ଶେଷରେ କାଳିଆ ସ୍କାମ୍‌:୧୦,୯୪୨ ନାମ ୨୨ହଜାର ଥର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

୨୦୦୪ରେ ପଞ୍ଚାୟତସ୍ତରୀୟ ପ୍ରତିନିଧିଙ୍କୁ ଉତ୍ସାହିତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ଚର୍ଚ୍ଚିତ ଆହ୍ୱାନ ଦେଇଥିଲେ । କହିଥିଲେ, ‘ମୁଁ ସଚିବାଳୟ ଜଗିଛି, ଆପଣମାନେ ପଞ୍ଚାୟତ ଜଗନ୍ତୁ ।’ ଏହି ୧୫ ବର୍ଷ ଭିତରେ କିଏ, କେମିତି, କାହାକୁ ଜଗିଛି, ତାହା ସମସ୍ତେ ଜାଣିସାରିଛନ୍ତି । ଡାଲି ଦୁର୍ନୀତିର ଜଡ଼ ସଚିବାଳୟରେ ଥିଲା । ଖଣି ଦୁର୍ନୀତି, ଇନ୍ଦିରା ଆବାସ ଦୁର୍ନୀତି ଏବଂ ମନରେଗା ଦୁର୍ନୀତିର ଚେର ମଧ୍ୟ ଥିଲା ସଚିବାଳୟରେ । ଆଉ ତ ଆଉ ଚାରା ଦୁର୍ନୀତିର ଚେର ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ତୃତୀୟ ମହଲାରେ ମଧ୍ୟ ରହିଥିଲା । ପଞ୍ଚାୟତସ୍ତରରେ ଦୁର୍ନୀତି କଥା ନକହିଲେ ଭଲ । ଏମିତି ଅବସ୍ଥା ହେଲା ଯେ, ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ପଡ଼ିଲା, ପିସି ବନ୍ଦ କର । ପିସି କାରବାର ବନ୍ଦ ହୋଇଛି କି ନାହିଁ, ତାହା ଠିକାଦାର, ନେତା ଏବଂ ସରକାରୀ ବାବୁମାନେ ଭଲ ଭାବେ କହିପାରିବେ । ଯଦି ପଞ୍ଚାୟତରେ ଦୁର୍ନୀତି ଜଗିଥିଲେ ଜନପ୍ରତିନିଧି, ତେବେ ପିସି କଥା ଉଠିଲା କାହିଁକି?
୨୦୦୪ରେ ଏକ ନୂଆ ନେରେଟିଭ୍‌ ବା ବର୍ଣ୍ଣନାର ଆବଶ୍ୟକତା ଥିଲା । ନବୀନ ପଟନାୟକ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ । ଦୁର୍ନୀତି କରୁଥିବା ବ୍ୟକ୍ତି ଯେତେ ପ୍ରଭାବଶାଳୀ ହେଉ ନା କାହିଁକି, ତାଙ୍କୁ ବରଦାସ୍ତ କରନ୍ତି ନାହିଁ । ତାଙ୍କର ଏକ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଅଛି । ଏହା ଲୋକଙ୍କ ମନକୁ ମଧ୍ୟ ଛୁଇଁଥିଲା । ମୁଁ ସଚିବାଳୟ ଜଗିଛି କଥାକୁ ଲୋକେ ପସନ୍ଦ କରିଥିଲେ । କିନ୍ତୁ ଏହି ୧୫ବର୍ଷ ଭିତରେ ଦୁର୍ନୀତିକୁ ଯଦି ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତି ନୀତିରେ ପରିଣତ କରିଥାଏ, ତେବେ ସେ ହେଉଛନ୍ତି ନିଜେ ନବୀନ ପଟନାୟକ ।
