ସଧବା ପାଉଛି ବିଧବା ଭତ୍ତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାସୁଦେବପୁର

ଗୁରୁବାର ବାସୁଦେବପୁର ବ୍ଲକ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରଣବ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଉପ ଜିଲ୍ଲାପାଳ ପିତାମ୍ବର ସାମଲ, ସହକାରୀ ଯନ୍ତ୍ରୀ ପିତାମ୍ବର ତରାଇ, ବ୍ଲକ ଉପାଧ୍ୟକ୍ଷ ଶୁଶାନ୍ତ ବିଶ୍ୱାଳ, ବିଧାୟକ ପ୍ରତିନିଧି ଅସିତ କୁମାର ଦାଶ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶିବିରରେ ଭିଆରପି ମାନେ ଗାଁ ଗାଁ ବୁଲି ବିଭିନ୍ନ ସରକାରୀ ଯୋଜନା ଉପରେ କରିଥିବା ତଥ୍ୟକୁ ଉପସ୍ଥାପନ କରିଥିଲେ । ଭିଆରପିଙ୍କ ତଥ୍ୟ ଅନୁଯାୟୀ କେତେକ ପଞ୍ଚାୟତରେ ସଧବା ବିଧବା ଭତ୍ତା ପାଉଛନ୍ତି । ଏଣୁ ବ୍ଲକ ପ୍ରଶାସନ ଭିଆରପିମାନଙ୍କ ତଥ୍ୟ ଉପସ୍ଥାପନକୁ ସହଜରେ ହଜମ କରିପାରିନଥିଲେ । ଏଣୁ ଶିବିରରେ କିଛି ସମୟ ପାଇଁ ତର୍କ ଲାଗିରହିଥିଲା । ଆର୍ତ୍ତୁଂର ବାସନ୍ତି ନାୟକ ସଧବା ଥାଇ ବିଧବା ଭତ୍ତା ପାଉଥିବା ଭିଆରପି ତଥ୍ୟ ରଖିଥିଲେ । ସେହିପରି ବ୍ରାହ୍ମଣ ଗାଁ, ଏଡତାଳ, ସୁଦର୍ଶନପୁର ଆଦି ପଞ୍ଚାୟତମାନଙ୍କରେ ବହୁ ହିତାଧିକାରୀଙ୍କୁ ବେଆଇନ ଭାବେ ଭତ୍ତା ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି । ଭତ୍ତା ହିତାଧିକାରୀ ବାହାରେ ରହୁଥିବା ବେଳେ ଏହି ଶିବିରରେ ଅନ୍ୟ କେତେକ ଯୋଜନା ଉପରେ ବେଆଇନ କାର୍ଯ୍ୟର ଚିତ୍ର ସାମନାକୁ ଆସିବା ପୂର୍ବରୁ କାଳେ ପ୍ରଶାସନ ଓ ଜନପ୍ରତିନିଧି ରୋଷର ଶିକାର ହେବେ ଏହାକୁ ଲକ୍ଷ୍ୟରଖି ଭିଆରପିମାନେ ବହୁ ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ତେବେ ଭିଆରପିି ମାନେ ରଖିଥିବା ତଥ୍ୟ ଉପରେ ତଦନ୍ତ ପରେ ଖବର ପ୍ରକାଶ କରିବାକୁ ବ୍ଲକ ପ୍ରଶାସନ ଓ ବିଧାୟକ ପ୍ରତିନିଧି ନିବେଦନ କରିଥିଲେ । ଏଥରରୁ ସ୍ପଷ୍ଟ ଯେ ଭିଆରପିମାନେ ଘରଘର ବୁଲି ତଥ୍ୟ ସଂଗ୍ରହକରି ଶିବିରରେ ଉପସ୍ଥାପନ କରିଥିଲା ବେଳେ ତାହା କିପରି ଭୁଲ ହେବ ସେ ନେଇ ପ୍ରଶ୍ନ ଉଠିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*