ସନ୍ଥବେତ୍ରା ଅଶୋକାଙ୍କ ଭବିଷ୍ୟବାଣୀ,୨୦୨୪ରେ ଭାଜପା ୪୦୦ପାର୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ବିଶ୍ୱବିଖ୍ୟାତ ସୁଦର୍ଶନ ଚକ୍ର ଜ୍ୟୋତିଷାଚାର୍ଯ୍ୟ ଶ୍ରୀ ସନ୍ଥବେତ୍ରା ଅଶୋକା ୨୦୨୪ ସାଧାରଣ ନିର୍ବାଚନର ୪ବର୍ଷ ପୂର୍ବରୁ ନିଜ ଭବିଷ୍ୟବାଣୀ ମାଧ୍ୟମରେ ସମସ୍ତଙ୍କୁ କରିଦେଇଛନ୍ତି ଚକିତ । ୨୦୧୨ରେ ଭାଜପା ୨୦୧୪ ନିର୍ବାଚନରେ କ୍ଷମତାକୁ ଆସିବ, ୨୦୧୩ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ନରେନ୍ଦ୍ର ମୋଦୀ ବୋଲି ଭବିଷ୍ୟବାଣୀ କରିଥିଲେ ଅଶୋକା । ୨୦୧୬ରେ ସେ ଭବିଷ୍ୟବାଣୀ କରିଥିଲେ ଯେ, ୨୦୧୯ରେ ୩୦୦ ରୁ ଅଧିକ ଆସନ ପାଇବ ଭାଜପା । ତାଙ୍କର ଅଧିକାଂଶ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି । ଆଉ ଏହି କ୍ରମରେ ୨୦୨୪ ପାଇଁ ସେ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ବିରୋଧୀଙ୍କୁ ଚିନ୍ତାରେ ପକାଇବା ସ୍ୱାଭାବିକ ।
ଶ୍ରୀ ସନ୍ଥବେତ୍ରା ଅଶୋକାଙ୍କ ସଦ୍ୟତମ ଭବିଷ୍ୟବାଣୀ ଅନୁସାରେ ୨୦୧୪ ପରଠାରୁ ବିଭିନ୍ନ ରାଜ୍ୟରେ ଭାଜପାର ସ୍ଥିତି ମଜବୁତ ହେବାରେ ଲାଗିଛି । ୧୯ ନିର୍ବାଚନରେ ଭାଜପା ରାଷ୍ଟ୍ରବାଦକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଜିତିଥିଲା ବେଳେ ୨୦୨୪ ନିର୍ବାଚନକୁ ମଧ୍ୟ ଆତଙ୍କବାଦ ଓ ରାଷ୍ଟ୍ରବାଦକୁ ନେଇ ଭାଜପା ମଇଦାନକୁ ଓହ୍ଲାଇବ । ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଶେଷ ନିର୍ବାଚନ ହେବ । ସେ ୨୦୨୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ । ବର୍ତ୍ତମାନ ଆତଙ୍କବାଦ ସହ ଯୋଡି ହୋଇରହିଛି ରାଷ୍ଟ୍ରବାଦ । ମୋଦୀ ଧାରା- ୩୭୦, ୩୫-ଏ, ଟି୍ରପୁଲ ତଲାକ, ଗରିବଙ୍କ ବିକାଶ, ସଡ଼କ, ବିଜୁଳି, ଶୌଚାଳୟ ଆଦି ନିଷ୍ପତ୍ତିକୁ ସମୟବଦ୍ଧ ଭାବେ ଲାଗୁ କରିଆସୁଛନ୍ତି । ବର୍ତ୍ତମାନ ରାଷ୍ଟ୍ରବାଦ ପ୍ରସଙ୍ଗ ଉପରେ ଜୋର ଦେଉଛନ୍ତି । ଏବେ ବିରୋଧୀମାନେ ଯେଉଁ ଅର୍ଥନୀତି କଥା ଉଠାଉଛନ୍ତି ତାହା ୨୦୨୧ -୨୦୨୨ ବେଳକୁ ଶେଷ ହୋଇଯିବ । ଅର୍ଥନୀତି ପୁଣି ଥରେ ତା’ର ପୂର୍ବ ଅଭିବୃଦ୍ଧି ଧାରାକୁ ଫେରିବ । ବିରୋଧୀଙ୍କ ବର୍ତ୍ତମାନର ଭୁଲ୍‌ ହେଉଛି ସେମାନେ ରାଷ୍ଟ୍ରବାଦ ନୀତିକୁ ବିରୋଧ କରୁଛନ୍ତି । ୨୦୨୨ ଶେଷ ବେଳକୁ ଅର୍ଥନୀତି ଧାରାକୁ ଫେରିବା ଏବଂ ରାଷ୍ଟ୍ରବାଦ ଓ ଆତଙ୍କବାଦ ପ୍ରସଙ୍ଗ ମାଧ୍ୟମରେ ବିଶ୍ୱରେ ଭାରତ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିସାରିଥିବା କାରଣରୁ ନିର୍ବାଚନରେ ଭାଜପାକୁ ବଡ଼ ଫାଇଦା ମିଳିବା ସହ ଏନ୍‌ଡିଏ କଂଗ୍ରେସର ୧୯୮୪ ରେକର୍ଡକୁ ଭାଙ୍ଗିବ ।
୧୯୮୪ ମସିହାରେ କଂଗ୍ରେସ ୪୧୫ଟି ଆସନ ଜିତି ଯେଉଁ ରେକର୍ଡ ସୃଷ୍ଟି କରିଥିଲା ସେ ରେକର୍ଡକୁ ୨୦୨୪ରେ ଭାଙ୍ଗିବ ଏନ୍‌ଡିଏ । ଶ୍ରୀ ସନ୍ଥବେତ୍ରା ଅଶୋକାଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୪ରେ ଏନଡିଏ ୪୧୮ ସଂଖ୍ୟା ଟପିବ । ଆଉ କଂଗ୍ରେସ ୨୦୧୯ରେ ଯେଉଁ ୫୨ଟି ଆସନ ପାଇଛି ତାହା ୨୦୨୪ ବେଳକୁ ଖସି ୭ ରୁ ୯ ମଧ୍ୟରେ ରହିପାରେ । ଏପରିକି କଂଗ୍ରେସର ଆସନ ୨ ହୋଇପାରେ । ଶ୍ରୀ ଅଶୋକାଙ୍କ ଭବିଷ୍ୟବାଣୀକୁ ଯଦିଓ ବିରୋଧୀ ଗ୍ରହଣ କରିବାକୁ ନାରାଜ ତେବେ ତାଙ୍କର ସମସ୍ତ ପୂର୍ବାନୁମାନ ସତ ହେଉଥିବାରୁ ୨୦୨୪ ରେ ସତରେ ଭାଜପା ୪୦୦ଟିପିବ ତାହା ଦେଖବାକୁ ବାକି ରହିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*