ଶ୍ରୀନଗରରେ ଗ୍ରେନେଡ୍‌ ହମ୍‌ଲା : ୭ ଆହତ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ଶ୍ରୀନଗର

ଶନିବାର ଦିନ ଏଠାରେ ଏକ ମାର୍କେଟ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ପକ୍ଷରୁ ଗ୍ରେନେଡ୍‌ ଫିଙ୍ଗାଯିବାରେ ୭ଜଣ ଲୋକ ଆହତ ହୋଇଛନ୍ତି । ଲାଲଚୌକ୍‌ ନିକଟବର୍ତ୍ତୀ ହରି ସିଂ ହାଇଷ୍ଟ୍ରିଟ୍‌ରେ ଶନିବାର ଅପରାହ୍ନରେ ଲୋକେ କିଣାବିକା କରୁଥିବା ଅବସ୍ଥାରେ ଏକ ଗ୍ରେନେଡ୍‌ ହମଲା ହୋଇଥିଲା । ରାସ୍ତାକଡ଼ରେ ଗ୍ରେନେଡ୍‌ ଫୁଟିବାରୁ ୭ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି । ଏହି ଘଟଣାରେ ସେଠାରେ ପାର୍କ ହୋଇଥିବା କାରଗୁଡ଼ିକର କାଚ ମଧ୍ୟ ଭାଙ୍ଗିଯାଇଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*