ସନ୍ତାନ ଜନ୍ମ ପାଇଁ ବାପାଙ୍କୁ ମିଳୁଛି ୩୦ ସପ୍ତାହ ଛୁଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଟୋକିଓ

ବାପା ବନିବାର ଅନୁଭୂତି ବେଶ ନିଆରା । ଅନେକ ସମୟରେ ପୁରୁଷ ମାନେ ପିଲା ଓ ପତ୍ନୀଙ୍କ ଦେଖାରଖା ପାଇଁ ଅଧିକ ସମୟ ଛୁଟି ଚାହିଁଥାନ୍ତି । ହେଲେ ସମସ୍ତଙ୍କୁ ତାହା ମିଳିନଥାଏ । ତେବେ ଜାପାନରେ ମାତୃ ଅବକାଶ ଭଳି ପିତୃ ଅବକାଶ ମଧ୍ୟ ଦିଆଯାଇଥାଏ । ଏଠାରେ ବାପା ବନିବା ପରେ ୩୦ ସପ୍ତାହର ବେତନ ସହ ଛୁଟିର ପ୍ରାବଧାନ ରହିଛି । ତେବେ ଏହାସେତ୍ୱ ମାତ୍ର ୫ପ୍ରତିଶତ ପୁରୁଷ ଛୁଟି ନେଉଥିବା ଦେଖବାକୁ ମିଳୁଛି ।
ଜାପାନ ପଛକୁ ଦ୍ୱିତୀୟ ସ୍ଥାନରେ ପିତୃ ଅବକାଶ ତାଲିକାରେ ରହିଛି କୋରିଆ । ଏଠାରେ ପୁରୁଷଙ୍କୁ ଦରମା ସହ ୧୭ ସପ୍ତାହର ଛୁଟି ସୁବିଧା ଥିଲା ବେଳେ ମାତ୍ର କିଛି ପ୍ରତିଶତ ପୁରୁଷ ଛୁଟି ନେଇଥାନ୍ତି । ପର୍ତ୍ତୃଗାଲରେ ଦରମା ସହ ୨୦ ଦିନର ଛୁଟି ଏବଂ ବିନା ଦରମାରେ ୧୩ ସପ୍ତାହର ଛୁଟି ସୁବିଧା ରହିଛି । ୪ର୍ଥ ସ୍ଥାନରେ ଥିବା ସ୍ୱିଡେନରେ ୯୦ ଦିନ ଛୁଟି ନିୟମ ରହିଛି । ବାପା-ମାଆ ମିଶି ମୋଟ୍‌ ୪୮୦ ଦିନର ଛୁଟି ନେଇପାରିବେ । ମାତ୍ର ଏହି ସମୟରେ କେବଳ ୯୦ ଦିନର ପୂର୍ଣ୍ଣ ଦରମା ସେମାନଙ୍କୁ ମିଳିବ । ଏହି ତାଲିକାରେ ଭାରତର ସ୍ଥାନ ୧୩ ନମ୍ବରରେ ରହିଛି । ୨୦୧୭ରେ ଭାରତରେ ପିତୃ ଅବକାଶ ପାଇଁ ୧୫ ଦିନ ଛୁଟି ନେବାର ବ୍ୟବସ୍ଥା କରାଯାଇଛି । ଏହି ସମୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ମିଳୁଛି । ତେବେ କିଛି ଘରୋଇ କମ୍ପାନୀମାନେ ଅଧିକ ଛୁଟି ଦେଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*