ସଚିବ ଓ ରାଜସ୍ୱ ମନ୍ତ୍ରୀଙ୍କୁ ବିକାଶ ମଞ୍ଚର ସ୍ମାରକପତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ବୈଶିଙ୍ଗା

ବେତନଟୀ, ବଡସାହି ବ୍ଲକକୁ ନେଇ ଗଠିତ ବିକାଶ ମଞ୍ଚ କେତେକ ଉନ୍ନୟନ କାର୍ଯ୍ୟ ହାତକୁ ନେଇଥିବାବେଳେ ପ୍ରଥମେ ବେତନଟୀକୁ ସବଡିଭିଜନ ମାନ୍ୟତା, ଦ୍ୱିତୀୟରେ ବଡସାହିରେ ସବଟ୍ରେଜେରୀ ଓ ସବରେଜିଷ୍ଟାର କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ନିମନ୍ତେ ସଂକଳ୍ପ ନେଇଥିଲେ । ତଦନୁଯାୟୀ ବେତନଟୀକୁ ସବଡିଭିଜନ ମାନ୍ୟତା ପ୍ରଦାନ ନିମନ୍ତେ ପ୍ରାଥମିକତା ଦିଆଯାଇଥିବାବେଳେ ଗତ ୧୬ ତାରିଖର ବୈଠକରେ ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପ୍ରଦିପ୍ତ କୁମାର ମହାପାତ୍ର, ରାଜସ୍ୱ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାନ୍ଦିଙ୍କୁ ସେମାନଙ୍କ ସରକାରୀ କାର୍ଯ୍ୟାଳୟରେ ଭେଟି ବେତନଟୀକୁ ସବଡିଭିଜନ ମାନ୍ୟତା ପ୍ରଦାନ ନିମନ୍ତେ ସ୍ମାରକପତ୍ର ପ୍ରଦାନ କରିଥିଲେ । ବେତନଟୀରେ ସମସ୍ତ ଭିତ୍ତିଭୂମି ରହିଥିବାବେଳେ ସବଡିଭିଜନ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ଉପଖନ୍ଦ ଅଧିକାରୀଙ୍କ କାର୍ଯ୍ୟାଳୟମାନ ରହିଛି । ରେଳଷ୍ଟେସନ ସମେତ ୧୮ନଂ ଜାତୀୟ ରାଜପଥ ରହିଛି । ବେତନଟୀ, ବଡସାହି, ରାସଗୋବିନ୍ଦପୁର ଓ ମୋରଡା ବ୍ଲକକୁ ନେଇ ସମସ୍ତ ଉପଖନ୍ଦସ୍ତରୀୟ କାର୍ଯ୍ୟାଳୟମାନ କାର୍ଯ୍ୟ କରୁଥିବାବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆବଶ୍ୟକତା ରହିଛି । ଏଥିନିମନ୍ତେ ପ୍ରେସ କ୍ଲବ ୨୪ଙ୍ଘ୭ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯିବା ସହିତ ବିକାଶ ମଞ୍ଚ ଜରିଆରେ ଏହାକୁ ଅଧିକ ଗତିଶୀଳ କରିବାକୁ ମଞ୍ଚ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ୬ଷ୍ଠ ବୈଠକରେ ସ୍ୱୀକୃତି ଲାଭ କରିବା ପରେ ପ୍ରେସ କ୍ଲବ ୨୪ଙ୍ଘ୭ ସଭାପତି ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀଙ୍କ ନେତୃତ୍ୱରେ ସଦସ୍ୟ ତଥା ବଡସାହି ବିଧାୟକ ସନାତନ ବିଜୁଳି, ସାମ୍ବାଦିକ ଅରୁଣ କୁମାର ଓତା, ସଞ୍ଜୟ ମିଶ୍ର, ତପନ ପତିଙ୍କ ସମେତ ଜିଲ୍ଲାପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ସମାଜସେବୀ ସ୍ୱରୁପ କୁମାର ପଟ୍ଟନାୟକ ଓ ବିକାଶ ମଞ୍ଚର ମାର୍ଗଦର୍ଶକ ଡ. ଜଗନ୍ନାଥ ପାତ୍ର ଏହି ପ୍ରତିନିଧି ଦଳରେ ସାମିଲ ହୋଇ ୩ଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ମଞ୍ଚ ପକ୍ଷରୁ ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ସବଡିଭିଜନର ଆବଶ୍ୟକତା ସମ୍ପର୍କରେ ଅବଗତ କରାଯିବ ବୋଲି ମଞ୍ଚର ସଭାପତି ସୂଚନା ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*