ଶିମିଳିପାଳ ରାସ୍ତା ମରାମତି ଦାବିରେ ରାସ୍ତାରୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଯଶିପୁର

ନଭେମ୍ବର ୧ ତାରିଖଠାରୁ ଶିମିଳିପାଳରେ ପ୍ରବେଶ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥାଏ । କିନ୍ତୁ ଗୋଟିଏ ଦିନ ପରେ ଯଶିପୁର ବ୍ଳକର ଶିମିଳିପାଳରେ ୩ଟି ପଞ୍ଚାୟତର ଗୁରୁଗୁଡିଆ, ଅସ୍ତ କୁମାର, ବରେହି ପାଣ ସହସ୍ରାଧିକ ପୁରୁଷ, ମହିଳା ଚାଲି ଚାଲି ଆସି କାଳିକା ପ୍ରସାଦ ଗେଟ୍ ସମ୍ମୁଖରେ ବନବାସୀମାନେ ଏକାଠି ହୋଇ ହୋହାଲ୍ଲା କରିବାରୁ ଶିମିଳିପାଳକୁ ୭ ଘଣ୍ଟା ଗାଡ଼ି ଚଳାଚଳ ବନ୍ଦଥିଲା । ଅଭୟାରଣ୍ୟ ପ୍ରବେଶ ପଥ କାଳିକା ପ୍ରସାଦଠାରୁ ଶିମିଳିପାଳ ଶେଷ ଭାଗ ଅସ୍ତକୁମାର ଯାଏ ମୁଖ୍ୟ ରାସ୍ତା ଗମନାଗମନ ପାଇଁ ଠିକ୍ ହୋଇନଥିବାବେଳେ କାହିଁକି ପର୍ଯ୍ୟଟନ ଗାଡିଗୁଡ଼ିକ ଚଳାଚଳ ପାଇଁ ଅନୁମତି ଦିଆଗଲା । ତାକୁ ନେଇ ଶିମିଳିପାଳର ଅନ୍ତେବାସୀମାନେ ତାତି ଉଠିଥିଲେ । ପର୍ଯ୍ୟଟକଙ୍କ ଗାଡିଗୁଡିକ ଗେଟ୍‌ ପାଖରେ ଅଟକିଥିବା ଖବର ପାଇଁ ଯଶିପୁର ବନ ଡିଭିଜନର ଉପନିଦେ୍ର୍ଦଶକ (ଡିଏଫ) କପିଳ ପ୍ରସାଦ ଦାଶ, ଗୁରୁଗୁୁଡ଼ିଆ ରେଞ୍ଜ ଅଧିକାରୀ ହିମାଂଶୁ କୁମାର ସାତୁଆ, ଯଶିପୁର ଥାନା ଅଧିକାରୀ ଗୋବିନ୍ଦ ବେହେରା, ରରୁଆ ତହସିଲଦାର ସାଇସ୍ମିତା ଉପାଧ୍ୟାୟ, ପ୍ରମୁଖ ସେଠାରେ ପହଞ୍ଚô ଉତ୍ତ୍ୟକ୍ତ ଅନ୍ତୋବାସୀଙ୍କୁ ବୁଝା ସୁଝା କରିଥିଲେ । ବନକର୍ମଚାରୀ ଅଭୟାରଣ୍ୟ ଗେଟ୍‌ରେ ପରମିଟ୍‌ କାଟିବା ଆଳରେ ବନବାସୀମାନଙ୍କୁ ଉଦେ୍ଦଶ୍ୟମୂଳକ ଭାବେ ହଇରାଣ ହରକତ କରୁଥିବା ଲଘୁ ବନଜାତ ସାମଗ୍ରୀ ବିକ୍ରି ପାଇଁ ଆଣିବାବେଳେ ଛଡାଇ ରଖୁଥିବା ଜଙ୍ଗଲ ଅଧିକାର ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉନଥିବା ସମ୍ପର୍କରେ ସରପଞ୍ଚ ମହାନ୍ତି ବିରୁଆ, ଜୁଟେର ବାନସିଂ ମାଟାଇ ପ୍ରମୁଖ ଅଭିଯୋଗ କରିଥିଲେ । ଡିଏଫ ଏଥିପାଇଁ ୧୫ ଦିନ ସମୟ ନେଇଥିଲେ । ଡିଏଫ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*