ଏବେ କାଳିଆ ତାଙ୍କର ଶେଷ ସାହାଭରସା । କାଳିଆ ସାଆନ୍ତଙ୍କୁ ନବୀନ ସରକାର କେମିତି ହଲାପଟା କରିଛନ୍ତି, ତାହା ରାଜ୍ୟବାସୀ ଜାଣନ୍ତି ।

ଏପରି କି ତାଙ୍କ ରତ୍ନଭନ୍ଦାର ଭିତରେ ରତ୍ନାଦି ଅଳଙ୍କାର ଅଛି କି ନାହିଁ ତାହା ମଧ୍ୟ ଅଜଣା । ଭନ୍ଦାର ଖୋଲିବା ପାଇଁ ସରକାର ସାହସ କରିପାରୁ ନାହାନ୍ତି । ହେଲେ ନିର୍ବାଚନରେ ସଫଳତା ହାସଲ କରିବା ପାଇଁ କାଳିଆକୁ ଶେଷ ମାଧ୍ୟମ ଭାବେ ଧରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।
ଯେଉଁ ପୃଷ୍ଠାପୃଷ୍ଠା ରଙ୍ଗୀନ ବିଜ୍ଞାପନ କାଳିଆ ନାମରେ ଦିଆଯାଇଛି, ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ତାଙ୍କର ଏକ ମନ୍ତବ୍ୟ ସ୍ଥାନ ପାଇଛି । ‘ଜଣେ ବି ଯୋଗ୍ୟ ଚାଷୀ ଯେପରି କାଳିଆ ଯୋଜନାରୁ ବଞ୍ଚôତ ନହେବେ, ତା’ଉପରେ ମୁଁ ନଜର ରଖିଛି ।’ ଏକଥା ଦସ୍ତଖତ ସହ କହିଛନ୍ତି ନବୀନ । କିନ୍ତୁ ପ୍ରକୃତରେ ତାଙ୍କର ନଜର ଯୋଗ୍ୟ ଉପଭୋକ୍ତାଙ୍କ ଉପରେ ନା ନିର୍ବାଚନ ଉପରେ, ଆଉ ତାହାକୁ ବୁଝାଇବାର ଆବଶ୍ୟକତା ନାହିଁ । ପ୍ରଥମତଃ ୧୯ ବର୍ଷ ପରେ ଚାଷୀଙ୍କ ଦୁର୍ଦ୍ଦଶା ତାଙ୍କର ମନେପଡ଼ିଛି । ଦ୍ୱିତୀୟରେ ୫ହଜାର ଟଙ୍କାରେ ଚାଷୀଙ୍କ ଅଣ୍ଟା ସଳଖିଯିବ ବୋଲି ସରକାର ବିଶ୍ୱାସ ରଖିଛନ୍ତି । ଅଥଚ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ଦିଗରେ କୌଣସି ପଦକ୍ଷେପ ସରକାର ନେଇନାହାନ୍ତି । ତୃତୀୟରେ କେନ୍ଦ୍ରୀୟ ଯୋଜନାକୁ ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କୁ ନେଇ ସମାଲୋଚନା କରୁଛନ୍ତି ନବୀନ । ଅଥଚ ଓଡ଼ିଶାରେ ଭାଗଚାଷୀ ଚିହ୍ନଟ ହେଲେ ନାହିଁ । କିନ୍ତୁ ଚାଷୀଙ୍କ ପାଇଁ କାଳିଆ ଟଙ୍କାକୁ ନେଇ ଅତ୍ୟନ୍ତ ଉଦ୍‌ଗ୍ରୀବ ନବୀନ ସରକାର । ଏଥିପାଇଁ ସମବାୟ ବିଭାଗର ସଚିବ ଭାବେ ଅତି ତରବରିଆରେ କିଷନ କୁମାରଙ୍କୁ ଅବସ୍ଥାପିତ କରାଯାଇଛି ।
କିନ୍ତୁ କାଳିଆ ସ୍ୱଚ୍ଛ କି?
