ସଂସ୍କୃତି ପୁରୁଷ ବିଷ୍ଣୁ ଚରଣ ମହାପାତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଦେହରେ ଧଳା ଧୋତି ଆଉ ପଞ୍ଜାବୀ । ଆଖିରେ ଚଷମା । ପକେଟରେ କଲମ । କଥାରେ ଶିକ୍ଷକର ଆଚରଣ । ଆଉ ମନରେ ସଂସ୍କୃତିର ଆବେଗ । ଶିକ୍ଷକତାର ବୃତ୍ତି ଭିତରେ ଅନେକ ବର୍ଷ ଓ ଅନେକ ସଂଘର୍ଷ । ସାରା ଅଂଚଳର ଲୋକେ ତାଙ୍କୁ ଜଣେ ଆଦର୍ଶ ଶିକ୍ଷକ ଭାବେ ଜାଣନ୍ତି ।
ଛାତ୍ରଛାତ୍ରୀଙ୍କ ତୁନ୍ଦରେ ସେ ପି୍ରୟ ‘ବିଷ୍ଣୁ ସାର୍’ । କିନ୍ତୁ ଖାଲି ଏତିକି ନୁହେଁ, ରାଜ୍ୟର ଜଣେ ସଂସ୍କୃତି ପ୍ରଚାରକ ଭାବେ ସେ ଖୁବ୍ ଜଣାଶୁଣା । ଓଡ଼ିଶୀ ସଂକୀର୍ତ୍ତନର ପ୍ରସାର ଦିଗରେ ତାଙ୍କର ଅବଦାନକୁ ଭୁଲିପାରିବେନି ଓଡିଶାବାସୀ । ଗାଁ ଗହଳିରେ ଅନେକ ସମୟରେ ଲୋଡ଼ାପଡ଼େ ଏଇ ଲୋକଟିକୁ । ସେ ଆସିଲେ ଖୋଳ ପୂଜା ହବ, ଆଉ ନାମ ସଂକୀର୍ତ୍ତନ ହେବ । କେଉଁଠି ଅଷ୍ଟପ୍ରହରୀ ତ କେଉଁଠି ଚତୁର୍ଥପ୍ରହରୀ, ସବୁଠି ସେ ହାଜର ହୋଇଯା’ନ୍ତି । ଭଲ ଖୋଳ ବଜାଇ ପାରନ୍ତି । ଭଲ ଝାଞ୍ଜ ବଜାଇପାରନ୍ତି । ଭଲ ଗାଇ ବି ପାରନ୍ତି । ସବୁଥିରେ ଭଲ ବୋଲି ତ ସବୁଠି ତାଙ୍କର ଆଦର । କଟକ ଜିଲ୍ଲା ଅନ୍ତର୍ଗତ ଦେବୀ କନ୍ଦଳ ଧୋଇଆ ଅଂଚଳରେ ତାଙ୍କର ଘର । ଗାଁ-ସିଠାଳ । ଜନ୍ମ ୧୯୫୧ମସିହା, ନଭେମ୍ବର ୬ ତାରିଖରେ । ବାପା ହରେକୃଷ୍ଣ ମହାପାତ୍ର ଓ ମା’ ଛାୟାମଣି ମହାପାତ୍ର । ବାପାଙ୍କ ତିନିପୁଅଙ୍କ ମଧ୍ୟରେ ସେ ଥିଲେ ମଝିଆଁ । ବୃତ୍ତିରେ ଶିକ୍ଷକ୍ ହୋଇ ମଧ୍ୟ ସଂକୀର୍ତ୍ତନର ପ୍ରସାର ଓ ଲୋକଙ୍କ ଭିତରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବାରେ ସେ ଦୀର୍ଘବର୍ଷ ଧରି ପୁରୋଧା ସାଜିଥିଲେ । ସେ ଥିଲେ ନିଖିଳ ଉକôଳ ସଂକୀର୍ତ୍ତନ ମହାସଂଘର ସଭାପତି । ପ୍ରଥମତଃ କଟକ ଜିଲ୍ଲାରେ ସଂକୀର୍ତ୍ତନ କାର୍ଯ୍ୟକ୍ରମକୁ ବ୍ୟାପକ କରି, ପରେ ସେ ଏହାର ଅଧିକ ପ୍ରସାର ଲାଗି ଉଦ୍ୟମ କରି ଆସୁଥିଲେ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସେ ଓଡ଼ିଶୀ ସଂକୀର୍ତ୍ତନର ଆୟୋଜନ କିର ଜଣେ ଦକ୍ଷ ସଂଗଠକର ପରିଚୟ ତିଆରି କରିପାରିଛନ୍ତି । ରାଜ୍ୟରେ ସବୁ ଧାରାର ସଂକୀର୍ତ୍ତନକୁ ଏକାଠି