ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ଭାରତ ସହ ମିଳି କାମ କରିବାକୁ ଦେଲେ ପ୍ରତିଶ୍ରୁତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କଲମ୍ବୋ
ବୁଧବାର ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ନିଜର ବଡ ଭାଇ ମହିନ୍ଦା ରାଜପାକସେଙ୍କୁ ଦେଶର ପ୍ରଧାନମନ୍ତ୍ରୀଭରବେ ନିଯୁକ୍ତ କରିଥିଲେ । ଆଉ ଏହାର ଦିନକ ପରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକସେ ଆନୁଷ୍ଠାନିକଭାବେ ପ୍ରଧାନମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ତଥା ସାନ ଭାଇ ଗୋଟାବାୟା ରାଜପାକ୍‌ସେ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିଯୁକ୍ତ ରାଜପାକ୍‌ସେଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶପଥ ଗ୍ରହଣ ଉତ୍ସବ ପରେ ମହିନ୍ଦା ରାଜପାକ୍‌ସେ, ମୋଦୀଙ୍କୁ ଧନ୍ୟବାନ ଜଣାଇବା ସହ ଆଗକୁ ଭାରତ ଏବଂ ଶ୍ରୀଲଙ୍କା ମିଳିତଭାବେ କାମ କରି ଦ୍ୱିପାକ୍ଷିକ ସଂପର୍କକୁ ସୁଦୃଢ କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ରାଜପାକ୍‌ସେ ଟ୍ୱିଟ୍‌ କରିଥିଲେ ଯେ, “ଧନ୍ୟବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚାଲନ୍ତୁ, ଦୁଇ ଦେଶରେ ଶାନ୍ତି ଏବଂ ସମୃଦ୍ଧି ପାଇଁ ଆମେ ପୂର୍ବବତ୍‌ ମିଳିତ ହୋଇ କାମ କରିବା” ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍‌ କରି ନୂଆ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କୁ ଅଭିନନ୍ଦନ ଜଣାଇବା ସହ ଦୁଇ ଦେଶର ସଂପର୍କକୁ ସୁଧାର କରିବା ସକାଶେ ତାଙ୍କ ସହ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ବୋଲି ଇଚ୍ଛାପ୍ରକାଶ କରିଥିଲେ । କିଛି ଦିନ ତଳେ ଗୋଟାବାୟା ରାଜପାକ୍‌ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ । ଏହି ନିମନ୍ତ୍ରଣ ରକ୍ଷା କରି ଗୋଟାବାୟା ଆସନ୍ତା ନଭେମ୍ବର ୨୯ରେ ଭାରତ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*