ଶସ୍ତା ଫୋନର ଯୁଗ ଶେଷ ଏୟାରଟେଲ ୪୨%, ଜିଓ ୪୦% ବଢ଼ାଇଲେ ଦର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ଏବଂ ଦୁର୍ବଳ ବାଲାନ୍ସସିଟ୍‌କୁ ସଜାଡିବା ପାଇଁ ନିକଟରେ ଏୟାରଟେଲ, ଭୋଡାଫୋନ-ଆଇଡିଆ ଏବଂ ଜିଓ ଶୁଳ୍କ ବୃଦ୍ଧିର ଘୋଷଣା କରିଥିଲେ । ତେବେ କେତେ ପରିମାଣର ଶୁଳ୍କ ବୃଦ୍ଧି ହେବ ତାହାର ସୂଚନା ମିଳିନଥିଲା । ଆଉ ରବିବାର ଭାରତୀ ଏୟାରଟେଲ ନୂଆ ପ୍ଳାନ୍‌ ଘୋଷଣା ସହ ସୂଚନା ଦେଇଛି ଯେ, ୩ ତାରିଖ ଠାରୁ ପ୍ରିପେଡ ଗ୍ରାହକଙ୍କୁ କଲ୍‌ ଏବଂ ଡାଟା ପାଇଁ ୪୨% ଅଧିକ ଦର ଦେବାକୁ ହେବ । ପୂର୍ବରୁ ଭୋଡାଫୋନ-ଆଇଡିଆ ମଧ୍ୟ ଏହି ସମାନ ପ୍ରତିଶତ ଶୁଳ୍କ ବୃଦ୍ଧିର ଘୋଷଣା କରିଥିଲା ।
ଏୟାରଟେଲର ନୂଆ ପ୍ଳାନ ଅନୁସାରେ ଦିନ ପିଛା ଗ୍ରାହକଙ୍କୁ ୫୦ ପଇସାରୁ ୨ଟଙ୍କା ୮୫ ପଇସା ଅଧିକ ଦେବାକୁ ପଡ଼ିବ । ଡିସେମ୍ବର ୩ରୁ ଏହା ଲାଗୁ ହେବ । କମ୍ପାନୀ ଅନ୍‌ଲିମିଟେଡ କାଟାଗୋରିରେ ୨ଦିନ, ୨୮ ଦିନ, ୮୪ ଦିନ, ୩୬୫ଦିନର ଭାଲିଡିଟି ଥିବା ପ୍ଳାନ୍‌ ଘୋଷଣା କରିଛି । ଏହି ପ୍ଳାନ୍‌ ସବୁର ହାରହାରି ଦର ବୃଦ୍ଧି ୪୧.୧୪% ରହିଛି । ଭୋଡାଫେନର ବିଜ୍ଞପ୍ତି ଅନୁସାରେ ବାର୍ଷିକ ପ୍ଳାନରେ ୪୧.୨% ବୃଦ୍ଧି ଘଟିଛି । ଏହି ପ୍ଳାନ ଦର ୧୬୯୯ରୁ ୨୩୯୯ ହୋଇଛି । ସେହିପରି ଦୈନିକ ଦେଢ଼ ଜିବି ଡାଟା ଦେଉଥିବା ୮୪ ଦିନ ବୈଧ ଥିବା ପ୍ଳାନ ଦର ୪୫୮ ଟଙ୍କାରୁ ୫୯୯ ଟଙ୍କାକୁ ବୃଦ୍ଧି ହୋଇଛି ।
ସେହିପରି ରିଲାଏନ୍ସ ଜିଓ ଡିସେମ୍ବର ୬ ତାରିଖରୁ ଦର ବୃଦ୍ଧି ଲାଗୁ କରିବାକୁ ଯାଉଛି । ବିଭିନ୍ନ ଯୋଜନା ଅନ୍ତର୍ଗତ ଜିଓର ଶୁଳ୍କ ଦରରେ ପାଖାପାଖି ୪୦%ର ବୃଦ୍ଧି ଘଟିବ । ତେବେ ପୂର୍ବ ଯୋଜନାରେ ଥିବା କଲିଂ ସୁବିଧା ଏବଂ ଡାଟା ଅବ୍ୟାହତ ରହିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ନୂଆ ଯୋଜନାରେ ଯଦିଓ ଗ୍ରାହକ ଅଧିକ ଅର୍ଥ ଦେବେ ତେବେ ସେମାନଙ୍କୁ ୩୦୦%ର ଅଧିକ ସୁବିଧା ମିଳିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*