ସଙ୍ଗୀତକାର ବନରାଜ ଭାଟିଆଙ୍କ ଉପରେ ବହି ଲେଖିବେ ଅମୀର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ ଅଭିନେତା ଅମୀର ଖାନ ପ୍ରଖ୍ୟାତ ସଙ୍ଗୀତକାର ବନରାଜ ଭାଟିଆଙ୍କୁ ସାହାଯ୍ୟ କରିବାର ଘୋଷଣା କରିଛନ୍ତି । ଗତ କିଛିଦିନ ହେବ ବନରାଜ ନିଜ ଆର୍ଥିକ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ସହିତ ତାଙ୍କ ନିକଟରେ ଚିକିତ୍ସା କରାଇବା ପାଇଁ ମଧ୍ୟ ଅର୍ଥ ନାହିଁ । ନିକଟରେ ଏକ ସାକ୍ଷାତକାର ସମୟରେ ବନରାଜ କହିଥିଲେ ଯେ, ମୋ ବ୍ୟାଙ୍କ ଜମା ଖାତାରେ ଟଙ୍କାଟିଏ ମଧ୍ୟ ନାହିଁ ।
ଏପରି ପରିସ୍ଥିତିରେ ଅମିର ଖାନ ତାଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ଏହା ତାଙ୍କ ସୋସିଆଲ ମିଡିଆରେ ଘୋଷଣାରେ କରିଛନ୍ତି । ଅମୀର ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି କି, ‘ଏହା ଜଣାଇବାରେ ମୋତେ ଖୁସି ଲାଗୁଛି ଯେ, ମ୍ୟୁଜିକ୍ କମ୍ପୋଜର ବନରାଜ ଭାଟିଆଙ୍କ ଜୀବନୀ ଉପରେ ଏବେ ବହି ଲେଖାଯିବ । ଏହି ବହିକୁ ଖାଲିଦ ମହମ୍ମଦ ଲେଖିବେ । ବହିଟିକୁ ମୋର ବନ୍ଧୁ ଦିଲ୍ଲୀପ ତାହିଲଙ୍କ ସହାୟତାରେ ଲେଖାଯିବ । ବନରାଜ ଏବେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଅଛନ୍ତି । ଏହା ସହିତ ତାଙ୍କର ଶ୍ରବଣ ସମସ୍ୟା ଦେଖାଦେବା ସହ ତାଙ୍କର ସ୍ମରଣ ଶକ୍ତି କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।
ଅମୀର ଖାନଙ୍କ ପୂର୍ବରୁ ବନରାଜଙ୍କୁ ସାହାଯ୍ୟ କରିବା ପାଇଁ କବୀର ବେଦୀ ଓ ନିଦେ୍ର୍ଦଶକ ଶ୍ୟାମ ବେନଗଲ ମଧ୍ୟ ଲୋକଙ୍କୁ ଅନୁରୋଧ କରିଥିଲେ । ବନରାଜ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଅଜୁବା’, ‘ତମସ’, ‘ଅଙ୍କୁର’, ‘ମନ୍ଥନ’, ‘ମନ୍ଦି’, ‘ଜୁନୁନ୍‌’ ଓ କଲୟୁଗ୍‌’ ଭଳି ଫିଲ୍ମରେ ମ୍ୟୁଜିକ୍‌ ଦେଇସାରିଛନ୍ତି । ବର୍ତ୍ତମାନ ସେ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି । ତାଙ୍କୁ ମିଳିଥିବା ପୁରସ୍କାରରୁ ହିଁ ତାଙ୍କ ବ୍ୟକ୍ତତ୍ୱର ଅନୁମାନ କରାଯାଇପାରେ । ତାଙ୍କୁ ୧୯୮୮ରେ ଗୋବିନ୍ଦ ନେହଲାନିଙ୍କ ଫିଲ୍ମ ‘ତମସ’ରେ ସଙ୍ଗୀତ ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା ଓ ୨୦୧୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*