ସଙ୍କଟରେ ଗଜରାଜ:ନନ୍ଦନକାନନରୁ ଚନ୍ଦକା ଡେଇଁଲା ହାର୍ପିସ୍‌ ଭୁତାଣୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ମଡକକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ହେଲେ ଗଜରାଜ ଏବେ ସଂକଟରେ । ଗଜରାଜଙ୍କ ସୁରକ୍ଷା ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ବାହାରୁ ବିଶେଷଜ୍ଞ ଟିମ୍‌ ଆସି ଘଟଣାର ପୋଷ୍ଟମୋଟର କରୁଥିବା ବେଳେ ଗୁରୁବାର ଦିନ ପୁଣି ଗୋଟିଏ ମାଈ ହାତୀ ହାର୍ପିସ୍‌ ଭୂତାଣୁରେ ଆକ୍ରାନ୍ତ ହୋଇଛି । ଏହି ଭୂତାଣୁ ଏବେ ନନ୍ଦନନକାନନରୁ ଚନ୍ଦକାକୁ ଡେଇଁଛି । ୨୦ବର୍ଷିୟ ମାଈ ହାତୀଟି ଚନ୍ଦକା ଅଭୟାରଣ୍ୟ ବସିଆ ନିକଟସ୍ଥ ଏକ ସ୍ଥାନରେ ଗୁରୁତର ଅବସ୍ଥାରେ ପଡିରହିଛି । ଖବର ପାଇ ୬ ଜଣିଆ ମେଡିକାଲ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚô ଗୁରୁତର ହାତୀର ଚିକିତ୍ସା କରିଥିଲେ । ଡାକ୍ତରୀ ଟିମ୍‌ କହିଛନ୍ତି ଯେ, ହାତୀଟି ହାର୍ପିସ ଭୂତାଣୁ ଆକ୍ରାନ୍ତ କରିଥିବାରୁ ସେ ଗୁରୁତର ଆହତ ହୋଇ ତଳେ ପଡିଯାଇଛି । ଡାକ୍ତରୀଟିମ୍‌ ହାତୀର ଚିକିତ୍ସା ଜାରି ରଖିଛନ୍ତି । ଆମେ ଭଗବାନଙ୍କୁ ଡାକୁଛୁ ଖୁବଶୀଘ୍ର ସେ ସୁସ୍ଥ ହୋଇଯାଅନ୍ତୁ । ପୂର୍ବରୁ ୨୬ ଦିନରେ ଚାରି ଚାରିଟି ହାତୀଙ୍କ ମୃତୁ୍ୟ ଘଟଣାକୁ ପର୍ଯ୍ୟଟକମାନେ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ପର୍ଯ୍ୟଟକମାନଙ୍କୁ ମନୋରଂଜନ ଯୋଗାଇ ଆସୁଥିବା ହାତୀମାନଙ୍କୁ ଆଉ ଦେଖିବାକୁ ମିଳିବ । ଏହି ମାରାତ୍ମକ ଭୂତାଣୁକୁ ରୋକ୍‌ ଲଗାଇବା ପାଇଁ ଡାକ୍ତରୀ ଟିମ୍‌ ବିଫଳ ହୋଇଛି । ଏହି ଭୂତାଣୁ ଏବେ ମହାମରୀ ଭଳି ବ୍ୟାପିବାରେ ଲାଗିଛି । ୧୯୯୫ ମସିହାରେ ଭାନ୍ଦାଲୁରରୁ ୨ଟି ମାଈ ହାତୀ ପ୍ରେମା ଓ ବାସନ୍ତୀ ନନ୍ଦନକାନନକୁ ଆସିଥିଲେ । ୧୯୮୭ ନଭେମ୍ବର ୨୮ ତାରିଖରେ ବାସନ୍ତୀ ଗର୍ଭରୁ ଏକମାତ୍ର ଜନ୍ମିତ ଅନ୍ଦିରା ହାତୀ ନନ୍ଦ ଜନ୍ମଲାଭ କରିଥିଲା । ପରବର୍ତ୍ତି ସମୟରେ ନନ୍ଦକୁ ଚନ୍ଦକା ଅଭୟାରଣ୍ୟକୁ ଅଣାଯାଇଥିଲା । ୧୯୯୮ ଡିସେମ୍ବର ୧୬ ତାରିଖରେ ଚନ୍ଦକା ଜଙ୍ଗଲରୁ ଏକ ମାତ୍ର ମାଈ ହାତୀ ହୀରାକୁ ନନ୍ଦନକାନନ ଅଣାଯାଇଥିଲା । ଯାହାର ବୟସ ୨୦ ବର୍ଷ ହୋଇଥିଲା । ୨୦୦୯ ମେ ୩୧ ରେ ଢ଼େଙ୍କାନାଳ ଅଞ୍ଚଳରୁ ମାଈ ହାତୀ ଜୁଲି, ୨୦୧୦ ଜୁଲାଇ ୨୮ରେ ଅନ୍ଦିରା ହାତୀ ଚନ୍ଦନକୁ ଚନ୍ଦକା ଜଙ୍ଗଲରୁ ଏବଂ ୨୦୧୨ ଡିସେମ୍ବରରେ ଆଠଗଡ ଜଙ୍ଗଲରୁ ମାଈ ହାତୀ ଗୈରୀ, ୨୦୧୩ ନଭେମ୍ବର ୨୨ରେ ନାରାୟଣ ପାଟଣାରୁ ମାଈ ହାତୀ କମଳା, ୨୦୧୭ ମାର୍ଚ୍ଚ ୧୧ରେ ହାତୀ ଖୋର୍ଦ୍ଧା ଟାଙ୍ଗି ଅଞ୍ଚଳରୁ ନନ୍ଦନକାନନକୁ ଅଣାଯାଇଥିଲା । ଫଳରେ ନନ୍ଦନକାନନରେ ୩ଟି ବଡ ହାତୀ ଓ ୫ଟି ଶାବକଙ୍କୁ ମିଶାଇ ୮ଟି ହାତୀଙ୍କୁ ଦେଖିବାକୁ ମିଳିଥିଲା । ସେପ୍ଟେମ୍ବର ୧୫ ତାରିଖରେ ଅନ୍ଦିରା ହାତୀ ଚନ୍ଦନ, ସେପ୍ଟେମ୍ବର ୧୯ରେ ମାଈ ହାତୀ କମଳା ହାର୍ପିସଗ ଭୁତାଣୁ ରୋଗୀ ଆକ୍ରାନ୍ତ ହୋଇଥିଲେ । ଏହି ଘଟଣାର ୧୯ ଦିନ ପରେ ଚଳିତମାସ ୧୬ ତାରିଖରେ ଚନ୍ଦନର ମୃତୁ୍ୟ ଘଟିଥିଲା । ଦନ୍ତା ହାତୀ ଚନ୍ଦନ ୧୩ ତାରିଖରୁ ଅସୁସ୍ଥ ହୋଇପଡିଥିଲା । ସେହିଭଳି ୨୧ ତାରିଖରେ ଗୋ÷ରୀ ଅସୁସ୍ଥ େହୋଇ ପରେ ସେ ମଧ୍ୟ ଆଖି ବୁଜିଥିଲା । ହେଲେ ଚନ୍ଦନ ହାର୍ପିସ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ହୋଇଥିବା ବ୍ୟବଛେଦ ରିପୋର୍ଟରୁ ଜଣାପଡିଥିଲା । ଏହି ହାତୀ ମୃତୁ୍ୟରେ ଏକ ପ୍ରକାର ହାର୍ପିସ ଭାଇରସକୁ ନେଇ ଆତଙ୍କ ଦେଖାଯାଇଥିଲା । ଯାହାଫଳରେ ହାତୀମାନଙ୍କୁ ଅଲଗା ଅଲଗା କରି ରଖାଯାଇଥିଲା । ହାତୀ ପ୍ରେମା,ବାସନ୍ତୀ,ହୀରାକୁ ହାତୀଶାଳରେ, ଛୁଆହାତୀ ମାମା କୁ ଡାକ୍ତରଖାନା ପରିସରରେ ରଖାଯାଇଥିବା । ସେମାନଙ୍କୁ ହାର୍ପିସ୍‌ ଭୁତାଣୁ ଆକ୍ରାନ୍ତ କରିବାର ଥିବାରୁ ସେମାନଙ୍କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ନନ୍ଦନକାନରେ ହାତୀ ମଡକକୁ ନେଇ ଏବେ ସମସ୍ତଙ୍କ ମନରେ ଛାନିଆ ପରିସ୍ଥିିତି ସୃଷ୍ଟି ହୋଇଛି । ରାଜ୍ୟ ବାହାରୁ ଆସିଥିବା ବିଶେଷଜ୍ଞ ଟିମ୍‌ ହାର୍ପିସ୍‌ ରୋଗୀ ଉପରେ ରୋକ୍‌ ଲଗାଇବା ପାଇଁ ଉଦ୍ୟମ କରୁଛନ୍ତି । ଏଭଳି ଯଦି ହାତୀମଡକ ଲାଗିରୁହେ ତା ହେଲେ ଆଗାମୀ ଦିନରେ ସଙ୍କଟରେ ଜଗରାଜ ବଂଶ ବୋଲି ବୁଦ୍ଧିଜୀବୀମାନେ ଆକଳନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*