ଶକ୍ତି ସଚିବଙ୍କ ହିଞ୍ଜିଳିକାଟୁ ପରିଦର୍ଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ହିଞ୍ଜିଳିକାଟୁ
ହିଞ୍ଜିଳିକାଟୁ ବ୍ଲକ ଗସ୍ତରେ ଶକ୍ତି ସଚିବ ବିଷ୍ଣୁପାଦ ସେଠୀ ପହଞ୍ଚô ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଜନସାଧାରଣଙ୍କୁ ପଚାରି ବୁଝିଥିଲେ । ସ୍ଥାନୀୟ ବ୍ଲକ ଗୋଦରାପଲ୍ଲୀ ଗ୍ରାମରେ ପହଞ୍ଚô ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାର ୪୦ ଜଣ ହିତାଧିକାରୀଙ୍କୁ ମାଗଣା ବିଦୁ୍ୟତ ସଂଯୋଗ କରାଯାଇଥିବା ବୁଲି ଦେଖିଥିଲେ । ସେଠାରୁ ସମ୍ପୃକ୍ତ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚô ବିଦ୍ୟାଳୟ କୋଠା ପରିଦର୍ଶନ କରିବା ସହ ଶିକ୍ଷାର୍ଥୀଙ୍କୁ ମାନା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନର ରନ୍ଧା ଖାଦ୍ୟର ମାନ ପରୀକ୍ଷା କରିଥିଲେ ଏବଂ ବିଦ୍ୟାଳୟ ପରିସରରେ ଚାଲିଥିବା ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଥିଲେ । ଶାସନ ଆମ୍ବଗାଁରେ ୧ ଲକ୍ଷ ୧୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ୨ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ୬ଟି ବିଜୁ ପକ୍କା ଘର ଯୋଜନାରେ ନିର୍ମିତ ଗୃହ ଓ ନିର୍ମାଣଧିନ ସକ୍ ପିଟ ବୁଲି ଦେଖିଥିଲେ । ପୂର୍ବାହ୍ନରେ ପୌର ପରିଷଦରେ ଆହାର କେନ୍ଦ୍ରରେ ପହଞ୍ଚô ଭୋଜନ କରିଥିଲେ । ପୌର ପରିଷଦରେ ଚାଲିଥିବା ଆଦର୍ଶ ପୋଖରୀ, ଇନଡୋର ଷ୍ଟାଡିୟମ, ନିର୍ମାଣଧିନ ବସ୍ ଟର୍ମିନାଲ, ନିର୍ମାଣଧିନ ୮୦ ଶଯ୍ୟା ବିଶିଷ୍ଟ ଉପଖନ୍ଦ ଚିକିତ୍ସାଳୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*