ଶିବସେନାର ଅଭିଶାପ ମହାରାଷ୍ଟ୍ରରେ ଭାଜପାର ଅନ୍ତ ଆରମ୍ଭ: ସଂଜୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ
ମହାରାଷ୍ଟ୍ରରେ କ୍ଷମତାର ନିକଟରେ ପହଞ୍ଚି ହଠାତ୍‌ ଦୂରେଇ ଯାଇଥିବା ଶିବସେନା ଏବେ ଭାଜପାକୁ ଦେଇଛି ବଡ଼ ଅଭିଶାପ । ଦଳର ନେତା ସଂଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ଭାଜପାର ଅନ୍ତ ଆରମ୍ଭ ହେଲା । ସେ କହିଛନ୍ତି ଭାଜପା ଏବଂ ଅଜିତ୍‌ ପାୱାର ତ୍ରୁଟିପୂର୍ଣ୍ଣ ପଦକ୍ଷେପ ନେଇ ସରକାର ଗଠନ କରିଛନ୍ତି । ତେବେ ରାଜ୍ୟରେ ଶିବସେନା, କଂଗ୍ରେସ ଏବଂ ରାକପାର ସରକାର ହେବ, ଆମ ନିକଟରେ ୧୬୫ ବିଧାୟକ ଅଛନ୍ତି । ରବିବାର ଗଣମାଧ୍ୟମ ସହ ଆଲୋଚନା ସମୟରେ ରାଉତ କହିଛନ୍ତି ଯେ, ଯେତେବେଳେ ଲୋକେ ଶୋଇଥିଲେ ସେତେବେଳେ ଦେବେନ୍ଦ୍ର ଫଡନାବିସ୍‌ ଶପଥ ନେଲେ । ଏହା ଏକ ଦୁର୍ଘଟଣା ଯୁକ୍ତ ଶପଥ କାର୍ଯ୍ୟକ୍ରମ । ବର୍ତ୍ତମାନ ଭାଜପା ଆଇସିୟୁରେ । ମୋ କାରଣରୁ ଭାଜପା ସହ ଶିବସେନାର ଗଠବନ୍ଧନ ତୁଟି ନାହିଁ । ଆମେ ସରକାର ଗଠନ ପାଇଁ ଯାଉଥିଲୁ ହେଲେ ଫଡନାବିସ୍‌ ପକେଟମାରୁ କଲେ । ଆମ ଉପରେ ଯେତେ ବି ଅତ୍ୟାଚାର କରାଗଲେ ମଧ୍ୟ ଆମେ ନଇଁବୁ ନାହିଁ । ଆମର ଅଭିଶାପରେ ଭାଜପା ଶେଷ ହୋଇଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*