ଶ୍ରମିକ ସହାୟତା ପ୍ରଦାନରେ ଅନିୟମିତତା ପ୍ରତିବାଦରେ ବିକ୍ଷୋଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଫୁଲବାଣୀ
କନ୍ଧମାଳ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅନିୟମିତତା ଓ ଦୁର୍ନୀତି ବିରୋଧରେ ଶୁକ୍ରବାର ଓଡିଶା ଜଙ୍ଗଲ, କାଷ୍ଠ, କୃଷି ଓ ନିର୍ମାଣ ଶ୍ରମିକ ସଂଘ କନ୍ଧମାଳ ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରମ ଅଧିକାରୀଙ୍କ ବିରୋଧରେ ଏକ ଦାବିପତ୍ର ମଧ୍ୟ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କୁ ପ୍ରଦାନ କରାଯାଇଛି । ସଂଘର ସମ୍ପାଦକ ଶିଶିର ମଲ୍ଲିକଙ୍କ ନେତୃରେ ସ୍ଥାନୀୟ ମାଦିକୁନ୍ଦା ଛକଠାରୁ ଶତାଧିକ ଶ୍ରମିକ ଶୋଭାଯାତ୍ରାରେ ବାହାରି ଶ୍ରମ କାର୍ଯ୍ୟାଳୟ ଆଗରେ ପହଂଚିବା ପଡରେ ସେଠାରେ ବିକ୍ଷୋଭ କରିଥିଲେ । ପରେ ଜିଲାପାଳଙ୍କ କାର୍ଯାଳୟରେ ଆଗରେ ପଥପ୍ରାନ୍ତ ସଭା କରାଯାଇ ଚାଲିଥିବା ଦୁର୍ନୀତି ବିରୋଧରେ ନେତାମାନେ କହିଥିଲେ । ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଜିଲ୍ଲା ଶ୍ରମ ବିଭାଗରେ ଖୋଲାଖୋଲି ଭାବରେ ଦୁର୍ନୀତି ଚାଲିଥିବା ଅଭିଯେ୍ାଗ କରିଥିଲେ । ଶ୍ରମ ଅଧିକାରୀ ରଞ୍ଜନ ବେହେରା ଶ୍ରମିକମାନଙ୍କୁ ସରାକାରୀ ସହାୟତା ଠିକ ଭାବରେ ପ୍ରଦାନ କରୁ ନ ଥିବା ଯୋଗୁଁ ଯୋଗ୍ୟ ହିତାଧିକାରୀମାନେ ସହାୟତା ରାଶି ପାଇବାରୁ ବଂଚିତ ହେଉଥିବା, ନିର୍ମାଣ ଶ୍ରମିକ ମାନଙ୍କର ପଞ୍ଜିକରଣ ପାଇଁ ଶ୍ରମ ବିଭାଗର କାର୍ଯ୍ୟାଳୟରେ ନ କରି ଘରୋଇ କମ୍ପୁ୍ୟଟର ସଂସ୍ଥା ଜରିଆରେ କାମ କରାଇ ଶ୍ରମିକ ମାନଙ୍କଠାରୁ ଜଣ ପିଛା ୧୫୦ ଟଙ୍କା ଲେଖାଁଏ ଆଦାୟ କରିବା, ପଞ୍ଜିକରଣ ପାଇଁ ଖୋଲାଖୋଲି ଭାବରେ ଲାଂଚ ମାଗିବା, ପଞ୍ଜିକୃତ ଶ୍ରମିକ ମାନଙ୍କର ବାର୍ଷିକ ଦେୟ ୫୦ ଟଙ୍କା ହୋଇଥିବା ସ୍ଥଳେ ପ୍ରତ୍ୟେକ ଶ୍ରମିକଠାରୁ ୭୦ ଟଙ୍କା ଲେଖାଁଏ ଆଦାୟ କରାଯିବା, ସେମାନଙ୍କର ଡାଟା ଏଣ୍ଟି୍ର କରିବା ପାଇଁ ଶହେଟଙ୍କା ଲେଖାଁଏ ଆଦାୟ କରାଯିବା, ନିର୍ମାଣ କଲ୍ୟାଣ ବୋର୍ଡର ସହାୟତା ପକ୍ଷରୁ ସାଇକଲ, ନିର୍ମାଣ ଉପକରଣ ଓ ନିରାପଦ ଉପକରଣ ପ୍ରଦାନ ପାଇଁ ଜିଲ୍ଲା ସ୍ତରରେ ଭେନ୍ଦର ଚୟନ କରି ହୀତାଧିକାରୀଙ୍କ ଜମା ଖାତାକୁ ଟଙ୍କା ପ୍ରେରଣ କରିବା ପରିବର୍ତ୍ତେ ନିଜେ ଶ୍ରମ ଅଧିକାରୀ ଜିନିଷ କ୍ରୟ କରି ସେଥିରୁ ହଜାର ହଜାର ଟଙ୍କା ହଡପ କରୁଥିବା, ଶ୍ରମିକ ମାନଙ୍କର ମୃତୁ୍ୟ କାଳୀନ ସହାୟତା, ବିବାହ ସହାୟତା, ପ୍ରସୂତି କାଳୀନ ସହାୟତା, ଛାତ୍ର ବୃତ୍ତି ଏବଂ ଅନ୍ୟ ସହାୟତା ପାଇଁ ଆବେଦନ କରିଥିବା ଶ୍ରମିକ ମାନଙ୍କ ଘରକୁ କର୍ମଚାରୀ ପଠାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରିବା ଭଳି ବିଭିନ୍ନ ଅଭିଯୋଗ ମୂଳକ ଏକ ଦାବିପତ୍ର ଜିଲପାଳଙ୍କୁ ପ୍ରଦାନ କରାଯାଇଛି । ଏଥିସହିତ ଶ୍ରମ ଅଧିକାରୀ ପୂର୍ବରୁ ଥିବା ସ୍ଥାନ ଗୁଡିକରେ ମଧ୍ୟ ଏଭଳି ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ମଧ୍ୟ ଜିଲାପାଳଙ୍କ ନିକଟରେ ଅଭି୍େୟାଗ କରାଯାଇଛି । ଏହି ବିକ୍ଷୋଭରେ ଏଆଇଟିୟୁସିର ସାଧାରଣ ସମ୍ପାଦକ ଯୁଦ୍ଧିଷ୍ଟିର ସାହୁଙ୍କ ସମେତ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଓ ଶତାଧିକ ଶ୍ରମିକ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*