ଶିବପାଳଙ୍କ ପ୍ରସ୍ତାବର ଉତ୍ତର ଦେଲେ ନାହିଁ କହିଲେ ଏବେ ଏକୁଟିଆ ଲଢିବୁ ନିର୍ବାଚନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କିଛି ଦିନ ତଳେ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ମୁଖିଆ ତଥା ମୁଲାୟମ ସିଂଙ୍କ ଭାଇ ଶିବପାଳ ଯାଦବ ପରିବାରର ବିବାଦ ତୁଟାଇବା ଏବଂ ସପା ସହ ଏକାଠି ନିର୍ବାଚନ ଲଢିବାର ଯୁକ୍ତି ବାଢିଥିଲେ । ସେ କହିଥିଲେ ଯେ, ଆମେ ସମସ୍ତେ ଏକ ହେଲେ ୨୦୨୨ରେ ଅଖିଳେଶ ଯାଦବ ପୁଣି ଥରେ ମୁଖ୍ୟମନ୍ତ୍ରୀ ବନିବେ ନିଶ୍ଚିତ । ହେଲେ ଶିବପାଳଙ୍କ ଏହି ପ୍ରସ୍ତାବର କୌଣସି ଉତ୍ତର ଦେଇନାହାଁନ୍ତି ଅଖିଳେଶ, ବରଂ କହିଛନ୍ତି ଯେ, ୨୦୨୨ ବିଧାନସଭା ନିର୍ବାଚନରେ ସପା କୌଣସି ଦଳ ସହ ବୁଝାମଣା କରିବ ନାହିଁ, ଏକାକୀ ଲଢିବ ନିର୍ବାଚନ ।
ଶିବପାଳଙ୍କ ପ୍ରସ୍ତାବ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ମୁଁ ବର୍ତ୍ତମାନ ଏ ସମ୍ପର୍କରେ କିଛି କହିବି ନାହିଁ । ସମୟ ଆସିଲେ ଏହା ଉପରେ ଜବାବ ରଖିବି । ବର୍ତ୍ତମାନ ସମୟରେ ରାଜ୍ୟବାସୀ ଭାଜପା ସରକାରର କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡିଲେଣି । ସେମାନେ ବଡ଼ ଦୁଃଖରେ ଅଛନ୍ତି । ସପା ସରକାର ପୂର୍ବରୁ ଯେଉଁ କାମ କରିଥିଲା ସେହି କାମକୁ ପୁଣି ଥରେ ଆଗକୁ ଜାରି ରଖିବ ଏବଂ ୨୦୨୨ରେ ନିଶ୍ଚିତ ସରକାର ଗଠନ କରିବ । ଅଖିଳେଶ କହିଛନ୍ତି ଯେ, ବର୍ତ୍ତମାନ ଠାରୁ ଆମେ ସରକାର ଗଠନ ପ୍ରସ୍ତୁତିରେ ଲାଗିପଡିଲୁଣି । ସେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଏମାନେ ଲୋକଙ୍କୁ ଡରାଇ ଧମକାଇ ରାଜନୀତି କରୁଛନ୍ତି, ଲୋକଙ୍କ ଭିତରେ ବିଦ୍ୱେଷ ଭାବ ସୃଷ୍ଟି କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*