ସବୁଜ ଓ ପ୍ରଦୂଷଣମୁକ୍ତ ବିଶ୍ୱ ପାଇଁ ବୃକ୍ଷରୋପଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: କୋଣାର୍କ

ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କଠାରୁ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ସବୁଜ ଓ ପ୍ରଦୂଷଣମୁକ୍ତ ବିଶ୍ୱ ଗଠନ ପାଇଁ ସ୍ଲୋଗାନ ଦିଆଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ପୁରୀ-କୋଣାର୍କ ବାଲୁଖନ୍ଦ ଅଭୟାରଣ୍ୟ ଫୋନି ବାତ୍ୟା ଦ୍ୱାରା ଧ୍ୱଂସ୍ତ ବିଧ୍ୱସ୍ତ ହୋଇଯାଇଥିଲା । ପୁନଃ ବୃକ୍ଷରାଜି ସୃଷ୍ଟି କରିବା ପାଇଁ ପ୍ରାୟ ୫ ହଜାର ବୃକ୍ଷ ବିଭିନ୍ନ ସ୍ୱେଚ୍ଛାସେବୀ, ଶିକ୍ଷକ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା । ଏହି ଉପଲକ୍ଷେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପ୍ରେରଣା ଗ୍ରୀନ ଆର୍ମିର ଚିଫ୍ କମାନ୍ଦର ଡ. ଦୀଲ୍ଲିପ ଶ୍ରୀ ଚନ୍ଦନ ଓ ପୁରୀର ଡିଏଫଓ ହର୍ଷବର୍ଦ୍ଧନ ଉଦ୍‌ଗାତା, ଅଭିନେତ୍ରୀ ସ୍ୱାଧୀନ ନଜ୍ମା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିବା ସହ ବୃକ୍ଷ ଜୀବଜଗତର ଚଳନ୍ତି ଭଗବାନ । ତେଣୁ ପ୍ରତିଟି ବୃକ୍ଷ ପାଇଁ ଆମ୍ଭମାନଙ୍କର କର୍ତ୍ତବ୍ୟବୋଧ ଓ ଦାୟୀତ୍ୱ ରହିବା ଦରକାର ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ପ୍ରକାରର ପ୍ରାକୃତିକ ଦୁର୍ବିପାକ ଓ ପ୍ରକୃତିର ସନ୍ତୁଳନ ରକ୍ଷା ପାଇଁ ଆମକୁ ପ୍ରଚୁର ମାତ୍ରାରେ ବୃକ୍ଷ ସୃଷ୍ଟି କରିବାକୁ ଗ୍ରୀନ ଆର୍ମିର ପ୍ରତ୍ୟେକ କମାନ୍ଦାରମାନେ ସଜାଗ ହେବା ପାଇଁ ଏହାର ମୁଖ୍ୟ ଡ. ଦୀଲ୍ଲିପ ଚନ୍ଦନ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ଉପଲକ୍ଷେ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ଗ୍ରୀନ ଆର୍ମିର କମାନ୍ଦରମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କୋଣାର୍କ ବଜାର ପରିକ୍ରମା କରି ସବୁଜ ବିପ୍ଳବ ପାଇଁ ଆହ୍ୱାନ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*