ସଚିନଙ୍କ ୩୦ ବର୍ଷର ରେକର୍ଡ଼ ଭାଙ୍ଗିଲେ ଶେଫାଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ :ଗ୍ରସ୍‌ ଇଜଲେଟ

ଭାରତୀୟ ମହିଳା ଦଳର ୧୫ବର୍ଷିଆ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ସଚିନଙ୍କ ୩୦ବର୍ଷର ରେକର୍ଡ଼ ଭାଙ୍ଗିଛନ୍ତି । ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ଶେଫାଳି ବନିଛନ୍ତି ସବୁଠୁ କନିଷ୍ଠ ଭାରତୀୟ ଖେଳାଳି । ସଚିନ ତେନ୍ଦୁଲକର ୧୬ବର୍ଷ ବୟସରେ ଅର୍ଦ୍ଧଶତକ ହାସଲ କରି ଏହି ରେକର୍ଡ଼ ହାସଲ କରିଥିଲେ । କିନ୍ତୁ ଶେଫାଳି ୧୫ ବର୍ଷ ବୟସରେ ତାଙ୍କ ରେକର୍ଡ଼ ଭାଙ୍ଗି ଏକ ନୂଆ ରେକର୍ଡ଼ ସ୍ଥାପନ କରିଛନ୍ତି ।
ଚଳିତ ସିରିଜର ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ମହିଳା ଦଳ ୱେଷ୍ଟଇନ୍ଦିଜ୍‌ ବିପକ୍ଷରେ ୮୪ ରନ୍‌ରେ ମ୍ୟାଚ୍‌ ଜିତିଛି । ଶେଫାଳି ୪୯ ବଲ୍‌ରୁ ୭୩ ରନ୍‌ କରିଥିଲେ । ମାନ୍ଧାନା ୪୬ ବଲ୍‌ରୁ କରିଥିଲେ ୬୩ ରନ୍‌ । ଦୁହେଁ ୧୪୩ ରନ୍‌ର ଭାଗିଦାରୀ କରିବାରୁ ଭାରତ ୨୦ ଓଭର୍‌ରେ ୪ ୱିକେଟ୍‌ ହରାଇ ୧୮୫ ରନ୍‌ କରିଥିଲା । ଏହି ମ୍ୟାଚ୍‌ରେ ୱେଷ୍ଟଇନ୍ଦିଜ୍‌ ପରେ ବ୍ୟାଟିଂ କରି ନିଜ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୦୧ ରନ୍‌ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*