ଶବ ଗଣିବା ଦାୟିତ୍ୱ ଆମର ନୁହେଁ : ଧନୱା ଟାର୍ଗେଟରେ ବାଜି ନଥିଲେ ପାକିସ୍ତାନର କାହିଁକି ଏପରି ପ୍ରତିକ୍ରିୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ବାୟୁସେନା ମୁଖ୍ୟ ବିଏସ ଧନୱା ସେମାବାର ପାକିସ୍ତାନର ବାଲାକୋଟ ଅଞ୍ଚଳରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଏହି ଅବସରରେ କହିଥିଲେ ଯେ, ଭାରତ ଯଦି ପାକିସ୍ତାନର ଜଙ୍ଗଲରେ ବୋମା ବର୍ଷଣ କରିଥିଲା, ତେବେ ପାକ୍‌ ପକ୍ଷରୁ କାହିଁକି ଏଠାରେ ହମଲା କରାଯାଇଥିଲା । ସେହିପରି ହମଲାରେ କେତେ ଲୋକ ମରିଲେ, ତାହା ଜାଣିବା ବାୟୁସେନାର କାର୍ଯ୍ୟ ନୁହେଁ, ଏହା ସରକାରଙ୍କ କାର୍ଯ୍ୟ । ଆମେ କେବଳ ଆମେ ଟାର୍ଗେଟକୁ ଭେଦ କରିଥିଲୁ । ଆମେ ଏହି ହମଲାରେ କେତେ ଲୋକଙ୍କ ଜୀବନହାନୀ ତାହା ଗଣିନଥିଲୁ, ଅଧିକନ୍ତୁ କେତେଟା ଲକ୍ଷ୍ୟକୁ ଟାର୍ଗେଟ କରିପାରିଥିଲୁ ତାହାର ହିସାବ ରଖିଛୁ ବୋଲି ସେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ ।
ଆମ୍ରମ ମିସାଇଲ ସମ୍ବନ୍ଧରେ ସୂଚନା ଦେଇ ବାୟୁସେନା ଚିଫ୍‌ ମାର୍ଶାଲ ବିଏସ ଧନୱା କହିଥିଲେ ଯେ, ମୁଁ ଜାଣିନି ଆମେରିକା ଏବଂ ପାକିସ୍ତାନ ମଧ୍ୟରେ କେଉଁପ୍ରକାର ବୁଝାମଣା ହୋଇଛି । କିନ୍ତୁ ଆମକୁ ଆମ୍ରମ ମିସାଇଲର କିଛି ଅଂଶ ମିଳିଛି । ଏହି ମିସାଇଲ କେବଳ ଏଫ-୧୬ ବିମାନରେ ଖଞ୍ଜାଯାଇପାରିବ । ଆଉ ଯଦି ବୁଝାମଣାରେ ଉକ୍ତ ଲଢୁଆ ବିମାନକୁ ଆତଙ୍କ ବିରୋଧୀ କାର୍ଯ୍ୟକଳାପ ବ୍ୟତିରେକ ଅନ୍ୟ କେଉଁଠି ବ୍ୟବହାର କରାଯାଇନପାରିବାର ଉଲ୍ଲେଖ ରହିଛି, ତେବେ ପାକିସ୍ତାନର ବୁଝାମଣାର ଉଲଂଘନ କରିଛି ବୋଲି ସେ ଜୋର ଦେଇ କହିଥିଲେ ।
ସେହିପରି ନିକଟରେ ପାକିସ୍ତାନରୁ ଫେରିଥିବା ୱିଙ୍ଗ କମାନ୍ଦର ଅଭିନନ୍ଦନ କେବେ ବିମାନ ଉଡାଇବେ, ତାହା ତାଙ୍କର ମେଡିକାଲ ଫିଟନେସ୍‌ ଉପରେ ନିର୍ଭର କରୁଛି । ଲଢୁଆ ବିମାନରୁ ବାହାରକୁ ବାହାରିବା ପରେ ମେଡିକାଲ ଚେକ୍‌ ଅପ୍‌ ଦେଇ ଗତି କରିବାକୁ ପଡିଥାଏ । ତେଣୁ ଅଭିନନ୍ଦନ ଏବେ ଏହି ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ତାଙ୍କୁ ଯେପର୍ଯ୍ୟନ୍ତ ଚିକିତ୍ସାର ଆବଶ୍ୟକତା ଅଛି, ତାହା ଯୋଗାଇଦିଆଯିବ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ହୋଇଗଲେ, ସେ ପୁଣିଥରେ ବିମାନ ଉଡାଇପାରିବେ ବୋଲି ଧନୱା ପ୍ରକାଶ କରିଥିଲେ ।
ଏୟାର ଷ୍ଟ୍ରାଇକ୍‌ ଏକ ଯୋଜନାବଦ୍ଧ ଅଭିଯାନ ଥିଲା । ଯୋଜନା ବନାଇବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ଯେତେବେଳେ କୌଣସି ଶତ୍ରୁ ତୁମ ଉପରେ ପ୍ରୟାର କରିଥାଏ, ସେତେବେଳେ ସେଠାରେ ଉପସ୍ଥିତ ବିମାନଗୁଡିକ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନରେ ସାମିଲ ହୋଇଯାଇଥାନ୍ତି । ଶତ୍ରୁର ଯେତେବଡ ଲଢୁଆ ବିମାନ ଥାଉ ନା କାହିିଁକି, ସେମାନେ ଏହା ଉପରେ ହମଲା କରିବାକୁ ପଛାଇ ନଥାନ୍ତି । ମିଗ୍‌-୨୧ ବାଇସନ ଏକ ଶକ୍ତିଶାଳୀ ଲଢୁଆ ବିମାନ । ଏହାକୁ ଅପଗ୍ରେଡ ମଧ୍ୟ କରାଯାଇସାରିଛି । ଏହାର ରାଡାର ଖୁବ୍‌ ଭଲ । ଏହା ଆକାଶରୁ ଆକାଶକୁ ମିସାଇଲ ଦାଗିବାରେ ସକ୍ଷମ ବୋଲି ବାୟୁସେନା ମୁଖ୍ୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*