ଶିବସେନାର ନୂଆ ଗେମ୍‌ ପ୍ଳାନ୍‌ ଆଦିତ୍ୟ ନୁହେଁ ବିଧାୟକ ଦଳର ନେତା ବନିଲେ ସିନ୍ଧେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ୭ ଦିନ ବିତିଗଲାଣି । ହେଲେ କ୍ଷମତା ପାଇଁ ଟଣାଓଟରା ଏବେ ବି ଜାରି ରହିଛି । ଭାଜପା-ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲାକୁ ନେଇ ମାମଲା ଅଟକି ଥିଲାବେଳେ ଏବେ ଶିବସେନା ନୂଆ ଗେମପ୍ଳାନ୍‌ ସହ ଆଗକୁ ବଢିବାର ଉଦ୍ୟମ କରିଛି ।
ଶନିବାର ଶିବସେନା ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାୟକ ଦଳର ନେତା ଭାବେ ଆଦିତ୍ୟ ଠାକରେ ମନୋନୀତ ହେବାର ଏକପ୍ରକାର ସ୍ଥିରୀକୃତ ହୋଇଥିଲା । ଆଦିତ୍ୟଙ୍କ ସମର୍ଥନରେ ଶିବସେନାର ସମସ୍ତ ୫୬ ବିଧାୟକ ସହମତି ଦେଇଥିଲେ । ହେଲେ ଠିକ୍‌ ସମୟରେ ଆଦିତ୍ୟ ପ୍ରସ୍ତାବ ରଖିଥିଲେ ଏକନାଥ ସିନେ୍ଧଙ୍କ ନାମକୁ । ଆଉ ସିନେ୍ଧ ବନିଛନ୍ତି ବିଧାୟକ ଦଳର ନେତା । ତେବେ ଶିବସେନା ବିଧାୟକ ଦଳର ନେତା ଭାବେ ସିନେ୍ଧଙ୍କୁ ମନୋନୀତ କରିବା ସତ୍ୱେ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗକୁ ନେବାର ନିଜ ଧାରାକୁ ଜାରି ରଖିôବ ବୋଲି ଦଳର ଜଣେ ବିଧାୟକ କହିଛନ୍ତି ।

ହୋଇପାରେ ୨୬:୧୩ ଫର୍ମୁଲା ବିଚାର
ମିଳିଥିବା ସୂଚନା ଅନୁସାରେ ଶିବସେନା ବୈଠକରେ ଭାଜପାର ଉପମୁଖ୍ୟମନ୍ତ୍ରୀ ପଦ ଅଫର ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ତେବେ ଭାଜପା ଶିବସେନାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସହ ୧୩ ମନ୍ତ୍ରୀପଦ ଦେବାର ଯେଉଁ ନିଷ୍ପତ୍ତି ନେଇଛି ତାକୁ ଶିବସେନା ଗ୍ରହଣ କରିପାରେ । ଭାଜପା ପ୍ରସ୍ତାବ ଅନୁସାରେ ଦଳ ନିଜର ୨୬ଜଣଙ୍କୁ ମନ୍ତ୍ରୀପଦ ଦେବା ସହ ଶିବସେନାର ୧୩ ଜଣଙ୍କୁ ମନ୍ତ୍ରୀପଦ ଦେଇପାରେ । ତେବେ କ୍ୟାବିନେଟ୍‌ ପଦକୁ ନେଇ ଆଲୋଚନା ଏବେ ବି ସ୍ପଷ୍ଟ ହୋଇନାହିଁ ।
ଗେମ୍‌ ପ୍ଳାନ୍‌: ଆଗରୁ ଚର୍ଚ୍ଚା ହେଉଥିଲା ଯେ, ଆଦିତ୍ୟ ବିଧାୟକ ଦଳର ନେତା ହୋଇପାରନ୍ତି । ମାତ୍ର ଆଦିତ୍ୟ ନିଜେ ସିନେ୍ଧଙ୍କ ନାମକୁ ଆଗକୁ ଆଣିଥିଲେ । କୁହାଯାଉଛି ଯେ, କ୍ଷମତାକୁ ନେଇ ଯେଉଁ ସସ୍‌ପେନ୍ସ ଜାରି ରହିଛି ଏଥିରେ ଶିବସେନା ନିଜର ନେତା ଓ ଦଳୀୟ କର୍ମକର୍ତ୍ତାଙ୍କ ଭିତରେ ଏକ ସକରାତ୍ମକ ବାର୍ତ୍ତା ଦେବା ପାଇଁ ଏକନାଥ ସିନେ୍ଧଙ୍କୁ ବିଧାୟକ ଦଳର ନେତା ଭାବେ ପ୍ରୋଜେକ୍ଟ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*