ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ଶ୍ରାଦ୍ଧଦିବସ ପାଳନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ଶୁକ୍ରବାର ସ୍ଥାନୀୟ ପାୱାର ହାଉସ ଛକ ସ୍ଥିତ ଉକôଳ ସମ୍ମିଳନୀ ସରଣୀ ଆରମ୍ଭରେ ସ୍ଥାପିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ପ୍ରତିମୂର୍ତ୍ତିରେ ଉକôଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଉକôଳ ସମ୍ମିଳନୀର ପ୍ରଥମ ସଭାପତି ମୟୁରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ଶ୍ରାଦ୍ଧଦିବସ ଅବସରରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ଅତିଥୀ ଭାବେ ଯୋଗ ଦେଇ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ଉକôଳ ସମ୍ମିଳନୀର ଉପଦେଷ୍ଟା ତଥା ଗାନ୍ଧୀବାଦି ନେତା ପଦ୍ମ ଚରଣ ନାୟକ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚେଶ୍ୱର ଶାଖା ଉପ-ସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ଯୁଗ୍ମ- ସଂପାଦକ ଅଶୋକ ପାଲଟାସିଂହ, ଇଂ ଶିବ ପ୍ରସାଦ ମିଶ୍ର, ବାସନ୍ତୀ ତ୍ରିପାଠୀ, ମହେଶ୍ୱର ବିଶ୍ୱାଳ, ପ୍ରସନ୍ନ ରଥ, ଅକ୍ଷୟ ଜେଠୀ, ସିଦ୍ଧାର୍ଥ ଶେଖର ଗଡନାୟକ ଓ କ୍ଷେତ୍ର ମୋହନ ନାୟକ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*