‘ସଖି’ ୱାନ୍ ଷ୍ଟପ୍ ସେଣ୍ଟର ଏକ କର୍ମଶାଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଯାଜପୁର ଟାଉନ

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ‘ସଖି’ ୱାନ୍ ଷ୍ଟପ୍ ସେଣ୍ଟର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାକୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକ୍ର ସିଡିପିଓ, ସୁପରଭାଇଜର ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗାଦାନ କରିଥିଲେ । ଏହି କର୍ମଶାଳାକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ବିଜୟ ଲକ୍ଷ୍ମୀ ପନ୍ଦା ପରିଚାଳନା କରିବା ସଙ୍ଗେ ସଙ୍ଗେ ସଖି କିପରି ନିର୍ଯାତିତ ଓ ନିଷ୍ପେସିତ ବୋଲି ବର୍ଣ୍ଣନା କରିଥିବା ବେଳେ ପୀଡିତା ମହିଳାମାନଙ୍କୁ କିପରି ସୁରକ୍ଷା ଓ ସହାୟତା ପ୍ରଦାନ କରାଯାଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ୱାନ୍ ଷ୍ଟପ୍ ସେଣ୍ଟର ମୁଖ୍ୟ ପରିଚାଳିକା ବିଜୟଶ୍ରୀ ବାରିକ ବିଗତ ଦିନର ଅଭିଜ୍ଞତା ଏବଂ କାର୍ଯ୍ୟଦକ୍ଷତା ବାବଦରେ ବିବରଣୀ ପ୍ରଦାନ କରିଥିଲେ । ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରୀତା ବେହେରା, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଡିଏସ୍ପି ରବିନ୍ଦ୍ର କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜର ମତ ପ୍ରଦାନ କରିଥିଲେ । ଜିଲ୍ଲାପାଳ ସଖି ବିଷୟରେ ନିଜର ମତ ପ୍ରଦାନ କରିବା ସହିତ ଏହାର କାର୍ଯ୍ୟକ୍ରମର ବିକାଶ ତଥା ଏହାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଅବଗତ କରାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*