ଲୋଧା ହେଉଛନ୍ତି ରିଅଲ ଇଷ୍ଟେଟ୍‌ ସେକ୍ଟରର ସବୁଠୁ ଧନୀକ ଭାରତୀୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଦେଶର ରିଅଲ ଇଷ୍ଟେଟ ସେକ୍ଟରର ସବୁଠୁ ଶ୍ରେଷ୍ଠ ଧନୀକ ହେଉଛନ୍ତି ଲୋଧା ଡେଭଲପର୍ସର ମାଲିକ ମଙ୍ଗଳ ପ୍ରଭାତ ଲୋଧା । ହୁରୁନ୍‌ ଇନ୍ଦିଆ ପକ୍ଷରୁ ପ୍ରକାଶିତ ରିଅଲ ଇଷ୍ଟେଟ୍‌ ଧନୀକ ତାଲିକା ୨୦୧୯ରେ ଏହି ବିଷୟ ଉଲ୍ଲେଖ କରାଯାଇଛି ।
ରିପୋର୍ଟ ଅନୁସାରେ କେ ଏମ ପି ଲୋଧା ଏବଂ ତାଙ୍କ ପରିବାରର ମୋଟ ସମ୍ପତି ପାଖାପାଖି ୩୧,୯୬୦କୋଟି ଟଙ୍କା ଅଟେ । ଏଥି ସହ ସେ ତାଲିକାର ଶୀର୍ଷରେ ଅଛନ୍ତି । ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ ସମ୍ପର୍କୀୟ ଅଜୟ ପିରାମଲ ଏବଂ ପରିବାରର ୬୫୬୦କୋଟି ଟଙ୍କାର ସମ୍ପତି ସହ ତାଲିକାର ୧୦ମ ସ୍ଥାନରେ ଅଛନ୍ତି । ତାଲିକାରେ ଡିଏଲଏଫର ରାଜୀବ ସିଂ ଦ୍ୱିତୀୟ ଏବଂ ଆମ୍ବାସୀ ଗ୍ରୁପର ସଂସ୍ଥାପକ ଜିତେନ୍ଦ୍ର ବିରୱାନୀ ତୃତୀୟ ସ୍ଥାନରେ ଅଛନ୍ତି । ସୋମବାର ଏହି ତାଲିକା ପ୍ରକାଶ ହୋଇଥିଲା । ତାଲକାରେ କୁହାଯାଇଛି ଲୋଧା ପରିବାରର ସମ୍ପତି ୨୦୧୯ରେ ୧୮ପ୍ରତିଶତର ବୃଦ୍ଧି ଘଟିଛି । ତାଲିକାରେ ସାମିଲ ଥିବା ୯୯ଜଣ ଅନ୍ୟ ଭାରତୀୟଙ୍କ ମୋଟ ସମ୍ପତିର ୧୨ପ୍ରତିଶତ ଲୋଧା ପରିବାର ନିକଟରେ ରହିଛି । ୨୦୧୯ରେ ଡିଏଲଏଲଫର ରାଜୀବ ସିଂହଙ୍କ ସମ୍ପତିରେ ୨୨ପ୍ରତିଶତ ବୃଦ୍ଧି ଘଟିଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଡିଏଲଏଫ ରହିଥିବାବେଳେ ତୃତୀୟ ସ୍ଥାନରେ ୧୭, ୦୩୦କୋଟି ଟଙ୍କା ସହ ହୀରାନନ୍ଦାନୀ କମୁ୍ୟନିଟିଜ୍‌ ଗ୍ରୁପର ନିରଞ୍ଜନ ହୀରାନନ୍ଦାନୀ ରହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*