ଶ୍ରୀ କୃପାଳଜୀ ମହାରାଜାଙ୍କର ୭ମ ମହାପ୍ରୟାଣ ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଜଗଦ୍ଗୁରୁ ଶ୍ରୀ ଶ୍ରୀ ୧୦୦୮ ସ୍ୱାମୀ କୃପାଳଜୀ ମହାରାଜଜୀଙ୍କର ୭ମ ମହାପ୍ରୟାଣ ସ୍ମରଣ ମହୋତ୍ସବ ଭୁବନେଶ୍ୱର ଜୟଦେବବିହାରସ୍ଥିତ ଶ୍ୟାମାଶ୍ୟାମଧାମ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୭ ଘଟିକା ସମୟରେ ଆଶ୍ରମର ଅଧ୍ୟକ୍ଷା ସୁଶ୍ରୀ ବ୍ରଜଚକୋରୀ ଦେବୀଜୀଙ୍କ ଦିଗ୍ଦର୍ଶନରେ ସତ୍ସଙ୍ଗ, ଭଜନ, କୀର୍ତ୍ତନ ସହିତ ଶ୍ରୀ ମହାରାଜଜୀଙ୍କ ସ୍ମରଣରେ ତାଙ୍କ ଜୀବନୀ ସମ୍ପର୍କୀତ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଏବଂ ଆର୍ଥିକ ଅନଗ୍ରସର ବ୍ୟକ୍ତିମାନଙ୍କୁ କମ୍ବଳ, ସତରଞ୍ଜି, ବିଛଣା·ଦର, ସ୍ୱେଟର/ଟୋପି ଓ ବ୍ୟାଗ୍ ବଣ୍ଟନ କରାଯାଇଥିଲା । ଏତଦ୍ବ୍ୟତୀ ପ୍ରାୟ ୧୦୦ ଜଣ ଅନାଥ ପିଲାମାନେ ଉପସ୍ଥିତ ରହି କମ୍ବଳ ଓ ସତରଞ୍ଜି ଇତ୍ୟାଦି ଗ୍ରହଣ କରିଥିଲେ ଏବଂ ଉକ୍ତ ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଙ୍ଗୀତଭିତ୍ତିକ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ପରେ ବ୍ରାହ୍ମଣ ଭୋଜନ ସହିତ ଦରିଦ୍ର, ଅନାଥ, ଅସହାୟ, ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାମାନଙ୍କୁ ପ୍ରସାଦ ସେବନ ଦ୍ୱାରା ଆପ୍ୟାୟିତ କରାଯାଇଥିଲା ।
ଅପରାହ୍ନରେ କଟକ ନରାଜସ୍ଥିତ ସାଧନା ଜରାଶ୍ରମରେ ପ୍ରାୟ ୨୫ଜଣ ଅନ୍ତେବାସୀଙ୍କୁ କମ୍ବଳ, ସତରଞ୍ଜି, ବିଛଣା·ଦର, ସ୍ୱେଟର/ଟୋପି ଏବଂ ବ୍ୟାଗ୍ ଇତ୍ୟାଦି ସହ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ଆଶ୍ରମରେ ବିଶେଷ ସାଧାନ ଶିବିର ଅନୁଷ୍ଠିତ କରାଯାଇ ସନ୍ଧ୍ୟାରେ ଉତ୍ସବ ଉଦ୍ୟାପନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*