରଣ ।
ମସ୍ତିଷ୍କକୁ ସଠିକ୍‌ ଭାବେ ଅକ୍ସିଜେନ୍‌ ପହଞ୍ଚୁ ନଥିବାରୁ ଏହା ଦେଖାଦେଇଥାଏ । ଏଭଳି ସମସ୍ୟାକୁ ହାଲକ୍‌ରେ ନେବା ଅର୍ଥ ଜୀବନ ପ୍ରତି ବିପଦକୁ ଡାକିବା । ଏହି ଚକ୍କର କାଟିବା ମାନସିକ ଚାପ, ନର୍ଭସ ସିଷ୍ଟମରେ ସମସ୍ୟା, ବ୍ରେନ୍‌ ଟୁ୍ୟମର,କାନ ଟୁ୍ୟମର ଆଦିର ସଂକେତ ଦେଇଥାଏ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*