ଶିଶୁଙ୍କୁ ମିଳିଲାନି କୁକୁର କାମୁଡା ଇଞ୍ଜେକ୍ସନ: ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ମା ବାପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଖଇରା

ବାଲେଶ୍ୱର ଜିଲ୍ଲା ଅଧିନ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକ୍ସନ ନମିଳିବା ପ୍ରତିବାଦରେ ରଘୁନାଥପୁର ଗାଁର ସୁଭଦ୍ରା ଲେଙ୍କା ତାଙ୍କ ସ୍ୱାମୀ ଏବଂ ଶିଶୁ ପୁତ୍ର ଧାରଣାରେ ବସିଥିଲେ । ପରେ ଦାୟିତ୍ୱରେ ଥିବା ଡାକ୍ତର ଏନୋଲା ଜଗଦେବ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିବା ପରେ ସେମାନେ ଧାରଣାରୁ ଉଠିଥିଲେ । ପ୍ରକାଶଥାଉ କି, ଗୁରୁବାର ସକାଳେ ସୁଭଦ୍ରାଙ୍କ ପୁଅ ପ୍ରଶାନ୍ତ(୧୦)ଙ୍କୁ ଏକ କୁକୁର କାମୁଡିଥିଲା । ଇଞ୍ଜେକ୍ସନ ପାଇଁ ସୁଭଦ୍ରା ସ୍ୱାମୀ ସହ ପୁଅକୁ ନେଇ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଇଞ୍ଜେକ୍ସନ ଦାୟିତ୍ୱରେ ଥିବା କର୍ମଚାରୀ ଇଞ୍ଜେକ୍ସନ ନଥିବା କହିବା ପରେ ଏଥିରେ ପତିପତ୍ନୀ ବିଚଳିତ ହୋଇ ପଡିଥିଲେ । ବହୁ ନେହୁରା ହେବା ପରେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କ ନିକଟରୁ ସାହାରା ନମିଳିବା ପରେ ବାଧ୍ୟ ହୋଇ ମା,ବାପା ଓ ପୁଅ ଧାରଣାରେ ବସିଥିଲେ । ଏଥିରେ ସ୍ଥାନୀୟ ବୁଦ୍ଧିଜୀବୀ ବ୍ୟବସାୟୀ ମାନେ ତାଙ୍କୁ ସହାନୁଭୂତି ପ୍ରଦର୍ଶନ କରିବା ସହ ଏହି ଧାରଣାକୁ ସମର୍ଥନ ଦେଇଥିଲେ । ସରକାର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ୫ଟି ଲାଗୁ କରିଥିବା ବେଳେ ଇଞ୍ଜେକ୍ସନ ପାଇଁ ଲୋକମାନେ ଦହଗଞ୍ଜ ହେବା କ’ଣ ୫ଟିର ନମୁନାକି ବୋଲି ଏହି ପରିବାର ଅଭିଯୋଗ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*