ଶୁକ୍ର ଗ୍ରହରେ ଜୀବନ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲନ୍ଦନ

ପୃଥିବୀ ପରେ ଅନ୍ୟ ଗ୍ରହରେ ଜୀବନ ସମ୍ଭାବନା ଅଛି ନା ନାହିଁ ସେ ନେଇ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଗବେଷଣା ଜାରି ରଖିଛନ୍ତି । ଏହି କ୍ରମରେ ଏବେ ଶୁକ୍ର ଗ୍ରହରେ ଜୀବନ ଥିବାର ସୂଚନା ଖଗୋଳ ବିଶେଷଜ୍ଞଙ୍କୁ ବେଶ୍‌ ଉତ୍ସାହିତ କରିଛି ।
ବୈଜ୍ଞାନିକମାନେ ଶୁକ୍ରଗ୍ରହର ବାଦଲରେ ଫସ୍‌ଫିନ୍‌ ଗ୍ୟାସ୍‌ର ଅଣୁକୁ ଚିହ୍ନଟ କରିଛନ୍ତି । ଏହି ଗ୍ୟାସୀୟ ଅଣୁର ଉପସ୍ଥିତି ପୃଥିବୀର ପଡ଼ୋଶୀ ଗ୍ରହର ବାତାବରଣରେ ସୂକ୍ଷ୍ମ ଜୀବ ରହିଥିବାର ସଂକେତ ବୋଲି ଗ୍ରହଣ କରାଯାଉଛି । ପୂର୍ବରୁ ବୈଜ୍ଞାନିକମାନେ ଏଭଳି ଆଶା ରଖିନଥିବାରୁ ଏହା ଏକ ଚମକ୍ରାର ଘଟଣା ବୋଲି କହିଛନ୍ତି । ବ୍ରିଟେନର କାଡି୍ରଫ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କହିଛନ୍ତି ଯେ, ପୃଥିବୀ ପୃଷ୍ଠରେ ଫସ୍‌ଫିନ୍‌ ଗ୍ୟାସ୍‌ ଔଦ୍ୟୋଗିକ ବିକାଶ କାରଣରୁ ବନିଥାଏ ଅବା ଏପରି କିଛି ସୂକ୍ଷ୍ମ ଜୀବଙ୍କ କାରଣରୁ ସୃଷ୍ଟି ହୋଇଥାଏ । ଏହି ଜୀବମାନେ ବିନା ଅମ୍ଳଜାନ ଯୁକ୍ତ ବାତାବରଣରେ ରହିପାରନ୍ତି । ଦୀର୍ଘବର୍ଷ ଧରି ଶୁକ୍ର ଗ୍ରହର ବାଦଲରେ ଆମେ ଜୀବନର ସଂକେତ ଉପରେ ଗବେଷଣା କରୁଥିଲୁ । ବୈଜ୍ଞାନିକଙ୍କ ଯୁକ୍ତି ହେଉଛି, ଫସ୍‌ଫିନ୍‌ରେ ହାଇଡ୍ରୋଜେନ ଏବଂ ଫସ୍‌ଫରସ୍‌ ରହିଥାଏ । ଶୁକ୍ରର ବାଦଲରେ ଏହି ଗ୍ୟାସ୍‌ ରହିବା ଅର୍ଥ ଏଥିରେ ସୂକ୍ଷ୍ମ ଜୀବଙ୍କ ଉପସ୍ଥିତି ଅଛି । ଏହି ଅନୁସନ୍ଧାନ ପାଇଁ ବୈଜ୍ଞାନିକମାନେ ପ୍ରଥମେ ଜେମ୍ସ କ୍ଳର୍କ ମ୍ୟାକ୍ସୱେଲ ଟେଲିସ୍କୋପ୍‌ର ବ୍ୟବହାର କରିଥିଲେ । ଏହାପରେ ଚିଲ୍ଲୀରେ ୪୫ଟି ଟେଲିସ୍କୋପ୍‌ ମାଧ୍ୟମରେ ଏହା ଉପରେ ନଜର ରଖାଯାଇଥିଲା । ଏହି ବୈଜ୍ଞାନିକ ଦଳରେ ଇଂଲନ୍ଦ, ଆମେରିକା, ଜାପାନ ସମେତ ଅନେକ ଦେଶର ବିଶେଷଜ୍ଞ ରହିଥିଲା ବେଳେ କିଛି ବୈଜ୍ଞାନିକ ମଧ୍ୟ ଏହା ଉପରେ ସନେ୍ଦହ ପ୍ରକଟ କରୁଛନ୍ତି । କାରଣ ହେଉଛି ବାଦଲରେ ୯୦ ପ୍ରତିଶତ ସଲଫୁ୍ୟରିକ୍‌ ଏସିଡ୍‌ ମାତ୍ରା ରହିଛି । ଯେଉଁଥିରେ ଜୀବନ ସମ୍ଭବ ନୁହେଁ ।

ଅନ୍ୟପଟେ ଫସ୍‌ଫିନ୍‌ ବୃହସ୍ପତି ଏବଂ ଶନି ଗ୍ରହର ବାୟୁମନ୍ଦଳରେ ମଧ୍ୟ ମିଳିଥାଏ । ତେବେ ସେଠାରେ ଏହାର ଉପସ୍ଥିତିର କାରଣ ରସାୟନିକ ପ୍ରକ୍ରିୟା । ଏହି ପ୍ରକ୍ରିୟା ନା ପୃଥିବୀରେ ନା ଶୁକ୍ର ଗ୍ରହରେ ସମ୍ଭବ । ଏହି କାରଣରୁ ବୈଜ୍ଞାନିକମାନେ ଆଶା କରିଛନ୍ତି ଯେ, ଶୁକ୍ରରେ ଜୀବନର ସଂକେତ ମିଳୁଛି । ତେବେ ସେମାନେ ୧୦୦ ପ୍ରତିଶତ ଦୃଢ଼ ଏହି ଗବେଷଣାକୁ ନେଇ ନୁହଁନ୍ତି । ସେମାନେ କହିଛନ୍ତି ଯେ, ଆମେ ଶୁକ୍ର ଗ୍ରହରେ ଜୀବନ ଖୋଜି ପାଇଛୁ ବୋଲି ଦୃଢ଼ ନିଶ୍ଚିତ ନୁହେଁ । ହେଲେ ଏହା ମଧ୍ୟ କହିବୁ ନାହିଁ ଯେ, ଏଠାରେ ଜୀବନ ନାହିଁ ।
ସୂଚନାଯୋଗ୍ୟ ଯେ ସୌରମନ୍ଦଳର ଦ୍ୱିତୀୟ ଗ୍ରହ ହେଉଛି ଶୁକ୍ର । ଏଠାରେ ଜୀବଜଗତ ସମ୍ଭବ ନୁହେଁ କାରଣ ତାପମାତ୍ରା ଢ଼େର୍‌ ଅଧିକ । ଏହି ଗ୍ରହ ୨୨୪.୭ ଦିନରେ ସୂର୍ଯ୍ୟଙ୍କୁ ପରିକ୍ରମା କରିଥାଏ । ଚନ୍ଦ୍ରଙ୍କ ପରେ ଶୁକ୍ର ହେଉଛି ସବୁଠୁ ଉଜ୍ଜ୍ୱଳ । ଶୁକ୍ର ଗ୍ରହ ପୃଥିବୀକୁ ସୂର୍ଯେ୍ୟାଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଅଳ୍ପ ସମୟ ପାଇଁ ଦେଖାଦେଇଥାଏ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*