ସଂସଦ ପରିସରରେ ସାଂସଦଙ୍କ ବେକରେ ପିଆଜ ମାଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ଦେଶରେ ବୃଦ୍ଧି ପାଉଥିବା ପିଆଜ ଦର ସଧାରଣ ଲୋକଙ୍କ ବଜେଟକୁ ବିଗାଡ଼ି ସାରିଲାଣି । ରାଜନୈତିକ ଦଳମାନେ ଏହି ପ୍ରସଙ୍ଗକୁ ଆଗକୁ ଆଣି ସରକାରଙ୍କ ଉପରେ ବର୍ଷିବା ଆରମ୍ଭ କରିଛନ୍ତି । ଏହିକ୍ରମରେ ମଙ୍ଗଳବାର ଆପ୍‌ ସାଂସଦ ସଞ୍ଜୟ ସିଂହ ଏବଂ ସୁଶିଲ ଗୁପ୍ତା ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଦୁଇ ସାଂସଦ ବେକରେ ପକାଇଥିଲେ ପିଆଜ ମାଳ ।
ସୂଚନାଯୋଗ୍ୟ ଯେ ଆପ୍‌ ପିଆଜ ଦର ନେଇ କେନ୍ଦ୍ର ସରକାରଙ୍କୁ ନିୟମିତ ଆକ୍ଷେପ କରିବା ସହ ଟ୍ୱିଟର ଲଢେଇ ଜାରି ରଖିଛି । ଆପ୍‌ ନେତାମାନେ ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ମଧ୍ୟ ଟାର୍ଗେଟ କରିଆସୁଛନ୍ତି । ଦଳ ପିଆଜ ଘୋଟାଲାର ଅଭିଯୋଗ ଆଣି ପ୍ରଶ୍ନ କରିଛି ଯେ, ପାଶୱାନ କହୁଛନ୍ତି ୩୨ ହଜାର ଟନ୍‌ ପିଆଜ ସଢିଗଲା । ତେବେ ସଢିବା ପୂର୍ବରୁ ଏହି ପିଆଜକୁ କାହିଁକି ଲୋକଙ୍କୁ ଦିଆଗଲା ନାହିଁ । ଏହି ୩୨ ହଜାର ଟନ୍‌ ପିଆଜକୁ ନେଇ ବଡ଼ ଘୋଟାଲା ହୋଇଛି, ଏହାର ଯାଞ୍ଚ କରାଯାଉ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*