ଶାହରୁଖ୍‌, ସଲମାନଙ୍କୁ ପଛରେ ପକାଇଲେ ପ୍ରିୟଙ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନର ବ୍ୟବଧାନ ପରେ ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ସ୍କାଇ ଇଜ୍‌ ପିଙ୍କ୍‌’ ଗତ ମାସରେ ରିଲିଜ୍‌ ହୋଇଥିଲା । ଏହି ଫିଲ୍ମଟିକୁ କ୍ରିଟିକ୍ସ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ଏହି ଫିଲ୍ମ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ ଜୋନାସ୍‌ ଏବଂ ନିଜର ଶାଶୁ ଘର ଲାଗି ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ ଏବଂ ଫିଲ୍ମକୁ ନେଇ ନୁହେଁ ବରଂ ଖାସ୍‌ ଉପଲବ୍ଧି ହାସଲ କରିଥିବାରୁ ଚର୍ଚ୍ଚାର ଶିରୋନାମାରେ ଅଛନ୍ତି ।
ପ୍ରିୟଙ୍କା ଚୋପ୍ରା ଚଳିତ ବର୍ଷ ଇଣ୍ଟର୍‌ନେଟ୍‌ରେ ବଲିଉଡ୍‌ର ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀ ବନିଛନ୍ତି । ରିପୋର୍ଟ ମୁତାବକ, ସେମ୍‌ରସ୍‌ ନାମକ ଏକ କମ୍ପାନୀ କରିଥିବା ଏକ ସର୍ଭେ ଅନୁସାରେ, ଅକ୍ଟୋବର ୨୦୧୮ରୁ ଅକ୍ଟୋବର ୨୦୧୯ ମଧ୍ୟରେ ସାରା ବିଶ୍ୱର ଲୋକଙ୍କ ଉପରେ ନିଜର ପ୍ରଭାବ ଛାଡ଼ିବା ସହିତ ଇଣ୍ଟରନେଟରେ ଖୁବ୍‌ ସର୍ଚ୍ଚ କରାଯାଇଥିବା ସର୍ବଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟ ପ୍ରିୟଙ୍କାଙ୍କ ନାମ ରହିଛି ।
ସୂଚନା ମୁତାବକ, ପ୍ରିୟଙ୍କାଙ୍କ ନାମ ୨୦୧୯ରେ ଇଣ୍ଟରନେଟ୍‌ରେ ୨୭.୪ କୋଟି ଥର ସର୍ଚ୍ଚ କରାଯାଇଥିଲା । ପ୍ରିୟଙ୍କାଙ୍କ ବ୍ୟତୀତ ଇଣ୍ଟରନେଟ୍‌ରେ ସର୍ଚ୍ଚ କରାଯାଇଥିବା ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋଣ ଦ୍ୱିତୀୟ ଏବଂ ସନି ଲିଓନିଙ୍କ ନାମ ତୃତୀୟ ସ୍ଥାନରେ ଅଛନ୍ତି । ଏହି ସର୍ଭେରେ ଦେଖାଯାଇଛି ଯେ, ସଲମାନ ଖାନ୍‌ଙ୍କୁ ଅକ୍ଟୋବର ୨୦୧୯ରେ ୧୮ ଲକ୍ଷରୁ ଅଧିକ ଥର ସର୍ଚ୍ଚ କରାଯାଇଛି । ସେହିପରି ଅଭିନେତ୍ରୀଙ୍କ ଏହି ଲିଷ୍ଟରେ ସଲମାନଙ୍କ ସହିତ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ନାମ ମଧ୍ୟ ରହିଛି । ଏହି ଲିଷ୍ଟରେ ଶାହାରୁଖ ଖାନ୍‌ ଦ୍ୱିତୀୟ ଏବଂ ଦିଗଙ୍ଗତ କଳାକାର ଅମରୀଶ ପୁରୀ ତୃତୀୟ ସ୍ଥାନରେ ରହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*