ଶୋଭନୀୟ ଆନେ୍ଦାଳନର ବିଶ୍ୱ ଅହିଂସା ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଶୋଭନୀୟ ଆନେ୍ଦାଳନ ପକ୍ଷରୁ ବିଶ୍ୱ ଅହିଂସା ଦିବସ ଓ ପବିତ୍ର ଗାନ୍ଧୀ ଜୟନ୍ତୀ ତଥା ଶାସ୍ତ୍ରୀ ଜୟନ୍ତୀ କ୍ୟାପିଟାଲ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ବା-ବାପୁ-୧୫୦ ପାଳନ ସମିତିର ଅଧ୍ୟକ୍ଷା ଡ. ଅରୁନ୍ଧତୀ ଦେବୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦ୍ଘାଟିକା ଭାବେ କିଟ୍ କିସ୍ର ସଭାପତି ମା’ଶାଶ୍ୱତୀ ବଳ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଗ୍ଲୋବାଲ୍ ପିସ୍ର ଲେଖକ ତଥା ପୂର୍ବତନ ସଚିବ ଇଂ ନନ୍ଦନନ୍ଦନ ଦାସ, ମୁଖ୍ୟବକ୍ତା ଡ. ରୀନା ରାଉତରାୟ ଓ ସମାଜସେବୀ କାମିନୀ ମୋହନ ସାମନ୍ତରାୟ, ଇଂ ଦୟାନିଧି ରାଉତ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ନୀତିକୁ ଜୀବନରେ ନିଷ୍ଠାର ସହ ପାଳିବା ଉପରେ ଗୁରୁତ୍ୱ ଦେବା ଉପରେ ଆଲୋଚନା ରଖିଥିଲେ । ଡ. ରୀନା ରାଉତରାୟ ନିଶାମୁକ୍ତ ଓ ହିଂସାମୁକ୍ତ ସମାଜ ପାଇଁ ଶପଥପାଠ କରାଇଥିଲେ । ପ୍ରଥମେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀମାନେ ଜନତା ମଇଦାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଭକ୍ତି ନୈବେଦ୍ୟ ଅର୍ପଣ କରିବା ସହ ପୂଜ୍ୟଶ୍ରୀ ଭାଇଙ୍କ ରଚିତ ‘ଆମେ ପୋଛି ନେବୁ ଲୁହରେ ବାପୁ’ ପରବେଷଣ କରିବା ସହ ପ୍ରାରମ୍ଭ ରାମଧୂନ୍ ଓ ‘ବୈଷ୍ଣବ ଜନତୋ ତେନ କହିହେ ଜେ’ ପରିବେଷଣ କରିଥିଲେ । ଶୋଭନୀୟ ଆନେ୍ଦାଳନ ପକ୍ଷରୁ ତିନି ମାସ ଧରି ଗାନ୍ଧୀ ଚେତନା ଯାତ୍ରା ବିଦ୍ୟାଳୟ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଚାଲୁ ରହିବ ବୋଲି ଅଧ୍ୟକ୍ଷା ପ୍ରକାଶ କରିଥିଲେ । ଆରମ୍ଭ ସ୍ୱରୂପ ଉଦୟଗିରି ଜାତୀୟ ଶୋଭନୀୟ ଶିକ୍ଷାଶ୍ରମ ଠାରୁ ଏକ ଚେତନାଯାତ୍ରା ବାହାରିଥିଲା । କାର୍ଯ୍ୟକ୍ରମକୁ ଗୁରୁମା କେଦାର ଲକ୍ଷ୍ମୀ ଦାସ ପରିଚାଳନା କରିଥିବାବେଳେ ଗୁରୁମା ମମତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*