ଶତ ପ୍ରତିଶତ ସଫଳତା ସହ ଡିଏଭି ଚନ୍ଦ୍ରଶେଖରପୁରର ଅନୁପମ ସାଫଲ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବୁଧବାର ପ୍ରକାଶ ପାଇଥିବା ସିବିଏସ୍‌ଇ ବାର୍ଷିକ ଦଶମ ପରୀକ୍ଷା ଫଳରେ ଡିଏଭି ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖରପୁର ତା’ର ଶୈକ୍ଷିକ ଉକôର୍ଷ ବଜାୟ ରଖିବା ସହ ଦ୍ୱାଦଶ ପରୀକ୍ଷାଫଳ ଭଳି ଶତପ୍ରତିଶତ ସଫଳତା ହାସଲ କରିଛି । ସମୁଦାୟ ୩୨୨ଜଣ ଛାତ୍ରଛାତ୍ରୀ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ସ୍ଥଳେ ତନ୍ମଧ୍ୟରୁ ୩୧୫ଜଣ ଶତକଡା ୬୦ରୁ ଅଧିକ ନମ୍ବର ରଖିଛନ୍ତି । ଉଲ୍ଲେଖନୀୟ ଭାବରେ ୧୨୪ଜଣ (୩୮.୫୧%) ୯୫%ରୁ ଅଧିକ, ୨୦୨ଜଣ (୬୨.୭୩%) ୯୦%ରୁ ଅଧିକ, ୨୯୭ଜଣ (୯୨.୨୪%) ୭୫%ରୁ ଅଧିକ ନମ୍ବଲ ହାସଲ କରିଛନ୍ତି । ସ୍କୁଲର ସାମଗ୍ରିକ ହାରାହାରି ମାର୍କ ରହିଛି ୮୯.୭୦ । ତନ୍ମନା ମିଶ୍ର ୪୯୫ମାର୍କ(୯୯%) ସହ ସ୍କୁଲ ଟପ୍ପର ହୋଇଥିବା ସ୍ଥଳେ ଶୁଭାଙ୍ଗୀ ନାୟକ ଓ ତରୁଣ କୁମାର ଦୋରା ୪୯୪ମାର୍କ (୯୮.୮%) ଯୁଗ୍ମଭାବେ ୨ୟ ଏବଂ ପ୍ରଥମ ପ୍ରତୀକ ମହାନ୍ତି ଓ ଶ୍ରୁତିଜା ସ୍ୱାଇଁ ୪୯୨ ଲେଖାଏଁ ମାର୍କ (୯୮.୪%) ରଖି ଯୁଗ୍ମଭାବେ ବିଦ୍ୟାଳୟରେ ୩ୟ ସ୍ଥାନ ହାସଲ କରିଛନ୍ତି । ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଓଡ଼ିଆ, ସଂସ୍କୃତ ଆଦି ବିଷୟରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣ ଅଙ୍କ ୧୦୦ନଂ ଲେଖାଏଁ ରଖିଛନ୍ତି । ପ୍ରାୟ ସମସ୍ତ ବିଷୟରେ ଆଭରେଜ ୯୦% ରହିଛି । ଉଭୟ ଦ୍ୱାଦଶ ଓ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ କୃତୀ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପନ୍ଦା, ପ୍ରିନ୍ସିପାଲ ଡ କେସି ଶତପଥୀ ପ୍ରମୁଖ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
ଡିଏଭି ପୋଖରୀପୁଟ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀ ଶତପ୍ରତିଶତ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ବିଦ୍ୟାଳୟର ସାମଗ୍ରିକ ସଫଳତା ୮୭.୬୭% ରହିଛି । ବିଦ୍ୟାଳୟର ମୋଟ ୧୮୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୩ ଜଣ ବିଦ୍ୟାର୍ଥୀ ୯୦% ରୁ ଊଦ୍ଧ୍ୱର୍ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଶ୍ୱଜିତ୍‌ ନାୟକ ୯୯.୪୦% ନମ୍ବରରେ ପ୍ରଥମ, ତନ୍ମୟ ମହାପାତ୍ର ୯୯.୦୦%ରେ ଦ୍ୱିତୀୟ ଏବଂ ୯୮.