ଶିଶୁ କିଶୋର ପତ୍ରିକା ‘ବଉଳ ବେଣୀ’ ଉନ୍ମୋଚିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭଦ୍ରକ

ସ୍ଥାନୀୟ ବାଳଗୋପାଳ ମନ୍ଦିର ସଭାଗୃହରେ ବୃନ୍ଦାବନ ରାଉଳଙ୍କ ସମ୍ପାଦିତ ଶିଶୁ କିଶୋର ପତ୍ରିକା ‘ବଉଳବେଣୀ’ ଉନ୍ମୋଚିତ ହୋଇଯାଇଛି । କବି କୃଷ୍ଣଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଡ. ମନିନ୍ଦ୍ର ମହାନ୍ତି, ମୁଖ୍ୟ ବକ୍ତା ଓ ଶଶଧର ଦାସ ଓ ସମ୍ମାନିତ ବକ୍ତା ଡ. କ୍ଷୀରୋଦ କୁମାର ସାମଲଙ୍କ ଦ୍ୱାରା ପତି୍ରକା ଉନ୍ମୋଚନ ହେବା ପରେ ଡ. କ୍ଷୀରୋଦ କୁମାର ସାମଲ ଉକ୍ତ ପତ୍ରିକାକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ମୁଖ୍ୟ ଅତିଥି ବିଶିଷ୍ଟ ଶିଶୁ ସାହିତି୍ୟକ ଡ. ମନୀନ୍ଦ୍ର ମହାନ୍ତି ପତ୍ରିକାର ସର୍ବାଙ୍ଗନ ଉନ୍ନତି କାମନା କରିବା ସହ ଏହା ଶିଶୁମାନଙ୍କୁ ବହୁ ପରିମାଣରେ ଆକୃଷ୍ଟ କରିବ ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଶଶଧର ଦାସ ପତି୍ରକା ଭଦ୍ରକର ଶିଶୁମାନଙ୍କ ପାଇଁ ନୂତନ ବୋଲି କହିଥିଲେ । ଉତ୍ସବ ପ୍ରାରମ୍ଭରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ଧଳ ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିବାବେଳେ ଶିକ୍ଷୟିତ୍ରୀ ଜୟନ୍ତି କରଶର୍ମା ବେଦପାଠ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*