ଶିଶୁ ମନ୍ଦିରରେ କନ୍ୟା ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସାଲେପୁର

ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କନ୍ୟା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଶିକ୍ଷାବିକାଶ ସମିତି ଓଡ଼ିଶାର ଉତ୍ତରପୂର୍ବ ସମ୍ଭାଗ ସଦସ୍ୟା ସରୋଜିନୀ ଦେବୀ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ କରାଯାଉଥିବାରୁ ଆନନ୍ଦ ପ୍ରକାଶ କରିବା ସହ ସମାଜକୁ ଶୃଙ୍ଖଳିତ କରି ଗଢ଼ି ତୋଳିବାରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଥିଲେ । ମା’ ହେଉଛନ୍ତି ଲକ୍ଷ୍ମୀ, ସରସ୍ୱତୀ ଓ ଦୁର୍ଗାଙ୍କ ସହିତ ସମାନ । ଜଣେ ନାରୀ ଶୃଙ୍ଖଳିତ ସଦାଚାରୀ ଓ ପରୋପକାରୀ ହେଲେ ସମାଜ ଶୃଙ୍ଖଳିତ ହୋଇପାରିବ ବୋଲି ସେ କହିଥିଲେ । ଏହି ଅବସରରେ ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ଶଙ୍କର୍ଷଣ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଆଚାର୍ଯ୍ୟା ସନ୍ଧ୍ୟାରାଣୀ ଗାହାଣ କନ୍ୟାଭାରତୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ଅରୁଣ କୁମାର ଭୂୟାଁ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ତରୁଲତା ଦେବୀ ଉପସ୍ଥିତ ରହି ଭଉଣୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ ।
ଶିଶୁ ଭଉଣୀମାନଙ୍କ ଦ୍ୱାରା ମାଣଓଷା, ଆଦର୍ଶ ଗୃହ, ବର୍ଜ୍ୟବସ୍ତୁର ବ୍ୟବହାର, ପିଠା ପ୍ରସ୍ତୁତି, ରଜଦୋଳି ଖେଳ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିଶୁଭଉଣୀମାନଙ୍କ ଦ୍ୱାରା ଶାଗବଛା ଓ ସର୍ବତ ପ୍ରସ୍ତୁତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ମୁଖ୍ୟ ଅତିଥି ଓ ପ୍ରଧାନଆଚାର୍ଯ୍ୟ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟଆଚାର୍ଯ୍ୟା ଓ କର୍ମକର୍ତ୍ତା ଓ ବହୁ ଅଭିଭାବକମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*