କରି ସେ ଆଗକୁ ଏକ ଭକ୍ତି ଆନେ୍ଦାଳନ ସୃଷ୍ଟି କରିବାକୁ ଚିନ୍ତା କରିଥିଲେ ଓ ଏଦିଗରେ କାର୍ଯ୍ୟମଧ୍ୟ ଆରମ୍ଭ କରିଦେଇଥିଲେ । ନିଜେ ଉକôଳୀୟ ଧାରାରେ ସଂକୀର୍ତ୍ତନ କରୁଥିଲେ ମଧ୍ୟ, ନଦିଆ ସଂକୀର୍ତ୍ତନ ଓ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର ସଂକୀର୍ତ୍ତନ ଦଳଗୁଡିକୁ ଏକତି୍ରତ କରିବା ନେଇ ବିଷ୍ଣୁବାବୁ ରାଜ୍ୟ୍ୟସାରା ଘୁରି ବୁଲୁଥିଲେ । ଧାରା ଅଲଗା ହେଲେ ବି ସେ ସବୁ ସଂକୀର୍ତ୍ତନ ମଧ୍ୟରେ ସମନ୍ନୟ ଆଣିବାର ସେ ପ୍ରୟାସ ଜାରି ରଖିଥିଲେ । ଏହା କିଛି କମ କଥା ନୁହେଁ । ଦୀର୍ଘ ବର୍ଷର ଶିକ୍ଷକତା ଚାକିରୀରେ ରହି ବିଷ୍ଣୁ ବାବୁ ବିଦ୍ୟାଳୟ ଅନୁନୀରିକ୍ଷକ ଭାବେ ଅବସର ନେଇଥିଲେ । ପରେ ଦେବୀକନ୍ଦଳ ଦୀପାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ । ଶିକ୍ଷକମାନଙ୍କ ସମସ୍ୟା ନେଇ ଲଢୁଥିଲେ । ଶିକ୍ଷକ ମହାସଂଘ ସହ ଜଡ଼ିତ ହୋଇ ସେ ବହୁ କାର୍ଯ୍ୟକ୍ରମରେ ସକି୍ରୟ ଅଂଶଗ୍ରହଣ କିରଆସୁଥିଲେ । ତେବେ ଏହା ସହ ବହୁ ସମାଜିକ ଓ ସାଂସ୍କୃତିକ ସଂଗଠନ ସହ ସେ ଜଡିତ ଥିଲେ । ଏ ରକ୍ତ ମାଂସର ଶରୀର ଦିନେ ନା ଦିନେ ମାଟିରେ ମିଶିଯିବ । ଏହା ଜାଣି ସୁଦ୍ଧା ସଂପର୍କରୁ କେହି ଜଣେ ଚାଲିଗଲେ ମଣିଷ ଅଧିର ହୋଇପଡ଼େ । ଆମେ ଭଲ ଭାବେ ଜାଣିଛେ ଯେ, ଜୀବନଟା କ’ଣ । ଜନ୍ମଥିଲେ ମୃତୁ୍ୟ ଅଛି, ଏହା ଜାଣିଲେ ସୁଦ୍ଧା ମଣିଷ ଭିତରେ ମୋହ, ମାୟା ଥାଏ । ଏକଦା ଜୀବନ ଓ ମୃତୁ୍ୟର ଏହି ଦର୍ଶନ ବାଢ଼ୁଥିବା ବିଷ୍ଣୁବାବୁ ଶେଷରେ ଅନ୍ତିମ ସତ୍ୟ ଭିତରେ ଲୀନ ହୋଇଗଲେ । ୨୦୧୯ ଜାନୁଆରୀ ୧୮ ତାରିଖ ରାତିରେ ମାତ୍ର ୬୮ ବର୍ଷ ବୟସରେ ତାଙ୍କ ଜୀବନର ଅବସାନ ଘଟିଲା । ହେଲେ ଓଡ଼ିଆ ଜୀବନଧାରାରେ ସଂକୀର୍ତ୍ତନକୁ ଲୋକପି୍ରୟ କରିବାରେ ତାଙ୍କ ଅବଦାନ ସବୁଦିନ ମନେ ରହିବ । ଏକଦା ସେ ଓଡ଼ିଶୀ ସଂକୀର୍ତ୍ତନର ଅନ୍ୟଜଣେ ପୁରୋଧା ମଦନମୋହନ ଦାସଙ୍କୁ ନେଇ ତତକାଳୀନ ସଂସ୍କୃତିମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଭେଟିଥିଲେ । ସଂକୀର୍ତ୍ତନକୁ ଲୋକାଭିମୁଖୀ ତଥା ଲୋକପି୍ରୟ କରିବାରେ କି କି ସମସ୍ୟା ରହିଛି ଓ ଏ ଦିଗରେ କ’ଣ ସବୁ ପଦକ୍ଷେପ ନେଇହବ ସେ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟରେ ଚାରିହଜାରରୁ ଅଧିକ ସଂକୀର୍ତ୍ତନ ମନ୍ଦଳୀ ଥିବାରୁ ପ୍ରତିବର୍ଷ ଶହେ ଦଳକୁ ଖୋଳ-ତାଳ ଦେବାକୁ କଥା ଦେଇଥିଲେ । ମାତ୍ର ପରେ ଏହି ନିଷ୍ପତ୍ତି ବଦଳିଲା । ସରକାର ନିଷ୍ପତ୍ତି ନେଲେ ଜିଲ୍ଲାସ୍ତରରେ ଜିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଲକ ସ୍ତରରେ ବ୍ଲକ କଳା ସଂସ୍କୃତି ସଂଘ କାର୍ଯ କରିବ । ଏହି ସଂଘ ସହାୟତାରେ ଆଞ୍ଚଳିକ କଳାକାର ମାନେ ଉପକୃତ ହେବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୧ ମସିହା ଏପି୍ରଲ୍ ୧ରେ କଳାକାର ସଂଘ ଗଠନ ପ୍ରକି୍ରୟା ଆରମ୍ଭ ହୋଇଥିଲା । ଲୋକକଳା ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ସଚେତନତାର ବାର୍ତ୍ତା ପ୍ରଚାର ଏହାର ଉଦେ୍ଦଶ୍ୟ । ଜିଲ୍ଲାସ୍ତରରେ ଜିଲ୍ଲା କଳା ସଂସ୍କୃ୍ତି ସଂଘ ଓ ବ୍ଳକ ସ୍ତରରେ ବ୍ଲକ୍‌ ସଂସ୍କୃତି ସଂଘ ଗଠନ ହୋଇଛି । ଏହି ଦୁଇଟି ସଂଘ ଦ୍ୱାରା ଲୋକକଳା ଦଳଗୁଡିକ ପରିଚାଳିତ ହେଉଛନ୍ତି । ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାର ୩୧୪ଟି ବ୍ଲକରେ ୪୭୧ଟି ଲୋକକଳା ରହିଥିବା ଚିହ୍ନଟ କରାଯାଇଛି । ସେହିଭଳି ଏହି ସଂଘଗୁଡିକ ସହ ୭୪୮୨ଟି ଲୋକକଳା ଦଳ ଓ ୮୩୦୫୪ଜଣ କଳାକାର ପଞ୍ଜୀକୃତ ହୋଇଛନ୍ତି ।
ତେଣୁ ସଂକୀର୍ତ୍ତନର ପ୍ରସାର ନେଇ ତାଙ୍କର ଉଦ୍ୟମ ପରୋକ୍ଷରେ ସରକାରଙ୍କୁ ଏ କ୍ଷେତ୍ରରେ ମାନସମନ୍ଥନ କରିବାରେ ସହାୟକ ହୋଇଥିଲା । ବିଷ୍ଣୁବାବୁଙ୍କ ଉଦ୍ୟମରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସଂକୀର୍ତ୍ତନକୁ ସାମିଲ କରାଯାଇଥିଲା । ଏହା ବ୍ୟତୀତ ସେ କଳାକାରଙ୍କୁ ସହାୟତା ନେଇ ସର୍ବଦା ପ୍ରଚେଷ୍ଟାରତ ଥିଲେ । ୨୦୧୯ ଜାନୁଆରୀ ୧୮ ତାରିଖ ଥିଲା ତାଙ୍କର ଶେଷ ଦିନ । ରାତି ପାହିବା ପୂର୍ବରୁ ସେ ଆଖି ବୁଜି ଦେଇଥିଲେ ସବୁଦିନ ପାଇଁ । ସତୁରୀ ବର୍ଷ ବୟସରେ ତାଙ୍କର ଦେହାନ୍ତ ସାରା ରାଜ୍ୟର କଳାକାରଙ୍କୁ ଶୋକାଭିଭୂତ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*