ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ଗୁରୁବାର ଜଷ୍ଟିସ୍ ସାବିତ୍ରୀ ରଥ ଶପଥ ଗ୍ରହଣ କରିଛନ୍ତି । କରୋନା କଟକଣା ଯୋଗୁଁ ଜଷ୍ଟିସ ସାବିତ୍ରୀ ରଥଙ୍କ ଶପଥ ଗ୍ରହଣ ଉତ୍ସବ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା । ହାଇକୋର୍ଟର ପୁରୁଣା କନ୍ଫରେନ୍ସ ହଲରେ ନିରାଡ଼ମ୍ବର ଭାବେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ଜଷ୍ଟିସ୍ ରଫିକ ସାବିତ୍ରୀ ରଥଙ୍କୁ ବିଚାରପତି ଭାବେ ଶପଥପାଠ କରାଇଥିଲେ ।
ଗତ ଜାନୁଆରୀ ୨୩ ତାରିଖରେ ସୁପ୍ରିମ୍କୋର୍ଟ କଲେଜିୟମ୍ ପକ୍ଷରୁ ଓଡିଶା ହାଇକୋର୍ଟର ବି·ରପତି ଭାବେ ଆଇନଜୀବୀ ସାବିତ୍ରୀ ରଥଙ୍କ ନାମକୁ ସୁପାରିସ କରାଯାଇଥିଲା । ସାବିତ୍ରୀ ରଥ ହାଇକୋର୍ଟର ତୃତୀୟ ମହିଳା ବି·ରପତି ଭାବେ ନିଯୁକ୍ତି ପାଇଛନ୍ତି । ହାଇକୋର୍ଟର ସର୍ବପ୍ରଥମ ମହିଳା ବି·ରପତି ଭାବେ ଜଷ୍ଟିସ୍ ଅମୀୟା କୁମାରୀ ପାଢୀ ନିଯୁକ୍ତି ପାଇଥିଲେ । ସେ ୧୯୮୮ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ବି·ରପତି ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ପରେ ଦ୍ୱିତୀୟ ମହିଳା ବି·ରପତି ଭାବେ କୁମାରୀ ଜଷ୍ଟିସ୍ ସଞ୍ଜୁ ପନ୍ଦା ଜଜ୍ ଭାବେ ନିଯୁକ୍ତି ପାଇଥିଲେ । ସେ ଏବେ ହାଇକୋର୍ଟର ବରିଷ୍ଠ ବି·ରପତି ଭାବେ କାର୍ଯ୍ୟରତ ରହିଛନ୍ତି । ଓଡିଶାର ପୂର୍ବତନ ପୁଲିସ୍ ଡିଜି ପଫୁଲ୍ଲ ରଥଙ୍କ ଝିଅ ସାବିତ୍ରୀ ରଥ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ । କଟକରେ ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ ହେବା ପରେ ଦିଲ୍ଲୀ ଆଇନ ବିଶ୍ୱବିଦ୍ୟାଳୟରେ ସେ ଆଇନ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ଓଡିଶା ହାଇକୋର୍ଟର ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ହାଇକୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ପରି·ଳନା କରିଥିବା ସାବିତ୍ରୀ ରଥ ବି·ରପତି ଭାବେ ନିଯୁକ୍ତି ପାଇବା ପରେ ଓଡ଼ିଶା ହାଇକୋର୍ଟର ବି·ରପତି ସଂଖ୍ୟା ୧୬ରେ ପହଁଚିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*