ଏହି ଯୋଜନା ସ୍କାମ୍‌ର ଏକ ନୂତନ ପରିଭାଷା ସୃଷ୍ଟି କରିଛି । ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନରେ ସ୍କାମ୍‌, ପାନୀୟ ଜଳ ଯୋଗାଣରେ ସ୍କାମ୍‌ । କିନ୍ତୁ ଚାଷୀଙ୍କ ପାଇଁ ନିର୍ବାଚନ ପୂର୍ବରୁ ଘୋଷିତ କାଳିଆ ଯୋଜନାରେ ବଡ଼ ଦୁର୍ନୀତି ହେବ ଏହା ଚିନ୍ତାର ବାହାରେ ଥିଲା । କିନ୍ତୁ କାଳିଆ ସମ୍ପୂର୍ଣ୍ଣ ଗୋଳିଆ ହୋଇସାରିଛି । ଜଣକ ନାଁ ରହିଛି ଏକାଧିକବାର ତାଲିକାରେ । ପ୍ରାଥମିକ ଅଟକଳ ୩୦ କୋଟି ଟଙ୍କାର ସ୍କାମ୍‌ ହୋଇସାରିଲାଣି । ଏହି ସ୍କାମ୍‌ର କଳେବର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି ।
ଗତ ମାସ ୧୬ ତାରିଖରେ ଆକାଉଣ୍ଟ ନଂ ୧୦୨୯ଙ୍ଘଙ୍ଘଙ୍ଘଙ୍ଘ୦୭୨୬କୁ ୫ହଜାର କାଳିଆ ଟଙ୍କା ଆସିଲା । କିନ୍ତୁ ୨୮ ତାରିଖ ଦିନ ଏହି ୫ହଜାର ଟଙ୍କା ପୁଣି କାଢ଼ି ନିଆଗଲା । ଯେଉଁ ଆକାଉଣ୍ଟଧାରୀ ୫ହଜାର ଟଙ୍କା ପାଇ ଖୁସି ହୋଇଥିଲେ, ୧୨ ଦିନ ଭିତରେ ସେହି ଖୁସି ଦୁଃଖରେ ବଦଳି ଗଲା । ଏଭଳି ଉଦାହରଣ ଗୋଟିଏ କି ଯୋଡ଼ିଏ ନୁହେଁ, ସଂଖ୍ୟାଧିକ ।
ଆଉ ଯେଉଁ ତଥ୍ୟଟି ସାମ୍ନାକୁ ଆସିଛି, ତାହା ଅତ୍ୟନ୍ତ ସଂଘାତିକ ଏବଂ ମାରାତ୍ମକ । ସରକାରୀ ୱେବ୍‌ସାଇଟ୍‌ କହୁଛି ଯେ, ୧୦ହଜାର ୯୪୨ ଜଣ ହିତାଧିକାରୀଙ୍କ ନାମ ୨୨ ହଜାରରୁ ଅଧିକ ଥର ତାଲିକାରେ ସ୍ଥାନ ପାଇଛି । ହୋଇପାରେ ସେମାନେ ୨୨ ହଜାର ଥର ଟଙ୍କା ପାଇଛନ୍ତି । ହୋଇପାରେ ଥରୁଟିଏ ଟଙ୍କା ଯାଇଛି, କିନ୍ତୁ ସଂଖ୍ୟା ଦେଖାଇବାକୁ ଏଭଳି ଚଞ୍ଚକତା କରାଯାଇଛି । ମାତ୍ର ସନେ୍ଦହ ଅଧିକ ଯେ, ଅନେକ ବ୍ୟକ୍ତି ଗୋଟିଏ ଆକାଉଣ୍ଟରେ ଏକାଧିକ ଥର କାଳିଆ ଟଙ୍କା ପାଇଛନ୍ତି । କାଳିଆ ଯୋଜନାର ଗ୍ରୀନ୍‌ ଫର୍ମ ଆଧାରରେ ଯେଉଁ ହିତାଧିକାରୀ ତାଲିକା ଜାରି କରାଯାଇଛି ଏବଂ ସେଥିରେ ଯେଉଁଭଳି ଚଞ୍ଚକତା ହୋଇଛି, ତାହାକୁ ଯଦି ହିସାବକୁ ନିଆଯାଏ, ତାହାଲେ ଦୁର୍ନୀତିର ପରିମାଣ ପାଖାପାଖି ୩୦ କୋଟି । ଏମାନେ ଯୋଗ୍ୟ ହିତାଧିକାରୀ ନା ଅଯୋଗ୍ୟ, ଏକଥା ବଡ଼ ବିଜ୍ଞାପନରେ ନଜର ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିପାରିବେ ।
ସରକାରୀ ୱେବ୍‌ସାଇଟ୍‌ର ତଥ୍ୟ । ମୁଖ୍ୟମନ୍ତ୍ରୀ ଯୋଗ୍ୟ ଚାଷୀଙ୍କ କଥା ଉଠାଇଛନ୍ତି ବିଜ୍ଞାପନରେ । କିନ୍ତୁ ତାଙ୍କରି ଗଞ୍ଜାମ ଜିଲାରେ ୧୨୪୦ ଜଣ ହିତାଧିକାରୀଙ୍କ ନାମ ୨୪୯୧ ଥର ରହିଛି । ଏଥିରେ ଗଞ୍ଜାମ ପ୍ରଥମ । ନିଜ ଜିଲା ଉପରେ ନଜର ରଖିପାରୁ ନଥିବା ମୁଖ୍ୟମନ୍ତ୍ରୀ ସାରା ରାଜ୍ୟକୁ ଜଗିବେ ବୋଲି କହୁଛନ୍ତି କେମିତି?
