ସଫେଇ ଦେବାକୁ ବାଧ୍ୟ ହେଲେ ଥରୁର୍‌ ! ହାଉଡି ମୋଦୀଙ୍କ ସହ ନେହେରୁ ଓ ଇନ୍ଦିରାଙ୍କୁ ତୁଳନା କରିଥିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବେ ନିଜର ଏକ ବୟାନକୁ ନେଇ ସଫେଇ ଦେବାକୁ ବାଧ୍ୟ ହୋଇଛନ୍ତି । ଆମେରିକାରେ ମୋଦୀଙ୍କୁ ଜୋରଦାର ସ୍ୱାଗତର ତୁଳନା ସେ ପନ୍ଦିତ ଜବାହରଲାଲ୍‌ ନେହେରୁ ଏବଂ ଇନ୍ଦିରାଗାନ୍ଧୀଙ୍କୁ ହୋଇଥିବା ସ୍ୱାଗତ ସହ କରି ଫଶିଯାଇଥିଲେ । ଥରୁର ଏକ ଫଟୋ ଟୁଇଟ୍‌ କରି କହିଥିଲେ ଯେ, ୧୯୫୪ରେ ନେହେରୁ ଏବଂ ଇନ୍ଦିରାଗାନ୍ଧୀଙ୍କୁ ମଧ୍ୟ ଜୋରଦାର ସ୍ୱାଗତ କରାଯାଇଥିଲା । ଏହାପରେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହୋଇଥିଲେ ଥରୁର । ପରେ ସେ ସଫେଇ ଦେଇଥିଲେ ଯେ, ଏହି ଫଟୋ ଆମେରିକାର ନୁହେଁ ବରଂ ସୋଭିଏତ୍‌ ସଂଘ ଗସ୍ତ ବେଳର ।
ନିଜ ପ୍ରଥମ ଟୁଇଟ୍‌ରେ ଥରୁର ଫଟୋ ପୋଷ୍ଟ କରି ଲେଖିଥିଲେ ନେହେରୁ ଏବଂ ଇନ୍ଦିରା ଗାନ୍ଧୀ ୧୯୫୪ରେ ଆମେରିକା ଗସ୍ତ କରିଥିଲେ । ସେ ସମୟରେ କୌଣସି ସ୍ୱତନ୍ତ୍ର ପ୍ରଚାର ଅଭିଯାନ କିମ୍ବା ବିଶେଷ ଆୟୋଜନ ବିନା ସେଠାରେ ଉଭୟ ନେତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଥରୁରଙ୍କ ଏହି ଟୁଇଟ୍‌ ପରେ ଜୋରଦାର ପ୍ରତିକି୍ରୟା ଆସିଥିଲା । ଅନେକ ମତ ଦେଇଥିଲେ ଯେ, ଅଳସୁଆ ଲୋକଙ୍କ ପାଇଁ ଏହା ଏକ ପୁରୁଣା ଫଟୋ । ଏହି ଫଟୋଟି ନେହେରୁ ଏବଂ ଇନ୍ଦିରାଙ୍କ ୧୯୫୬ ମସିହା ମସ୍କୋ ଗସ୍ତ ଅବସରର । ଏହା କଂଗ୍ରେସର ପ୍ରକୃତ ସଂସ୍କୃତିକୁ ଉଲ୍ଲେଖ କରୁଛି ।
ଟୁଇଟରରେ ଟ୍ରୋଲ ହେବା ପରେ ନିଜ ଭୁଲ୍‌ ଜାଣିପାରିଥିଲେ ଥରୁର୍‌ । ସେ ପୁଣି ଥରେ ଟୁଇଟ୍‌ କରି କହିଥିଲେ ଯେ, ମୋତେ କୁହାଯାଇଥିଲା ଯେ, ଏହି ଫଟୋ ଆମେରିକା ଗସ୍ତ ବେଳରର । ତେବେ ମୁଁ କହିବାକୁ ଚାହେଁ ଭାରତର ପ୍ରଧାନମନ୍ତ୍ରୀ ସମ୍ମାନୀତ ହେବା ଭାରତ ପାଇଁ ବଡ଼ ସମ୍ମାନ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*