ଶୈଲଜାଙ୍କୁ ଧକ୍କା ୩୪ ଦିନରେ ଦଳ ଛାଡିଲେଣି ୪୦ ବଡ଼ ନେତା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail


ଏଜେନ୍ସୀ : ଚଣ୍ଡିଗଡ଼

କଂଗ୍ରେସ ହାଇକମାନ୍ଦ ବଡ଼ ଆଶା ନେଇ ହରିଆଣାରେ ଅଶୋକ ତନୱର ହଟାଇ ପୂର୍ବକେନ୍ଦ୍ରମନ୍ତ୍ରୀ କୁମାରୀ ଶୈଲଜାଙ୍କୁ ରାଜ୍ୟ ଅଧ୍ୟକ୍ଷ ବନାଇଛି । ନିର୍ବାଚନ ଜିତିବା ପାଇଁ ପୂର୍ବମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁ‡ାଙ୍କୁ ନିର୍ବାଚନ ପ୍ରଚାର କମିିଟି ଅଧ୍ୟକ୍ଷ ବନାଯାଇଛି । ହେଲେ କଂଗ୍ରେସ ହାଇକମାନ୍ଦଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଓଲଟା ହୋଇଛି । କାରଣ କୁମାରୀ ଶୈଲଜା ଦାୟିତ୍ୱ ନେବାର ୩୪ ଦିନ ଭିତରେ ପାଖାପାଖି ୪୦ ବଡ଼ ନେତା କଂଗ୍ରେସକୁ କରିଛନ୍ତି ଗୁଡ୍‌ବାୟ । ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବ ସାଂସଦ, ପୂର୍ବମନ୍ତ୍ରୀ, ପୂର୍ବ ବିଧାୟକ ପ୍ରମୁଖ ।
କଂଗ୍ରେସ ଇତିହାସରେ ପୂର୍ବରୁ କେବେ ବି ଏତେସଂଖ୍ୟକ ନେତା ଦଳ ଛାଡିନଥିଲେ । ଏହାଦ୍ୱାରା ଏବେ ଦଳକୁ ବଡ଼ ଝଟକା ଲାଗିବ ବୋଲି ଆଶା କରାଯାଉଛି । ଦଳକୁ ଏକଜୁଟ୍‌ କରିବା ପାଇଁ ଶୈଲଜା ଏବଂ ହୁ‡ାଙ୍କୁ ଦାୟିତ୍ୱ ଦିଆଯାଇଥିଲା ବେଳେ ଏବେ ଦଳ ବିପରୀତ ଧାରାରେ ଗତି କରୁଛି । ତେବେ ନେତାଙ୍କ ଦଳ ଛାଡିବା ଦ୍ୱାରା କଂଗ୍ରେସ ଆଦୌ କ୍ଷତିଗ୍ରସ୍ତ ହେବ ନାହିଁ, ନିର୍ବାଚନରେ ଭଲ ଫଳାଫଳ ମିଳିବ ବୋଲି ଶୈଲଜାଙ୍କ ପକ୍ଷରୁ କୁହାଯାଇଛି । ଖୁବ୍‌ଶୀଘ୍ର ନିର୍ବାଚନୀ ଘୋଷଣାପତ୍ର ଜାରି କରାଯିବା ବୋଲି ଦଳ ପ୍ରବକ୍ତା ବଜରଙ୍ଗ ଗର୍ଗ ସୂଚନା ଦେଇଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*