୮୦% ନମ୍ବର ସହ ଆୟୁଷ ପାଟ୍ଟଯୋଶୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟ ସ୍ତରରେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନେ ନିଜ ସଫଳତା ପାଇଁ ମାତାପିତା, ଶିକ୍ଷକ-ଶିକ୍ଷୟିତ୍ରୀ , ଅଧ୍ୟକ୍ଷା ଡ. ସୁଜାତା ତଥା ଈଶ୍ୱରଙ୍କ ଆଶୀର୍ବାଦ ବୋଲି କହିଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ବିଷୟ ଭିତ୍ତିକ ଶତପ୍ରତିଶତ ନମ୍ବର ରଖି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ବିଦ୍ୟାଳୟର ଏହି ସଫଳତା ପାଇଁ ଚେୟାରମ୍ୟାନ ମଦନ ମୋହନ ପନ୍ଦା, ଡିଏଭି ବିଦ୍ୟାଳୟ ସମୂହ ଜୋନ୍‌-୧ର ଆଞ୍ଚଳିକ ନିଦେ୍ର୍ଦଶକ ଡ କେସି ଶତପଥୀ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଡ ସୁଜାତା ଛାତ୍ରାଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଡିଏଭି କଳିଙ୍ଗନଗର
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଡିଏଭି କଳିଙ୍ଗ ନଗରର ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତିତ୍ୱର ସହ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ୧୫୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨.୬୭ ପ୍ରତିଶତ ୯୫ ପ୍ରତିଶତରୁ ଊଦ୍ଧ୍ୱର୍ ମାର୍କ, ୪୦ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊଦ୍ଧ୍ୱର୍ ମାର୍କ, ୭୨.୬୭ ପ୍ରତିଶତ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଊଦ୍ଧ୍ୱର୍ ମାର୍କ ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି । କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଷ୍ଣାପ୍ରିୟା ଅଗ୍ରୱାଲ ୯୮.୪ ପ୍ରତିଶତ ରଖି ପ୍ରଥମ ସ୍ଥାନ, ଆୟୂସ ରଞ୍ଜନ ପନ୍ଦା ୯୮.୨ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନ ଏବଂ ଶ୍ରେୟା ସ୍ନେହାଶିସ ପାତ୍ର, ସତ୍ୟମ ସ୍ମିତୋଦୟ ନାୟକ ଓ ଦୀପ୍ଶିଖା ମହାନ୍ତି ୩ ଜଣ ସମାନ ଭାବେ ୯୭.୮ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରି ସ୍କୁଲ୍ ପାଇଁ ସଫଳତା ଆଣିଛନ୍ତି । ବିଦ୍ୟାଳୟର ସାମଗ୍ରୀକ ହାର ୮୪.୮୬ ପ୍ରତିଶତ ହୋଇଛି । ଏହି ସଫଳତା ନିମନ୍ତେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଶରତ ଚନ୍ଦ୍ର ମିଶ୍ର, ଡିଏଭି ବିଦ୍ୟାଳୟ ସମୂହ ଓଡ଼ିଶା ଜୋନ୍ –୧ର ଆଞ୍ଚଳିକ ନିଦେ୍ର୍ଦଶକ ଡ କେସି ଶତପଥୀ ଓ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
ପାରାଦୀପ ଡିଏଭି
