ଶ୍ରମ ଆଇନ ସଂଶୋଧନ ବନ୍ଦ ଓ ଇସ୍ପାତ କାରଖାନା ପ୍ରତିଷ୍ଠା ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଯଶିପୁର

ଯଶିପୁର ସ୍ଥିତ ଏସ୍ୟୁସିଆଇ (କମୁ୍ୟନିଷ୍ଟ) ଅଫିସ ସଭାଗୃହଠାରେ ଅଲ୍ ଇନ୍ଦିଆ ୟୁନାଇଟେଡ୍ ଟ୍ରେଡ ୟୁନିୟନ ସେଣ୍ଟର (ଏଆଇୟୁଟିୟୁସି)ର ପ୍ରଥମ ମୟୂରଭଞ୍ଜ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଆଇୟୁଟିୟୁସି ଓଡ଼ିଶା ରାଜ୍ୟ ସଭାପତି ତଥା ଯଶିପୁରର ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ ପତାକା ଉତ୍ତୋଳନ କରିବା ପରେ ସଂଗଠନର ପ୍ରତିଷ୍ଠାତା ଶିବଦାସ ଘୋଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସମ୍ମିଳନୀ ଆରମ୍ଭ ହୋଇଥିଲା ।
ମାଲିକ ଶ୍ରେଣୀ ସ୍ୱାର୍ଥରେ ଶ୍ରମ ଆଇନ ସଂଶୋଧନ ବନ୍ଦ କରିବା, ମଜୁରୀ କୋଡ୍ ବାତିଲ କରିବା, ଏନଟିପିସି, ନାଲକୋ, ସେଲ୍, ନୀଳାଚଳ, ଇସ୍ପାତ ନିଗମ ସମେତ ଅନ୍ୟାନ୍ୟ ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ସର୍ବନିମ୍ନ ମଜୁରୀ ମାସିକା ୨୧ ହଜାର ଟଙ୍କା କରିବା, ମଧ୍ୟାହ୍ନ ଭୋଜନ ପାଚିକା, ଆଶାକର୍ମୀ ଓ ସାଥି, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା, ସ୍ୱାବଲମ୍ବୀ କାରିଗରୀ(ଏସଇଏମ୍) ଆଦି ସ୍କିମ୍ ଶ୍ରମିକଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ନିର୍ମାଣ ଶ୍ରମିକ ଓ ବିଡ଼ି ଶ୍ରମିକଙ୍କୁ ସହଜ ପ୍ରକି୍ରୟାରେ ପରିଚୟପତ୍ର ପ୍ରଦାନ କରି ସମସ୍ତ ପ୍ରକାର ସହାୟତାକୁ ଶୀଘ୍ର ପ୍ରଦାନ କରିବା, ମୟୂରଭଞ୍ଜ ଜିଲ୍ଲାରେ ସରକାରଙ୍କ ପରିଚାଳନାରେ ଶ୍ରମ ଭିତ୍ତିକ ଇସ୍ପାତ ଓ ଆନୁସଙ୍ଗିକ କାରଖାନା ପ୍ରତିଷ୍ଠା କରିବା, ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ଠାରୁ କେନ୍ଦୁଝରଗଡ଼କୁ ରେଳପଥ ସଂଯୋଗୀକରଣ ସମେତ ସମସ୍ତ ଅଞ୍ଚଳକୁ ରେଳପଥ ନିର୍ମାର କରିବା ଦାବିରେ ଆନେ୍ଦାଳନ ସଂଗଠିତ କରିବା ନିମନ୍ତେ ସମ୍ମିଳନୀର ମୁଖ୍ୟ ଚିଠା ପ୍ରସ୍ତାବକୁ ପ୍ରକାଶ କୁମାର ମଢ଼େଇ ଆଗତ କରିଥିଲେ । ପ୍ରତିନିଧିମାନେ ଆଲୋଚନା କରି ସର୍ବସମ୍ମତିକ୍ରମେ ଗୃହୀତ କରିଥିଲେ । ସଂଗଠନର ରାଜ୍ୟ ସଭାପତି ଶମ୍ଭୁନାଥ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏଆଇୟୁଟିୟୁସି ରାଜ୍ୟ ସମ୍ପାଦକ ଜୟସେନ ମେହେର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*