ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ଶିଶୁଙ୍କୁ ଆହ୍ୱାନ ‘ଆମେ ସମସ୍ତେ ବିଦ୍ୟାଳୟ ଯିବା’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଶିଶୁର ·ରୋଟି ଅଧିକାର ରହିଛି । ତନ୍ମଧ୍ୟରେ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ବିଦ୍ୟାଳୟ ଯିବା ଏବଂ ଶ୍ରମ ଠାରୁ ଦୂରେଇ ରହିବା ଭଳି ଅଧିକାର ଅନ୍ୟତମ । ଶିଶୁ ସେମାନଙ୍କଯର ଅଧିକାର ପ୍ରଦାନ ସକାଶେ ସ୍ୱେଚ୍ଛାସେବୀ ସେବା କେନ୍ଦ୍ର, ଶିଶୁ ଓ ମହିଳା ବିକାଶ କେନ୍ଦ୍ର ଏବଂ ଆକ୍ସନଏଡ୍ର ମିଳିତ ସହଯୋଗରେ ଶିଶୁ ଅଧିକାର ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆୟୋଜିତ ପ୍ରତିଯୋଗୀତାରେ ରାଜଧାନୀର ୧୦ରୁ ଅଧିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପରିଚୟ ଫାଉନେ୍ଦସନର ସଭାପତି ରୋଜାଲିନ୍ ପାଟ୍ଟଶାଣି ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ପର୍ଶୁରାମ ମହାରଣା ଏବଂ ଆକ୍ସନଏଡ୍ର କାର୍ଯ୍ୟକ୍ରମ ସଂଯୋଜକ ଘାଷିରାମ ପନ୍ଦା, ଶିଶୁ ଓ ମହିଳା ବିକାଶ କେନ୍ଦ୍ରର ସମ୍ପାଦକ ସଦାଶିବ ସ୍ୱାଇଁ, ନିଶା ନିବାରଣ ମଞ୍ଚର ସଭାପତି ଇମ୍ରାନ ଅଲ୍ଳୀ ଖାନ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱେଚ୍ଛାସେବୀ କେନ୍ଦ୍ରର ଉପଦେଷ୍ଟା ଡଃ ସାଧନା ଶତପଥୀ, ଡଃ କୈଳାସ ଚନ୍ଦ୍ର ଦାସ ଓ ଉପସଭାପତି ଡଃ ରୀତା ପତି ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*