ଡିଏଭି ବିଦ୍ୟାଳୟ, ଇଫକୋର ଦଶମ ଶ୍ରେଣୀ ସିବିଏସ୍‌ଇ ପରୀକ୍ଷାଫଳ ପ୍ରକାଶିତ ହୋଇଛି । ସମୁଦାୟ ୫୦ଜଣ ଛାତ୍ରଛାତ୍ରୀ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ସ୍ଥଳେ ସାଗ୍ନିକା ଲଗ୍ନଲବ୍ଧା ଦାସ ୯୭.୮% ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଶ୍ରୁତି ମହାପାତ୍ର ଓ ତୃତୀୟ ସ୍ଥାନରେ ସ୍ମ୍ରିତି ଶ୍ରୀବାସ୍ତବ ଓ ପ୍ରିନ୍ସ ବାରିକ ୯୭.୨%, ବିବେକ ପନ୍ଦା ୯୬%ରଖି ତୃତୀୟ ସ୍ଥାନରେ ରହିଛନ୍ତି । ୭ଜଣ(୧୪%) ଛାତ୍ରଛାତ୍ରୀ ୯୫%ରୁ ଊଦ୍ଧ୍ୱର୍ ରଖିଥିବାବେଳେ ୧୫ଜଣ(୩୦%) ଛାତ୍ରଛାତ୍ରୀ ୯୦%ରୁ ଊଦ୍ଧ୍ୱର୍ ରଖିଛନ୍ତି । ହାରାହାରି ବିଦ୍ୟାଳୟରେ ୮୦.୧୬% ରହିବା ଏବଂ ପୂର୍ବବର୍ଷ ତୁଳନାରେ ବୃଦ୍ଧି ହେବାରୁ ଡିଏଭି ପରିବାରରେ ଆତ୍ମସନ୍ତୋଷ ପ୍ରକାଶ ପାଇଛି । ଏହି ଅବସରରେ ସମସ୍ତ ପରୀକ୍ଷାର୍ଥୀ ଓ ଶିକ୍ଷକ ସମ୍ପ୍ରଦାୟଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାପାତ୍ରଙ୍କୁ ଇଫକୋ, ପାରାଦୀପର ମହାପ୍ରବନ୍ଧକ କେଜେ ପଟେଲ ଧନ୍ୟବାଦ ଜଣାଇଛନ୍ତି । ଡିଏଭି ବିଦ୍ୟାଳୟ ପ୍ରଥମାଞ୍ଚଳର ଆଞ୍ଚଳିକ ଅଧିକାରୀ ଡ. କେଶବ ଚନ୍ଦ୍ର ଶତପଥୀ ଏବଂ ଉପଅଧିକାରୀ ଡ. ସୁଜାତା ସାହୁ ସମସ୍ତ ପରୀକ୍ଷାର୍ଥୀଙ୍କର ଭବିଷ୍ୟତର ଉତ୍ତରୋତ୍ତର କାମନା କରିଥିଲେ ।

କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ
କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍‌ ଛାତ୍ରୀ ଶୁଭୋମିତା ଚକ୍ରବର୍ତ୍ତୀ ସର୍ବାଧିକ ୯୮ ପ୍ରତିଶତ ନମ୍ବର ରଖିଥିବା ବେଳେ ୩୫ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊଦ୍ଧ୍ୱର୍ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷା ଦେଇଥିବା ସ୍କୁଲ୍‌ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ରେ ସିବିଏସ୍‌ଇ, ଆଇଜିସିଏସ୍‌ଇ, ଆଇବିଡିପି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ଏହି ସବୁ ପାଠ୍ୟକ୍ରମରେ କ୍ରମାଗତ ଭାବେ ସଫଳତା ହାସଲ କରିଆସୁଛନ୍ତି । କେବଳ ଶିକ୍ଷାରେ ନୁହେଁ, ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଆସୁଛନ୍ତି । ସ୍କୁଲ୍‌ର ଏହି ସଫଳତାରେ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିପାଇଁ ସେ ସ୍କୁଲ୍‌ର ଚେୟାରପର୍ସନ ଡ. ମୋନା ଲିସା ବଳ ଏବଂ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ଓ ଜାତୀୟସ୍ତରରେ ମଧ୍ୟ ସଫଳତା ହାସଲ କରିଆସୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*