ଏଭଳି ହେରାଫରି ତାଲିକାରେ ଦୁଇ ନମ୍ବର ଜିଲା ଭଦ୍ରକ । ଭଦ୍ରକର ୯୦୧ ହିତାଧିକାରୀଙ୍କ ନାମ ୧୮୨୮ ଥର ଅଛି । କେଉଁଝରର ୬୨୬ ହିତାଧିକାରୀଙ୍କ ନାମ ୧୨୬୧ ଥର ଅଛି । ବଲାଙ୍ଗୀରରେ ୫୫୯ ହିତାଧିକାରୀ ୧୧୩୧ ଥର ତାଲିକାରେ ସ୍ଥାନ ପାଇଛନ୍ତି । ପଞ୍ଚମ ସ୍ଥାନରେ ଥିବା ବାଲେଶ୍ୱରରେ ୫୬୧ ଜଣ ହିତାଧିକାରୀଙ୍କ ନାମ ୧୧୨୮ ଥର ଅଛି । ପୁରୀରେ ଏଭଳି ସୌଭାଗ୍ୟବାନ୍‌ ହିତାଧିକାରୀଙ୍କ ସଂଖ୍ୟା ୫୪୭ । ସେମାନଙ୍କ ନାମ ୧୧୧୬ ଥର ଅଛି । ସପ୍ତମ ସ୍ଥାନରେ ଥିବା ଯାଜପୁରର ୫୧୭ ହିତାଧିକାରୀ ୧୦୩୭ ଥର ତାଲିକାରେ ସ୍ଥାନ ପାଇଛନ୍ତି ।
ପଞ୍ଚାୟତ ସ୍ତରରେ ଦେଖିଲେ ନମ୍ବର ୱାନ୍‌ ପଞ୍ଚାୟତ ହେଉଛି ଖୋର୍ଦ୍ଧାର ନରଣଗଡ଼ । ଏହି ପଞ୍ଚାୟତ ୫୮ ଜଣ ହିତାଧିକାରୀଙ୍କ ନାମ ୧୬୯ ଥର ରହିଛି । କେନ୍ଦ୍ରାପଡ଼ା ଜିଲାର କଳସପୁର ପଞ୍ଚାୟତର ୬୬ ଜଣ ହିତାଧିକାରୀ ୧୩୮ ଥର ଟଙ୍କା ପାଇଥିବା ସନେ୍ଦହ ହେଉଛି । ଯାଜପୁରର ଭୂଇଁପୁର ପଞ୍ଚାୟତରେ ୩୫ଜଣ ହିତାଧିକାରୀଙ୍କ ନାମ ୧୧୩ ଥର ତାଲିକାରେ ଅଛି ।
ଆରମ୍ଭରୁ କାଳିଆ ବିପଦ ଭଳିଆ ଆସିଛି ସରକାରଙ୍କ ଆଡ଼କୁ । ଚାଷୀଙ୍କୁ ଟଙ୍କା ଦେବା ନିଷ୍ପତ୍ତି ପୂର୍ବରୁ କୌଣସି ପୂର୍ଣ୍ଣ ତାଲିକା ପ୍ରସ୍ତୁତ ହୋଇ ନଥିଲା । ତାଲିକା ପ୍ରସ୍ତୁତିରେ ବିଜୁ ଜନତା ଦଳର ହସ୍ତକ୍ଷେପ କାରଣରୁ ଆରମ୍ଭରୁ ବିଭ୍ରାନ୍ତି ଦେଖାଦେଇଥିଲା । ବିଭିନ୍ନ ସୂତ୍ର ଆଧାରରେ ଉପଭୋକ୍ତା ତାଲିକା ଓ ଏହାର ବର୍ଗୀକରଣ ପ୍ରସ୍ତୁତ ହୋଇଥିଲେ, ଆଜି ଏଭଳି ଅବ୍ୟବସ୍ଥା ଦେଖାଦେଇ ନଥାନ୍ତା । ରାଜନୀତିକ ଉଦେ୍ଦଶ୍ୟ ରଖି ତରବରିଆ ଭାବେ ଶାସକ ଦଳ ପକ୍ଷରୁ ତାଲିକା ପ୍ରସ୍ତୁତ ହୋଇଥିବାରୁ ବହୁ ଦଳୀୟ କର୍ମୀଙ୍କୁ ଏକାଧିକ ବାର ସନ୍ତୁଷ୍ଟ କରିବା ସକାଶେ ଉଦ୍ୟମ ହୋଇଛି । ଯେମିତି ଜଗିଲେ ଜଗିଥାନ୍ତୁ ମୁଖ୍ୟମନ୍ତ୍ରୀ, ସରକାରଙ୍କ ଟଙ୍କା ହଡ଼ପ କରିବାକୁ ରୋକିବ କିଏ?
ସରକାରଙ୍କ ତାଲିକା ସ୍ପଷ୍ଟ କରିଦେଇଛି ଯେ, ଦୁର୍ନୀତିର ଏକ ବୃହତ୍ତ ଗନ୍ତାଘର ହେଉଛି କାଳିଆ । ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇ ନାହାନ୍ତି । ଅନେକଙ୍କ ଟଙ୍କା ବ୍ୟାଙ୍କ କାଟି ନେଇଛି ପୂର୍ବ ଋଣ ବାବଦକୁ । ଅନ୍ୟ ପକ୍ଷରେ କିଛି ହିତାଧିକାରୀଙ୍କ ନାମ ବାରମ୍ବାର ତାଲିକାଭୁକ୍ତ ହୋଇଥିବାରୁ ସ୍ପଷ୍ଟ ହେବାରେ ଲାଗିଛି ଯେ, ଲୁଟିବା ପାଇଁ ଚାଷୀଙ୍କ ନା ନେଇ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ନବୀନ ପଟନାୟକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*