ଶ୍ରୀନି ଓ ସୌରଭଙ୍କ ଲାଗି ଲାଇଫ୍‌ ଲାଇନ୍‌ ଦେଲେ ସୁପ୍ରିମକୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ନୂଆଦିଲ୍ଲୀ

ଭାରତୀୟ କ୍ରିକେଟ ବୋର୍ଡର ଅନୁବନ୍ଧିତ ସଂଘ ଗୁଡ଼ିକର ନିର୍ବାଚନ ବାବଦରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ପ୍ରଦାନ କରିଥିବା ନୂଆ ନିଦେ୍ର୍ଦଶ ଏନ୍‌ ଶ୍ରୀନିବାସନ ଏବଂ ସୌରଭ ଗାଙ୍ଗୁଲିଙ୍କ ଲାଗି ଲାଇଫ୍‌ ଲାଇନ୍‌ ବନିଯାଇଛି । ନିଜ ନିଜ ସଂଘର ନିର୍ବାଚନ କରିବାକୁ ଆଦେଶ ଦେବା ସହ ଅଯୋଗ୍ୟ ନିୟମ କେବଳ ପଦାଧିକାରୀ ନିର୍ବାଚନ ଲାଗି ଲାଗୁ ହେବ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତିି ସୁପ୍ରିମକୋର୍ଟ । ଏହା ଏକାଧିକ ଆସୋସିଏସନ୍‌ ପାଇଁ ବଡ଼ ଆଶ୍ୱସ୍ତି ଆଣି ଦେଇଛି । କିଛି ଦିନ ତଳେ ପ୍ରଶାସନିକ କମିଟି ନିର୍ବାଚନ ବାବଦରେ ନିଜ ନିଦେ୍ର୍ଦଶ ଜାରି କଲାବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ହେବାକୁ ମଧ୍ୟ କୁଲିଂ ଅଫ୍‌ ପିରିୟଡ୍‌ ଭାବରେ ଗ୍ରହଣ କରିଥିଲେ । ଯାହାକୁ ଶୁକ୍ରବାର ଏଡାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ସୌରଭ ଗାଙ୍ଗୁଲିଙ୍କ ପାଇଁ ପୁଣି ଥରେ ବଙ୍ଗଳା କ୍ରିକେଟ ସଂଘର ସଭାପତି ହେବାର ସମ୍ଭାବନା ବଢ଼ିଯାଇଛି । ସେହିପରି ଶୁକ୍ରବାର ଦିନ ସୁପ୍ରିମକୋର୍ଟ ତାମିଲନାଡ଼ୁ କ୍ରିକେଟ ସଂଘକୁ ନିଜ ନିର୍ବାଚନ ସାରିବାକୁ ନିଦେ୍ର୍ଦଶ ଦେଇ କହିଛନ୍ତି ଫଳାଫଳ ଘୋଷଣା କିନ୍ତୁ ଆମ ନିଷ୍ପତ୍ତି ପରେ ହେବ । ଜଷ୍ଟିସ୍‌ ଏସ୍‌ଏ ବୋବଡେ୍‌ ଏବଂ ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଖନ୍ଦପୀଠ ରାଜ୍ୟସଂଘ ଗୁଡ଼ିକୁ ନିର୍ବାଚନ ଶେଷ କରିବା ପାଇଁ କହିବା ସହ ଫଳାଫଳ ଘୋଷଣା ନ କରିବା ଲାଗି ନିଦେ୍ର୍ଦଶ ଦେଇଛନ୍ତି । ଏହି ନିଦେ୍ର୍ଦଶ ଆସିବା ପରେ ବଙ୍ଗଳା କ୍ରିକେଟ ସଂଘ ଏବଂ ତାମିଲନାଡ଼ୁ କ୍ରିକେଟ ସଂଘ ଏହାକୁ ସ୍ୱାଗତ କରିଛନ୍ତି । ଅକ୍ଟୋବର ୨୨ ତାରିଖରେ ବୋର୍ଡର ଏଜିଏମ୍‌ ସହ ନିର୍ବାଚନ ଅନୁଷ୍ଠିତ ହେବ । ତାହାର ଫଳାଫଳ ସିଲ୍‌ ଲଫାଫାରେ ସୁପ୍ରିମକୋର୍ଟକୁ ପ୍ରଶାସନିକ କମିଟି ପ୍ରଦାନ କରିବେ । ସେଇଥିପାଇଁ ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ସବୁ ରାଜ୍ୟ ସଂଘ ଗୁଡ଼ିକୁ ନିଜ ନିଜ ନିର୍ବାଚନ ସାରିବାକୁ ନିଦେ୍ର୍ଦଶ ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*