ଲୋକ ସିରିୟସ ନ ହେଲେ ଏପ୍ରିଲ ଶେଷ ଆଡ଼କୁ ପରିସ୍ଥିତି ଅସମ୍ଭାଳ ହେବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତୀୟମାନେ ଯଦି କରୋନା ସଂକ୍ରମଣ ବାବଦ ପରିସ୍ଥିତିକୁ ଗଭୀରତାର ସହ ନ ନିଅନ୍ତି ତାହେଲେ ଏପ୍ରିଲ ମାସ ଶେଷ ସପ୍ତାହ ଆଡ଼କୁ ପରିସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ଦେଶର ଜଣେ ପ୍ରମୁଖ ଚିକିତ୍ସା ବିଶେଷଜ୍ଞ ମାଇକ୍ରୋବାଇଲୋଜିଷ୍ଟ ଡା ଏ.ଏମ୍.ଦେଶମୁଖ ସତର୍କ କରିଛନ୍ତି । ସେ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖି ଜନତା କର୍ଫୁ୍ୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରଖିବାକୁ କରିଛନ୍ତି ଅନୁରୋଧ । ମାଇକ୍ରୋବାଇଲୋଜିଷ୍ଟ ସୋସାଇଟି ଅଫ ଇନ୍ଦିଆର ପ୍ରତିନିଧି ଭାବରେ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖି କରୋନା ମହାମାରୀକୁ ରୋକିବା ପାଇଁ ଯେଉଁ ଉଦ୍ୟମ କରାଯାଉଛି ତାହାକୁ ତାରିଫ କରିଛନ୍ତି । ଏଥିସହ ସେ ୧୪ ଦିନ ପର୍ଯ୍ୟନ୍ତ ଏହି ଜନତା କର୍ଫୁ୍ୟ ଜାରି ରଖି ସଂକ୍ରମଣର ଚେନ୍କୁ ଭାଙ୍ଗିବା ପାଇଁ କରିଛନ୍ତି ଅନୁରୋଧ । କାରଣ ବର୍ତ୍ତମାନ ଯାହା ତଥ୍ୟ ରହିଛି ସେ ଅନୁସାରେ କରୋନା ଭୂତାଣୁ ୧୪ ଦିନ ପର୍ଯ୍ୟନ୍ତ ଜୀବିତ ରହୁଛି । ଯଦି ଲଗାତାର ଭାବେ ୧୪ ଦିନ ଲଗାତାର ଜନତା କର୍ଫୁ୍ୟ ଜାରି ରହେ ତା’ହେଲେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ଏହାକୁ ରୋକାଯିବା କ୍ଷେତ୍ରରେ ବଡ଼ ସଫଳତା ମିଳିପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି ପତ୍ରରେ । ତେବେ ଆଗକୁ ଡା ଦେଶମୁଖ ପରିସ୍ଥିତି ଅସମ୍ଭାଳ ହେବାର ସତର୍କ ମଧ୍ୟ କରିଛନ୍ତି । ଯଦି ଜନସାଧାରଣ ବର୍ତ୍ତମାନର ଭୟବହତାକୁ ନ ବୁଝନ୍ତି ତା’ହେଲେ ଏପ୍ରିଲ ଶେଷ ସପ୍ତାହ ସୁଦ୍ଧା ପରିସ୍ଥିତି ଆଉ ହାତରେ ନ ରହି ଅଣାୟତ୍ତ ହୋଇଯାଇଥିବ ବୋଲି ସତର୍କ କରାଇ ଦେଇଛନ୍ତି । ଚୀନ, ଇଟାଲି ଏବଂ ଇରାନ ଭଳି ପ୍ରାରମ୍ଭିକ ସମୟରେ ଭାରତୀୟ ଲୋକ ମଧ୍ୟ ଏହି ଭାଇରସ୍କୁ ଗମ୍ଭୀରତାର ସହ ନେଇନାହାଁନ୍ତି । ତା ସହ ସେ ସତର୍କ କରିଛନ୍ତି ଯେ, ଚୀନ କିମ୍ବା ଇଟାଲି ଭଳି ସ୍ୱାସ୍ଥ୍ୟବସ୍ଥା ଭାରତରେ ନାହିଁ । ଗୋଟିଏ ଦିନରେ ଜନତା କର୍ଫୁ୍ୟ ଭଲ ପ୍ରଭାବ ଦେଖାଇଛି । ଏହାକୁ ଅତିକମରେ ୧୪ ଦିନ ପର୍ଯ୍ୟନ୍ତ ଯଦି ଜାରି ରଖିପାରିବା ତାହା ହେଲେ ଭାରତରେ ଗୋଟିଏ ନୂଆ ସଂକ୍ରମଣ ରୋଗୀ ହେବେ ନାହିଁ । ତାଙ୍କ ବ୍ୟକ୍ତିଗତ ଆକଳନ ଅନୁସାରେ ମାର୍ଚ୍ଚ ୩୦ ବେଳକୁ କରୋନା ଆତଙ୍କ ରୋଗୀଙ୍କ ସଂଖ୍ୟା ଭାରତରେ ୧୦୦୦ ହୋଇଯାଇଥିବ ।

ଶେଷ ୩ ଦିନରେ ସଂଖ୍ୟା ଦୁଇ ଗୁଣିତ ହେବାରେ ଲାଗିଛି

ଦେଶମୁଖଙ୍କ ଅନୁସାରେ, ଭାରତ ସରକାର ସମସ୍ତ ପଦକ୍ଷେପ ଭାଇରସ୍କୁ ରୋକିବା ପାଇଁ ନେଉଛନ୍ତି । ହେଲେ ସମାଜକୁ ଏହା ଗମ୍ଭୀରତାର ସହ ନେବାକୁ ପଡ଼ିବ । ବର୍ତ୍ତମାନ ଭାରତୀୟ ଲୋକେ ବିଶ୍ୱାସ କରୁଛନ୍ତି ଯେ ସେମାନଙ୍କୁ ଏହା ଛୁଇଁବ ନାହିଁ । ନିବୃତ୍ତରେ ରହିବା ଏବଂ ପଜିଟିଭ ଜାଣିବା ପାଇଁ ଟେଷ୍ଟ ହେବା ଭିତରୁ ଏହାକୁ ରୋକିବାର ବଡ଼ ଉପାଦାନ ହେଉଛି ନିର୍ଜନ ବା ନିବୃତ୍ତରେ ବା ଅନ୍ୟ ଅର୍ଥରେ କହିଲେ ସାମାଜିକ ବ୍ୟବଧାନ କରି ରହିବା । ମୁଁ ଆଜି କରୋନା ସଂକ୍ରମଣରେ ଆକ୍ରମଣ ହୋଇନାହିଁ । ହେଲେ ୪ ଦିନ ପରେ ହୋଇଯାଇପାରେ । ତେଣୁ ନିଜକୁ ନିର୍ଜନ ବା ଅନ୍ୟମାନଙ୍କ ଠାରୁ ଅଲଗା କରି ରଖିବା କାମ ଯଦି ମୁଁ କରେ ତାହାହେଲେ ଏହି ଭାଇରସ୍କୁ ବ୍ୟାପିବାକୁ ଦେବି ନାହିଁ ବୋଲି ଲୋକେ ଚିନ୍ତା କରିବା ଦରକାର ବୋଲି ଡା. ଦେଶମୁଖ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଦେଶମୁଖ ଯେଉଁ ମାଇକ୍ରୋବାଇଲୋଜିଷ୍ଟ ଅଫ ଇନ୍ଦିଆର ସଭାପତି ଅଛନ୍ତି ଏତିରେ ୩୦୦ରୁ ଅଧିକ ଡାକ୍ତର ଲାଇଫ ମେମ୍ବର ଥିଲା ବେଳେ ଏହାର ଶାଖା ଶ୍ରୀଲଙ୍କା, ଆମେରିକା, ଦୁବାଇ ଏବଂ ବାଂଲାଦେଶ ମଧ୍ୟ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*