ଶବର ଫଟୋ ଉଠାଉଥିଲେ, ହଠାତ୍‌ ଶବ୍ଦ ଶୁଣିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଏର୍ଣ୍ଣାକୁଲମ
କେରଳର ଏର୍ଣ୍ଣାକୁଲମରେ ଜଣେ ଫଟୋଗ୍ରାଫର ଡାକ୍ତରଖାନା ବାହାରେ ପୁଲିସର କାଗଜପତ୍ର କାମ ପାଇଁ ଜଣେ ମୃତକଙ୍କ ଫଟୋ ନେଉଥିଲେ । ହେଲେ ଏହି ସମୟରେ ଅଚାନକ ସେ ଏକ ଶବ୍ଦ ଶୁଣିଥିଲେ । ଫଟୋଗ୍ରାଫରଙ୍କ ମନରେ ସନେ୍ଦହ ହୋଇଥିଲା । ସେ ଯେତେବେଳେ ମୃତ ବ୍ୟକ୍ତିଙ୍କ ନିକଟକୁ ଗଲେ ସେତେବେଳେ ଉକ୍ତ ବ୍ୟକ୍ତିଙ୍କ ମୁହଁରୁ ସାମାନ୍ୟ ଶବ୍ଦ ବାହାରୁ ଥିଲା । ସେ ତୁରନ୍ତ ଏହି ସୂଚନା ପୁଲିସକୁ ଦେଇଥିଲେ । ପରେ ଜଣାପଡିଲା ଯାହାକୁ ମୃତ ବୋଲି ବାହାରେ ରଖାଯାଇଥିଲା ସେ ଜୀବିତ । ଏବେ ସେହି ବ୍ୟକ୍ତିଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି ।
ଫଟୋଗ୍ରାଫର ଟୋମି ଥୋମାସଙ୍କୁ ଏର୍ଣ୍ଣାକୁଲମ ଜିଲାର କାଲାମସେରି ଅଞ୍ଚଳର ପୁଲିସ୍‌ ଅଧିକାରୀ ମୃତ ବ୍ୟକ୍ତିଙ୍କ ଫଟୋ ଉଠାଇବା ପାଇଁ ଡକାଯାଇଥିଲା । ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ଜୀବିତ ଥିଲେ । ଏହି ବ୍ୟକ୍ତିଙ୍କ ନାମ ହେଉଛି ଶିବ ଦାସନ । ଏପରି ଭୁଲ୍‌ କିପରି ହେଲା ସେ ନେଇ ଯାଞ୍ଚ ଆରମ୍ଭ ହୋଇଥିଲା ବେଳେ ଶିବଦାସନଙ୍କୁ ତି୍ରସୁରର ଜୁବୁଲି ମିଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*