ସଫେଇ ନାମରେ ଅର୍ଥ ଆତ୍ମସାତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନାଉଗାଁ

ରାସ୍ତା ଓ ପୂର୍ତ୍ତ ବିଭାଗ ଅନ୍ତର୍ଗତ ନାଉଗାଁ ବ୍ଲକରେ ରାସ୍ତାର ଦୁଇ ପାଶ୍ୱର୍ ସଫେଇ କାର୍ଯ୍ୟ ଚାଲିଛି । ସଫେଇ ସମୟରେ ବିଭାଗ ପକ୍ଷରୁ କୌଣସି ଅଧିକାରୀ ଉପସ୍ଥିତ ରହୁ ନଥିବାରୁ ଠିକଦାର ମନ ଇଛା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ସାଧାରଣତଃ ବର୍ଷା ଋତୁ ପରେ ଗାଁ ରାସ୍ତାର ଉଭୟ ପାଶ୍ୱର୍ରେ ଘାସ ଓ ବିଭିନ୍ନ ଲଟା ମାଡି ଯାଇଥାଏ । ଫଳରେ ରାସ୍ତା ଅଣଓସାରିଆ ହେବା ଦ୍ୱାରା ଯାନବାହାନ ଯିବା ଆସିବାରେ ଅସୁବିଧା ଓ ଦୁର୍ଘଟଣା ମଧ୍ୟ ଘଟିଥାଏ । ତେଣୁ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ରାସ୍ତାକୁ ସଫେଇ କରିଥାଏ । ସୂଚନା ଅନୁସାରେ ନାଉଗାଁ ବ୍ଲକରେ ଉକ୍ତ ବିଭାଗର ବାଲିଭଉଁରୀରୁ ଶିଖରଘାଟ ୧୮ କି.ମି, ଶିଖରଘାଟରୁ ବେତେନ୍ଦା ପର୍ଯ୍ୟନ୍ତ ୩ କି.ମି, ନାଉଗାଁ ବ୍ଲକ ଛକରୁ ବାଲିକୁଦା ୧୨ କି.ମି, କୋକିଢିଅରୁ ତେଲସରା ୧୨କି.ମି, ନାଉଗାଁରୁ ଅରଖକୁଦ ୫ କି.ମି ରାସ୍ତା ରହିଛି । ରାସ୍ତାର ଉଭୟ ପାଶ୍ୱର୍କୁ ସଫେଇ କରିବା ପାଇଁ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି । ରାସ୍ତା ସଫେଇ ବେଳେ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହୁ ନଥିବାରୁ ଠିକାଦାରମାନେ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି । ଏପରିକି ନାମକୁ ମାତ୍ର ସଫେଇ କରି ବିଲ୍‌୍ କରିବା ପାଇଁ କେତେକ ଠିକାଦାର ଚେଷ୍ଟା ଚଳାଉଥିବା ଜଣାଯାଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି କୋକିଢିଅ ଠାରୁ ତେଲସରା ପର୍ଯ୍ୟନ୍ତ ଥିବା ୧୨କି.ମି ରାସ୍ତାରେ । ନିୟମାନୁସାରେ ଢଳେଇ କିମ୍ବା ପିଚୁ ଶେଷ ଭାଗ ଠାରୁ ୩ ଫୁଟ ମାଟି ରାସ୍ତାକୁ ସଫେଇ କରି ଖାଲଢିପ ସ୍ଥାନକୁ ସମତୁଲ କରିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ଠିକାଦାରଙ୍କ ପକ୍ଷରୁ ନିୟମ ଅନୁସାରେ ନ କରାଯାଇ ଅଧିକ ଲାଭ ପାଇବା ପାଇଁ ଉଦେ୍ଦଶ୍ୟରେ ମନ ଇଚ୍ଛା କାମ କରି ଅର୍ଥ ଆତ୍ମସାତ କରିବା ପାଇଁ ମସୁଧା କରୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏ ସମ୍ପର୍କରେ ଏସ୍‌ଡିଓ ସନ୍ତୋଷ ମହାପାତ୍ରଙ୍କୁ ପଚାରିବାରୁ ସଫେଇ କରାଯାଉଥିବା ରାସ୍ତାର ପାଶ୍ୱର୍ ଏକ ମିଟର ଲେଖାଏଁ ସଫା କରିବା ପାଇଁ କୁହାଯାଇଛି । ଯଦି ସେହିପରି କରାଯାଇନଥିବ ପୁନର୍ବାର ସଫା କରିବାକୁ କୁହାଯିବ ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*