ଶେଷ ହେଲା କି ଅଟୋ ସେକ୍ଟରରେ ମାନ୍ଦାବସ୍ଥା? ମାରୁତି ସୁଜୁକି, ବଜାଜ ଅଟୋ ବିକ୍ରି ବଢିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଦେଶର ଅଟୋ ଇନ୍ଦଷ୍ଟ୍ରିଜ୍‌ରେ ଦେଖା ଦେଇଥିବା ମନ୍ଦାବସ୍ଥା ଦୂର ହୋଇଛି କି? ଦେଶର ସବୁଠୁ ବଡ଼ କାର ନିର୍ମାତା ମାରୁତି ସୁଜୁକି, ବଜାଜ ଅଟୋ ଏବଂ ମହିନ୍ଦ୍ରା ଆନ୍ଦ ମହିନ୍ଦ୍ରାର ସଦ୍ୟତମ ରିପୋର୍ଟ ଏହି ପ୍ରଶ୍ନର ଉତ୍ତର ସକାରାତ୍ମକ ଭାବେ ଦେଇଛି । ମାରୁତି ସୁଜୁକି ଇନ୍ଦିଆ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଅକ୍ଟୋବର ମାସରେ ବିକ୍ରି ପରିମାଣ ପୂର୍ବ ବର୍ଷର ଏହି ସମୟ ତୁଳନାରେ ୪.୫ ପ୍ରତିଶତ ବୃଦ୍ଧି ପାଇ ୧,୫୩,୪୩୫ ୟୁନିଟରେ ପହଞ୍ଚôଛି । ଗତ ସେପ୍ଟେମ୍ବର ମାସ ତୁଳନାରେ ବିକ୍ରିରେ ୨୫.୪% ବୃଦ୍ଧି ଘଟିଛି ।
ବଜାଜ ଅଟୋର ବିକ୍ରି ବାର୍ଷିକ ଆଧାରରେ ୯% କମ୍‌ ରହିଥିଲେ ମଧ୍ୟ ଗତ ସେପ୍ଟେମ୍ବର ତୁଳନାରେ ଅକ୍ଟୋବର ମାସରେ ୧୫% ବୃଦ୍ଧି ଘଟିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପାର୍ବଣ ଋତୁ କାରଣରୁ ବିକ୍ରିରେ ବୃଦ୍ଧି ଘଟିଛି । କମ୍ପାନୀର ମୋଟର ବିକ୍ରି ଅକ୍ଟୋବରରେ ୯% ହ୍ରାସ ପାଇ ୪.୬୩ ଲକ୍ଷ ୟୁନିଟ ରହିଛି । ତେବେ ମାସିକ ଆଧାରରେ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ୧୫.୨% ବୃଦ୍ଧି ଘଟିଛି । ସେପ୍ଟେମ୍ବରରେ ବିକି୍ର ପରିମାଣ ୪.୦୨ ଲକ୍ଷ ଥିଲା ।
ମହିନ୍ଦ୍ରା ଆନ୍ଦ ମହିନ୍ଦ୍ରା ଗାଡ଼ି ବିକ୍ରି ଗତ ବର୍ଷର ଅକ୍ଟୋବର ତୁଳନାରେ ଚଳିତ ଅକ୍ଟୋବରରେ ୧୧% ହ୍ରାସ ପାଇ ୫୧,୮୯୬ ୟୁନିଟ ରହିଛି । ତେବେ ମାସିକ ଆଧାରରେ ସେପ୍ଟେମ୍ବର ତୁଳନାରେ ଅକ୍ଟୋବର ୨୦୧୯ରେ ବିକ୍ରି ବୃଦ୍ଧି ହୋଇଛି । ସେପ୍ଟେମ୍ବରରେ କମ୍ପାନୀ ୪୩,୩୪୩ ଗାଡ଼ି ବିକ୍ରି କରିଥିଲା ।
ସେହିପରି ଅକ୍ଟୋବର ମାସରେ ଏମ୍‌ଜି ମୋଟର ୩୫୩୬ ଏସ୍‌ୟୁଭି ହେକ୍ଟର ବିକ୍ରି କରିଥିଲା ବେଳେ କୃଷି ଉପକରଣ ନିର୍ମାତା କମ୍ପାନୀ ଏସ୍‌କର୍ଟ ଲିମିଟେଡ୍‌ର ଟ୍ରାକ୍ଟର ବିକ୍ରି ଅକ୍ଟୋବର ମାସରେ ୧.୬% ବୃଦ୍ଧି ପାଇ ୧୩,୩୫୩ ୟୁନିଟ ରହିଛି । ଗତ ବର୍ଷ ଏହି ସମୟରେ କମ୍ପାନୀ ୧୩,୧୪୦ ଟ୍ରାକ୍ଟର ବିକ୍ରି କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*