ଶେଷ ହେଲା ‘ଗୁଞ୍ଜନ-ସକ୍ସେନା: ଦି କାର୍ଗିଲ ଗାର୍ଲ’ର ସୁଟିଂ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଫିଲ୍ମ ‘ଧଡ଼କ’ରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ଜାହ୍ନବୀ କପୁରଙ୍କ ହାତରେ ବହୁ ବଡ଼ ବଡ଼ ବ୍ୟାନର୍‌ର ଫିଲ୍ମ । ଏବେ ତାଙ୍କୁ ଫିଲ୍ମ ‘ଗୁଞ୍ଜନ- ସକ୍ସେନା: ଦି କାର୍ଗିଲ ଗାର୍ଲ’ରେ ଦେଖିବାକୁ ମିଳିବ । ଇନ୍ଦିଆନ୍‌ ଏୟାର୍‌ଫୋର୍ସ ପାଇଲଟ୍‌ ଗୁଞ୍ଜନ ସକ୍ସେନାଙ୍କ କାହାଣୀକୁ ନେଇ ଏହି ଫିଲ୍ମଟି ଆଧାରିତ । ଏହା ଏକ ବାୟୋପିକ୍‌ ଫିଲ୍ମ ଅଟେ । ୧୯୯୯ରେ ହୋଇଥିବା କାର୍ଗିଲ ଯୁଦ୍ଧରେ ଲଢ଼ିଥିବା ପ୍ରଥମ ମହିଳା ଲଢ଼ୁଆ ବିମାନ ଚାଳିକାଙ୍କ ମଧ୍ୟରେ ଜଣେ ଥିଲେ ଗୁଞ୍ଜନ । ଏଥିରେ ଜାହ୍ନବୀଙ୍କୁ ଏୟାର୍‌ଫୋର୍ସ ପୋଷକ ପିନ୍ଧି ଯୁଦ୍ଧ କରୁଥିବାର ଦେଖିବାକୁପାଇବେ ତାଙ୍କ ଫ୍ୟାନ୍‌ । ଶୁଣିବାକୁ ମିଳିଛି ଯେ, ଫିଲ୍ମର ସୁଟିଂ ଭାରତ ଏବଂ ଜର୍ଜିୟାରେ ହୋଇଛି । ଆକ୍ସନ୍‌ରେ ଭରପୂର ଏହି ଫିଲ୍ମର ସୁଟିଂ ଏଇ ନିକଟରେ ଶେଷ ହୋଇଯାଇଛି । ତେବେ ଫିଲ୍ମଟି ଆସନ୍ତା ବର୍ଷ ୧୩ ମାର୍ଚ୍ଚରେ ସିନେମା ଘରେ ମୁକ୍ତିଲାଭ କରିବାର ଯୋଜନା ରହିଛି । ଏଥିରେ ଅଙ୍ଗଦ ବେଦୀ ଜାହ୍ନବୀ କପୁରଙ୍କର ଅନ୍‌ସ୍କ୍ରୀନ୍‌ ଭାଇ ଭୂମିକାରେ ଅଭିନୟ କରିଛନ୍ତି । ଡାଇରେକ୍ଟର ଶରଣ ଶର୍ମାଙ୍କ ଡାଇରେକ୍ସନ୍‌ରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଆକ୍ଟର ପଙ୍କଜ ତ୍ରିପାଠୀ ଜାହ୍ନବୀଙ୍କ ବାପାଙ୍କ ଭୂମିକାରେ ଏବଂ ନୀନା ଗୁପ୍ତା ଜାହ୍ନବୀଙ୍କ ମା’ଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ରଜତ ବରମେଚା, ବିଜୟ ବର୍ମା, ମନୁ ଋଷି ଏବଂ ହର୍ଷ ଛାୟା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ସୂଚନାଥାଉ ଯେ, ଫିଲ୍ମ ମେକର୍ସ ଚଳିତ ବର୍ଷ ଆରମ୍ଭରେ ଏହାର ପୋଷ୍ଟରର ଏକ ସେଟ୍‌ ରିଲିଜ୍‌ କରିଥିଲେ । ଏହି ପୋଷ୍ଟର୍ସରେ ଗୁଞ୍ଜନଙ୍କ ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତ ବିଷୟରେ ଫିଲ୍ମଟିରେ ଦେଖାଯାଇଛି । ଯେଉଁଥିରେ ତାଙ୍କର ପାଇଲଟ ହେବାର ସ୍ୱପ୍ନ ସାକାର ହେବା ଏବଂ ତାଙ୍କ ବାପାଙ୍କ ସହ ଥିବା ତାଙ୍କର ନିବିଡ଼ ସମ୍ପର୍କକୁ ମଧ୍ୟ ପରଦାରେ ଦେଖାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*