ସଙ୍ଗୀତ ନିଦେ୍ର୍ଦଶକ ସରୋଜ ପଟ୍ଟନାୟକଙ୍କ ସମେତ ୬ ଜଣ ସମ୍ବର୍ଦ୍ଧିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା
ବାରିପଦାର ବଡ଼ ବଜାର କାଳୀପୂଜା କମିଟି ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ପୂର୍ବତନ ବିଧାୟକ ଭାଦବ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅବସରରେ ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଦଶକ ସରୋଜ ପଟ୍ଟନାୟକ, ଅଭିନେତା ଅସୀତ ପତି, ସାହିତି୍ୟକ ବୃନ୍ଦାବନ ଦାଶ, ବଂଶୀ ବାଦକ ବାବାଜୀ ଦାସ, ‘ନିର୍ଭୟ’ ଜିଲ୍ଲା ପ୍ରତିନିଧି କଲ୍ୟାଣ କୁମାର ସିହ୍ନା ଓ ସବୁଜ ସୁନ୍ଦର ବାରିପଦା ସଙ୍ଗଠନର ମୁଖ୍ୟ ପୂର୍ବତନ ଉପନଗରପାଳ ଜୀତେନ୍ଦ୍ର ମହାନ୍ତିଙ୍କୁ ମାନପତ୍ର ଏବଂ ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କମିଟିର ସଭାପତି ଉମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ସୁଧାର ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*