ସଫେଇ କର୍ମଚାରୀଙ୍କ ଧର୍ମଘଟ: ପୌର ଅଧିକାରୀଙ୍କୁ ଦାବିପତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଯାଜପୁର ଟାଉନ

ଯାଜପୁର ପୌରପାଳିକାର ସଫେଇ କର୍ମଚାରୀମାନେ ଦିନିକିଆ ଧର୍ମଘଟ କରିବା ସହ କାର୍ଯ୍ୟବନ୍ଦ କରି ପୌର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଯୋଗ୍ୟ ବଡସିକୁ୍ୟରିଟି ଫୋର୍ସ ମାଧ୍ୟମରେ ୭୨ ଜଣ ସଫେଇ କର୍ମଚାରୀ ୨ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ଉକ୍ତ ସଂସ୍ଥା ସେମାନଙ୍କର ଦୈନିକ ମଜୁରୀ ବାବଦକୁ ମାତ୍ର ୨୮୦ ଟଙ୍କା ପ୍ରଦାନ କରୁଛନ୍ତି । ଏହା ସହିତ ସେମାନଙ୍କର ଇପିଏଫ୍ ଟଙ୍କା ଜମା କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ।
ଏତଦ୍ବ୍ୟତିତ ସଫେଇ କର୍ମଚାରୀଙ୍କୁ ଦୈନିକ ୨୮୦ ଟଙ୍କା ପରିବର୍ତ୍ତେ ୩୫୦ ଟଙ୍କା ଦେବା ସହ ସମସ୍ତ କର୍ମଚାରୀଙ୍କୁ ଜୋତା, ରେନିକୋଟ୍, ମାକ୍ସ ଏବଂ ଗ୍ଲୋବ୍ସ ଆଦି ପ୍ରଦାନ କରାନଯିବାରୁ କର୍ମଚାରୀମାନେ ସଂକ୍ରମଣର ଶୀକାର ହେଉଛନ୍ତି । ସେମାନଙ୍କ ପରିବାର ସୁରକ୍ଷା ନିମନ୍ତେ ଇନ୍ସୁରାନ୍ସ ପ୍ରଦାନ କରିବା ପାଇଁ ଦାବି କରି ଏକ ଦାବିପତ୍ର ପୌରନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତିଙ୍କୁ ପ୍ରଦାନ କରିଥିଲେ । ଏ ସମ୍ପର୍କରେ ପୌରପାଳିକାର ଓଏସ୍ଡି ସୁଦର୍ଶନ ମିଶ୍ର ଧର୍ମଘଟ ସ୍ଥାନରେ ପହଞ୍ଚô କର୍ମଚାରୀମାନେ ସେମାନଙ୍କର ସମସ୍ତ କାଗଜପତ୍ର ପ୍ରଦାନ କରିନଥିବାରୁ ବ୍ୟକ୍ତିଗତ ଭାବେ ଇପିଏଫ ତଥ୍ୟ ଦିଆଯାଇପାରୁ ନାହିଁ ବୋଲି କହିଥିଲେ ଏବଂ ସେମାନଙ୍କୁ ସେମାନଙ୍କର ଇପିଏଫ୍ ତଥ୍ୟ ୧୫ ଦିନ ମଧ୍ୟରେ ପ୍ରଦାନ କରାଯିବା ସହ ସମସ୍ତଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ଜିନିଷ ପ୍ରଦାନ କରିବାକୁ ଆଉଟସୋର୍ସିଂ ସଂସ୍ଥା ବଡସିକୁ୍ୟରିଟି ଫୋର୍ସକୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*