ଶହ ଶହ ଲୋକଙ୍କୁ ଖାଦ୍ୟ ଯୋଗାଇ କରୋନାରେ ଚାଲିଗଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ସ୍ୱେଚ୍ଛାକୃତ ଭାବେ ବନିଥିଲେ କରୋନା ଯୋଦ୍ଧା । ଲକ୍‌ଡାଉନ୍‌ ବେଳେ ଶହ ଶହ ପ୍ରବାସୀ ଶ୍ରମିକଙ୍କୁ ଯୋଗାଇ ଥିଲେ ଖାଦ୍ୟ । ହେଲେ ସେହି ସାମାଜିକ କର୍ମୀ ଅରୁଣ ସିଂହ କରୋନା ଆକ୍ରାନ୍ତ ହୋଇ ଆଖିବୁଜି ଦେଇଛନ୍ତି । କୋଭିଡ୍‌ ସଂକ୍ରମଣର ଆଦ୍ୟ ଅବସ୍ଥାରେ ୪୮ ବର୍ଷୀୟ ଅରୁଣ ଆଗଭର ଭାବେ ଆସି ସ୍ୱେଚ୍ଛାସେବୀ ଭାବରେ ଯୋଗ ଦେଇଥିଲେ । ଦ୍ୱାରକାର ସେକ୍ଟର ୨୫ରେ ଅଟକି ଯାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାତିଦିନ ଲାଗି ସେ ପ୍ରାୟ ୧ହଜାର ଜଣଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ ।
ଗତ କିଛି ମାସ ଧରି ଅରୁଣ ଘର ଓ ପରିବାର ଠାରୁ ଦୂରେଇ ଦିଲ୍ଲୀ ସହରରେ ବୁଲି ବୁଲି ଖାଦ୍ୟ ଯୋଗାଣରେ ଲାଗିଥିଲେ । ପତ୍ନୀ, ନବମ ଶ୍ରେଣୀର ପୁଅ ଓ ଦ୍ୱାଦଶ ବୋର୍ଡ଼ ପାସ୍‌ କରିଥିବା ଝିଅଙ୍କୁ ଛାଡ଼ି ଚାଲି ଯାଇଛନ୍ତି ଅରୁଣ । ଗତ ୪ ତାରିଖରେ ଅରୁଣ କରୋନା ପଜିଟିଭ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଦ୍ୱାରକାର ଭେଙ୍କଟେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଅରୁଣଙ୍କ ମୃତୁ୍ୟ ଖବର ଯିଏ ଶୁଣୁଛନ୍ତି, ସେମାନେ କାନ୍ଦୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*