ଶେଷ ହେଲା ଧଉଳି ପଟ୍ଟଚିତ୍ର କର୍ମଶାଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଓଡ଼ିଶୀ କଳାର ପରିଚିତି ପଟ୍ଟଚିତ୍ର । ପଟ୍ଟଚିତ୍ର ଆମ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ନିଆରା ପ୍ରତିଫଳନ । ଏହି ପାରମ୍ପରିକ ଚିତ୍ରକଳାର ଏକ କର୍ମଶାଳା ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ·ରୁକଳା ମହାବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ବିଶିଷ୍ଟ ପାରମ୍ପରିକ ପଟଚିତ୍ରଶିଳ୍ପୀ ବିଜୟ କୁମାର ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ଦିନ ଧରି ଅନୁଷ୍ଠିତ ହୋଇଥିଲା ପଟ୍ଟଚିତ୍ର କର୍ମଶାଳା । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପୌରାଣିକ ବିଷୟବସ୍ତୁ ଆଧାରରେ ଶିଳ୍ପୀଙ୍କ ସହିତ ଚିତ୍ରାଙ୍କନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶ୍ରୀ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ପରେ ଶ୍ରୀ ପରିଡ଼ା ଛାତ୍ରଛାତ୍ରୀଙ୍କୁ ପଟ୍ଟଚିତ୍ରର ଇତିହାସ ଏବଂ ଏହା କିପରି ଜଗନ୍ନାଥଙ୍କ ଚିତ୍ର ନୀତିଠାରୁ ଆରମ୍ଭ ହୋଇଛି, ଏହା ଉପରେ ଏକଚିତ୍ର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ସସ୍ମିତା କାମିଳା, ମଧୁସ୍ମିତା ଦାସ, ଅଧ୍ୟାପକ ମାନସ ରଞ୍ଜନ ନାୟକ ଓ ରାମଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*